।। ପ୍ରଥମ ଥର ପାଇଁ ମା ମଝିଘରିଆଣି ଏଣ୍ଟରଟେନମେଣ୍ଟ ଟ୍ରଷ୍ଟ ପକ୍ଷରୁ ଅନୁଷ୍ଠିତ ହେଇଜାଇଛି ରାୟଗଡା ଟେଲେଣ୍ଟ ଆୱାର୍ଡ ।।

Aug 5, 2024 - 19:19
 0  124
।। ପ୍ରଥମ ଥର ପାଇଁ ମା ମଝିଘରିଆଣି ଏଣ୍ଟରଟେନମେଣ୍ଟ ଟ୍ରଷ୍ଟ ପକ୍ଷରୁ ଅନୁଷ୍ଠିତ ହେଇଜାଇଛି ରାୟଗଡା ଟେଲେଣ୍ଟ ଆୱାର୍ଡ ।।

ରାୟଗଡା ସହରର ବିଜୁ ପଟ୍ଟନାୟକ ଅଡିଟୋରିଅମ ଠାରେ ରବିବାର ସନ୍ଧ୍ୟା ୫ଟା ସମୟରେ ପ୍ରଥମ ଥର ପାଇ ରାୟଗଡା ଟେଲେଣ୍ଟ ଆୱାର୍ଡ 2024 ଅନୁଷ୍ଠିତ ହେଇଜାଇଛି । ଯେଉଁଥିରେ ସମାଜରେ ଉଲ୍ଲେଖନୀୟ ଅବଦାନ ପାଇଁ ଜିଲ୍ଲାର ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ସମେତ ବରିଷ୍ଠ ବର୍ଷିଆନ କଳାକାରଙ୍କୁ ସମର୍ଦ୍ଧନା କରାଜାଇଥିଲା ଏବଂ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସିନେମା, ଟେଲିଭିଜନ, ଆଲବମ ଗୀତ, ଆଞ୍ଚଳିକ ଭାଷା କଳା ସଂସ୍କୃତି କ୍ଷେତ୍ରରେ ସର୍ବୋତମ ନାୟକ , ନାୟିକା, ଖଳନାୟକ, ହାସ୍ୟ ଅଭିନେତା, ଗୀତିକାର, ସଙ୍ଗୀତ ନିର୍ଦ୍ଧେଶକ, ଲୋକକଳା କଳାକାର, କ୍ୟାମେରାମେନ, ସସିଆଲ୍ ମିଡ଼ିଆ କ୍ରେଟର୍ , ସମ୍ପାଦକ ଭଳି ବିଭିନ୍ନ କ୍ଷେତ୍ରରେ ବିଜେତା କଳାକାରଙ୍କୁ ଟ୍ରଫି ସହ ସାର୍ଟିଫିକେଟ ପ୍ରଦାନ କରାଜାଇଥିଲା। ଜିଲ୍ଲାର ଲୁକାୟତ ପ୍ରତିଭାଙ୍କୁ ଲୋକଲୋଚନ କରିବା ସହ ଦୀର୍ଘ ଦିନ ଧରି କଳା କ୍ଷେତ୍ରରେ କାର୍ଯ୍ୟରତ କଳାକାରଙ୍କୁ ଉସ୍ତାହିତ କରିବା ଏବଂ ଆଞ୍ଚଳିକ ଭାଷା କଳା ସଂସ୍କୃତି ର ପ୍ରଚାର ପ୍ରସାର ପାଇଁ ମା ମଝିଘରିଆଣି ଏଣ୍ଟରଟେନମେଣ୍ଟ ଟ୍ରଷ୍ଟ ପକ୍ଷରୁ ପ୍ରଥମ ଥର ମା ମଝିଘରିଆଣି ଏଣ୍ଟରଟେନମେଣ୍ଟ ଟ୍ରଷ୍ଟ ଫାଉଣ୍ଡର ତଥା ମେନେଜିଙ୍ଗ ଟ୍ରଷ୍ଟି ସନ୍ତୋଷ କୁମାର ବଛା ମଲେଶ କୌଶଲ୍ୟା,ସଦସ୍ୟ ପ୍ରିୟଦର୍ଶିନୀ ହୁଇକା, ପ୍ରିନ୍ସ ଗୁପ୍ତେ, , ସିଦ୍ଧାର୍ଥ ମଲ୍ଲିକ, ଗଣେଶ ବେହେରା ,ମାଳେଶ କୈଶଲ୍ୟା, ଓଡ଼ିଆ ନାଟ୍ୟ ଓ ସିନେ ଜଗତର କଳାକାର ଡ଼ଃ ନରେନ୍ଦ୍ର ମିଶ୍ର, ପ୍ରଭାକର ମିଶ୍ର, ଓ ଗୋପୀନାଥ ମହାପାତ୍ର ଓ ଅନ୍ୟ ପ୍ରମୁଖ କଳାକାର ମାନେ ଉପସ୍ଥିତ ରହି ଥିଲେ ଏଥିରେ ସମ୍ମାନୀୟ ଅତିଥି ଭାବେ ଜିଲ୍ଲା ସମ୍ବାଦିକ ସଂଘ ସଭାପତି ବାଦଲ କୁମାର ତା ସହ ଅନ୍ୟାନ୍ୟ ବ୍ୟକ୍ତି ବିଶେଷ ମଧ୍ୟ ଯୋଗଦାନ ଦେଇ କାର୍ଯ୍ୟ କ୍ରମ କୁ ସଫଳତା ମଣ୍ଡିତ କରିଥିଲେ ।

ରାୟଗଡ଼ା ଜିଲ୍ଲା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ ଫାଷ୍ଟ ନିଉଜ୍ ଓଡ଼ିଶା

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ