।। ପ୍ରାଇଭେଟ୍ ଫାଇନାନ୍ସ କମ୍ପାନୀର ଋଣ ନେଇ ଗଲା ଗୋଟେ ଜୀବନ। ଶୁଝିବାର ବାଟ ନପାଇ ଆତ୍ମହତ୍ୟା କଲେ ରାମ ମୁଣ୍ଡା ।।

May 20, 2024 - 19:54
 0  53
।। ପ୍ରାଇଭେଟ୍ ଫାଇନାନ୍ସ କମ୍ପାନୀର ଋଣ ନେଇ ଗଲା ଗୋଟେ ଜୀବନ।              ଶୁଝିବାର ବାଟ ନପାଇ ଆତ୍ମହତ୍ୟା କଲେ ରାମ ମୁଣ୍ଡା ।।

ପାଟଣା କେନ୍ଦୁଝର ଜିଲ୍ଲାର ସାହାରପଡ଼ା ବ୍ଲକ୍ ଅନ୍ତର୍ଗତ କପୁଣ୍ଡି ପଞ୍ଚାୟତର ଧାନବେଣୀ ଗ୍ରାମର ଜଣେ ବ୍ୟକ୍ତି ଋଣ ଭାର ସହ୍ୟ କରି ନପାରି ଆତ୍ମହତ୍ୟା କରି ଦେଇଛନ୍ତି। ସୂଚନା ମିଳିଛି କି ଏହି ଗ୍ରାମର ରାମ ମୁଣ୍ଡା ଗୋଟେ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାରୁ ଋଣ ନେଇ ଶୁଝି ନପାରି ଚାପଗ୍ରସ୍ତ ଥିଲେ। ସେ ଆଉ ୨ ଟି କମ୍ପାନୀର ଲୋନ ଶୁଝି ଦେଇ ଥିଲେ। ସେ କୀଟନାଶକ ଔଷଧ ଖାଇ ଗୁରୁତର ହେବାରୁ ପ୍ରଥମେ ତାଙ୍କୁ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ଗୁରୁତର ହେବାରୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। କେନ୍ଦୁଝରରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇ ଯାଇଥିବା ଜଣାଯାଇଛି। ଏନେଇ ପାଟଣା ଥାନାରେ ଏକ ଅପମୃତ୍ୟୁ କେଶ୍ ନଂ ୨୮/୨୦୨୪ ରୁଜ୍ଜୁ ହୋଇଛି। ପୋଲିସ ପକ୍ଷରୁ ଶବ ବ୍ୟବଚ୍ଛେଦ ପରେ ଶବ ପରିବାରବର୍ଗକୁ ହସ୍ତାନ୍ତର କରାଯାଇଛି ।

 କେନ୍ଦୁଝର ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ