।। ପ୍ରସିଦ୍ଧ ଛତର ଯାତ୍ରା ଶାନ୍ତି ଶୃଙ୍ଖଳା ସହ ସମ୍ପନ୍ନ ।।

Oct 11, 2024 - 17:47
 0  198
।। ପ୍ରସିଦ୍ଧ ଛତର ଯାତ୍ରା ଶାନ୍ତି ଶୃଙ୍ଖଳା ସହ ସମ୍ପନ୍ନ ।।

କଳାହାଣ୍ଡିର ପ୍ରସିଦ୍ଧ ଛତର ଯାତ୍ରା ଆଜି ଶାନ୍ତି ଶୃଙ୍ଖଳା ସହ ଅନୁଷ୍ଠିତ ହୋଇଯାଇଛି । ଏଥିପାଇଁ କଳାହାଣ୍ଡି ଚଳଚଂଚଳ ହୋଇଯାଇଛି । ଦିନକୁ ଦିନ ଭବାନୀପାଟଣା ର ବିଭିନ୍ନ ସାଂସ୍କୃତିକ ଦଳ ମାନେ ସାମିଲ ହୋଇଥିଲେ । ମା ଙ୍କ ଛତର ଆଗମନ ସମୟରେ ନିଜ ର ଭକ୍ତି ଜଣାଇବା ସହ ନିଶାନ ବାଜା ଦଳ, ତାଳ, ଘୁମୁରା ର ତାଳେ ତାଳେ ମନ୍ଦିର ଅଭିମୁଖେ ମାଙ୍କ ଛତର ଆସିଥିଲା । BYTE - 1 ଭୁବନେଶ୍ୱର ଆସିଥିବା ଭକ୍ତ ରଂଯୁକ୍ତା , ଭବାନୀପାଟଣା V0-1 ଭବାନୀପାଟଣା ରାଜ ପ୍ରାସାଦ ମଧ୍ଯରେ ଥୂବା ମାଣିକେଶ୍ବରୀ ଙ୍କ ମନ୍ଦିରରେ ଦଶହରା ଅଷ୍ଟମୀ ମଧ୍ଯ ରାତ୍ରୀରେ ଶୋଡ଼ଶ ପୁଜା ଅନୁଷ୍ଠିତ ହୋଇଥିଲା । ଶହ ଶହ ବର୍ଷ ହେଲା କଳାହାଣ୍ଡି ଭବାନୀପାଟଣା ରେ ଥ‌ିବା ନାଗ ବଂଶୀ ରାଜାମାନଙ୍କର ଇଷ୍ଟ ଦେବୀ ମାଣିକେଶ୍ବରୀ ଙ୍କ ପୀଠ ରେ ଅଷ୍ଟମୀ ନିଶି ରାତ୍ରିରେ ମା ଙ୍କ ଗୁପ୍ତ ପୁଜା ଓ ସନ୍ଧୀପୂଜା ରିତି ନିତି ପୂଜା କରିବା ପରେ ମାଙ୍କ ଚଳନ୍ତି ପ୍ରତିମା ବିଜୟ ଛତରକୁ ୩ ତାରିଖ ଦିନ ସହର ଉପଳଣ ରେ ଥ‌ିବା ଜେନାଖାଲ ରୁ ମା ଙ୍କ ଛତର ନବମୀ ଦିନ ଭୋର ରୁ ବାହାରି ଥୂଲା ଏହାକୁ ବିଜୟ ଶୋଭାଯାତ୍ର, ମଧ୍ୟ କୁହାଯାଇଥାଏ । ଦେବୀଙ୍କ ଛତର ଦର୍ଶନ ପାଇଁ ରାସ୍ତାର ଉଭୟ ପାର୍ଶ୍ବରେ ପ୍ରତୀକ୍ଷା କରିଥିଲେ । ଏଥିପାଇଁ ଭକ୍ତ ମାନେ ମାନସିକ ଧାରି ମାନେ ମା ଙ୍କ ଆଗମନକୁ ଭକ୍ତିର ସହ ପାରା ଉଡାଇ ଛାଗ ପୋଢ, କୁକୁଡା ବଳିଦେଇଥିଲେ । ଭବାନୀ ପାଟଣା ସହରୁ ରକ୍ତ ରଂଜିତ ହୋଇଥିଲା । ମନ୍ଦିର ଦ୍ବାରରେ ପହଂଚିବା ପରେ କଳାହାଣ୍ଡି ମହାରାଜା ପରମ୍ପରା ଅନୁଯାଇ ନିଜ ଇଷ୍ଟଦେବୀଙ୍କୁ ଭକ୍ତିପୁତ ସାଗତ ଜଣାଇବା ସ‌ହ ପାଛୋଟି ନେଇଥିଲେ BYTE - 2 ଶ୍ରଦ୍ଧାଳୁ ସୁସ୍ମିତା ପ୍ରଧାନ , ଭବାନୀପାଟଣା Byte- 3 ମାନସିକ ଧାରୀ, ଭୂପେନ୍ଦର ନାଇକ Vo _2 ଏହି ଛତର ଯାତ୍ରା ଦେଖୁବା ପାଇଁ ଦେଶ ବିଦେଶ ବିଭିନ୍ନ ରାଜ୍ୟ ଜିଲ୍ଲାରୁ ଲକ୍ଷାଧୂକ ଭକ୍ତି ଙ୍କ ଭିଡ ଲାଗିଥାଏ । କଳାହାଣ୍ଡି ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଜଣେ ଅତିରିକୁ ଆରକ୍ଷୀ ଅଧୂକ୍ଷକଙ୍କ ସମେତ ସମୁଦାୟ,୨୦ପ୍ଲାଟୁନ ପୋଲିସ ମୁତୟନ ହୋଇଥିବା କଳାହାଣ୍ଡି ଆରକ୍ଷୀ ଅଧୂକ୍ଷକ ପ୍ରକାଶ କରିଛନ୍ତି । Byte- 4 ଅଭିଳାଷ ଜି, ଆରକ୍ଷୀ ଅଧୂକ୍ଷକ,କଳାହାଣ୍ଡି Bite -4 ଜିଲ୍ଲା ADM Fvo _ବର୍ଷକେ ଥରେ ହେଉଥ‌ିବା ଭବାନୀ ପାଟଣା ର ମା ମାଣିକେଶ୍ବରୀ ଙ୍କ ଛତର ଯାତ୍ରା ଦୁଇ ବର୍ଷ କରୋନା କଟକଣା ଯୋଗୁଁ ବିନା ଭକ୍ତ ରେ ଛତର ଯାତ୍ରା ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ କିଛି କଟକଣା ନ ଥୂବାରୁ କଳାହାଣ୍ଡି ରେ ଭକ୍ତ ଓ ଶ୍ରଦ୍ଧାଳୁମାନେ ଛତର ଦର୍ଶନ ଉଲ୍ଲାସ ଦେଖୁବାକୁ ମିଳିଥିଲା । ଲକ୍ଷାଧୂକ ଭକ୍ତଙ୍କ ସମାଗମ ହୋଇଥିଲା । ଶାନ୍ତି ଶୃଙ୍ଖଳା ସହ ଭକ୍ତି ଭାବନା ମଧ୍ୟରେ ମା ମାଣିକେଶ୍ବରୀ ଙ୍କ ଛତର ଯାତ୍ରା ସମ୍ପନ୍ନ ହୋଇଛି ।

କଳାହାଣ୍ଡି ଜିଲ୍ଲା ଭବାନୀ ପାଟଣା ରୁ ମାନସ କୁମାର ନାଏକ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡିଶା

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ