ପ୍ରଧାନମନ୍ତ୍ରୀ ଆବାସ ଯୋଜନା ୨.୦ର କାର୍ଯ୍ୟାଦେଶ ବଣ୍ଟନ

Aug 6, 2025 - 21:33
 0  13
ପ୍ରଧାନମନ୍ତ୍ରୀ ଆବାସ ଯୋଜନା ୨.୦ର କାର୍ଯ୍ୟାଦେଶ ବଣ୍ଟନ

ନୂଆପଡା ଜିଲ୍ଲା ପୋଲିସ ପଡିଆ ର କଲ୍ଯାଣ ମଣ୍ଡପ ଠାରେ ଓଡିଶା ସରକାର ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଆନୁକୂଲ୍ୟରେ ବିଜ୍ଞାପିତ ଅଞ୍ଚଳ ପରିଷଦ ନୂଆପଡା ର ହିତାଧିକାରୀ ମାନଂକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହର) ୨.୦ର କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୂଆପଡାଏନଏ ସି ର ଅଧ୍ଯକ୍ଷ ମହମ୍ମଦ ଆଦମ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ,ଏନ ଏ ସି ଉପାଧ୍ଯକ୍ଷା ସହ ସମସ୍ତ ଓ୍ବାର୍ଡର କାଉନସିଲର ଉପସ୍ଥିତ ଥିଲେ ଏହି କାର୍ଯ୍ୟକ୍ରମକୁ ନୂଆପଡା ଏନ ଏ ସି କାର୍ଯ୍ୟନିର୍ବାହୀ ଅଧୂକାରୀ କୁରୁକ୍ଷେତ୍ର ନାଏକ ମଞ୍ଚ ପରିଚାଳନା କରିଥିଲେ। ଏହି ସହରର ୨୦୨ ଜଣ ହିତାଧୂକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା। ମୁଖ୍ୟ ଅତିଥି ଲମ୍ବୋଦର ଧରୁଆ କାର୍ଯ୍ୟନିର୍ବାହୀ ଅଧୂକାରୀ କୁରୁକ୍ଷେତ୍ର ନାଏକ ଏହି ଯୋଜନାର ସମୟ ଅବଧୂ ଓ ସୁବିଧା ସୁଯୋଗ ଗ ବିଷୟରେ ପୁଙ୍ଖାନୁପୁଙ୍ଖ ବର୍ଣନା । କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଆହୁରୀ ଭିନ୍ନକ୍ଷମ ଓ ଜନସାଧାରଣ ମାନଙ୍କୁ ନେଇ ଏକ ଭିନ୍ନକ୍ଷମ ଦିବସ ପାଳନ ହୋଇଥିଲା। କେତେକ ଭିନ୍ନକ୍ଷମ ହିତାଧୁକାରୀ ମାନଙ୍କୁ ବସ ପାସ ପ୍ରଦାନ କରାଯାଇଥିଲା ।

ନୂଆପଡା ରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ମିୟୁଜ ଓଡିଶା

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ