ପୁଣି କେରଳ ରାଜ୍ୟରେ ପ୍ରବାସୀ ଦାଦନ ଶ୍ରମିକ ମୃତ୍ୟୁ
ଦାରିଙ୍ଗବାଡି ୨୯/୦୬/୦୨୬(ଫାଷ୍ଟ ନ୍ୟୁଜ୍ ଓଡ଼ିଶା)ଶିଳ୍ପ ବିହୀନ କନ୍ଧମାଳରେ ଦାଦନ ମୁକ୍ତ କେବେ ହେବ ପୁଣି ଜଣେ ଦାଦନ ଶ୍ରମିକ ମୃତ କେରଳ ରାଜ୍ୟରେ ଏପରି ଏକ ଦୁଃଖଦ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ଆଡ଼ିଭଙ୍ଗା ଗ୍ରାମର ପୁଣି ଦାଦନ ଶ୍ରମିକ ମୃତ୍ୟୁ ।ରାଜ୍ୟ ଓ କେନ୍ଦ୍ର ସରକାର କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ରେ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ମାଧ୍ୟମ ରେ ବର୍ଷ କୁ ୩୦୦ କାମ ଯୋଗାଇ ଦେବା ନିମନ୍ତେ ସ୍ଥିର କରିଥିବା ବେଳେ କଣ ପାଇଁ ଆଜି ମଧ୍ୟ ଦାଦନ ଖଟିବାକୁ ବାହାର ରାଜ୍ୟ କୁ ଯାଉଛନ୍ତି ପ୍ରବାସୀ ଶ୍ରମିକ। ପ୍ରତୀ ସପ୍ତାହରେ ଦୁଇ ଦୁଇ ଥର ପ୍ରତି ବ୍ଲକ୍ କୁ ଜାଇ ବିନା ଅନୁମତିରେ ବସ୍ ଗୁଡ଼ିକ ଆଣି ଶ୍ରମିକ ମାନଙ୍କୁ ସଂଗ୍ରହ କରି ବାହାର ରାଜ୍ୟକୁ ଚାଲାଣ ହେଉଛି କିନ୍ତୁ ଫେରିବା ବେଳେ ଶବ ହୋଈ ଫେରୁଛନ୍ତି ପୁଣି ଶ୍ରମିକ ମାନଙ୍କୁ ସେମାନଙ୍କ ଶ୍ରମିକ ମାନଙ୍କ ପଞ୍ଜିକରଣ ହେଇଛି କି ନାହିଁ ତାହା ମଧ୍ଯ ପଚାରୁ ନାହାଁନ୍ତି କି ଯାଞ୍ଚ୍ କରୁନାହାନ୍ତି ଏମାନଙ୍କୁ ନେଇ କିଏ ଖାଉଛି ଶ୍ରମିକଙ୍କ ଟଙ୍କା । ଏହି ଯୋଜନା କାହାପାଇଁ ଆଣିଥିଲେ ସରକାର ଏଥିପାଇଁ ଦାୟୀକିଏ ? ସ୍ଥାନୀୟ ପ୍ରଶାସନ ନା ସରକାର । ନିଜ ପରିବାର କୁ ପ୍ରତିପୋଷଣ କରିବା ପାଇଁ ବାହାର ରାଜ୍ୟ କୁ ଦାଦନ ଖଟିବାକୁ ଯାଇ ଫେରିଛି ସିଲନ୍ ନାୟକ (୨୫)ମୃତ ଶରୀର ।ନିଜ ପରିବାର କୁ ପ୍ରତିପୋଷଣ ପାଇଁ ଯାଇଥିଲେ ଅନ୍ୟ ରାଜ୍ୟ କେରଳ କୁ । କେରଳ ରାଜ୍ୟ କୁ ଯାଇ ଦିନ ମଜୁରିଆ ଭାବେ କେରଳ ରାଜ୍ୟର ପାଲାକାଡ଼ା ଜିଲ୍ଲାରେ ଗୋଟିଏ ହୋଟେଲ ରେ କାମ କରୁଥିଲେ ସୂଚନା ମିଳିଛି। ତାଙ୍କ ସ୍ତ୍ରୀ ତିନି ଛୁଆଙ୍କୁ ଧରି ଘରେ ରହୁଥିଲେ I ମୃତକଙ୍କ ସାଥି ମାନେ ସକାଳୁ ନ ଉଠିବାରୁ ତାଙ୍କୁ ମେଡିକାଲ କୁ ନେଇଥିଲେ । ମେଡ଼ିକାଲରେ ଡ଼ାକ୍ଟର ତାଙ୍କୁ ମୃତ ଘୋଷଣା କରିଥିଲେ ହେଲେ ମୃତ୍ୟୁ ର କାରଣ ପୋଷ୍ଟମଷ୍ଟମ୍ ରିପୋର୍ଟ୍ ଅନୁଯାୟୀ ହାର୍ଟ ଚକ୍ ହୋଈ ମୃତ୍ୟୁ ବରଣ ହୋଈ ଥିବା କୁହାଯାଇଛି । ଏମିତି ଏକ ଦାଦନ ଶ୍ରମିକ ଦୁଃଖ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଥାନା ଅଧୀନରେ ଥିବା ଆଡିଭଙ୍ଗା ରେ। ମର ଶରୀରକୁ ଆମ୍ଭୂଲାନ୍ସ ଯୋଗେ ନିଜ ବାସଭବନ କୁ ଆଣିବା ନିମନ୍ତେ। ମୃତକଙ୍କ ସହିତ ଯାଇଥିବା ଯୁବକ ମାନଙ୍କ ମିଳିତ ଉଦ୍ୟମରେ ନେଇ ଆସୁଥିବାର ସୂଚନା ମିଳିଛି । ଏପଟେ ଖବର ପାଇ ଗ୍ରାମରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଯେଉଁ ନିଜ ସ୍ତ୍ରୀ ପିଲା ମାନଙ୍କୁ ପ୍ରତିପୋଷଣ ପାଈଁ ଦାଦନ ମୁହାଁ ହୋଇଥିଲେ ସେହି ପରିବାରକୁ ଏବେ କିଏ ଆର୍ଥିକ ସହାୟତା ଯୋଗାଇ ଦେବ ପ୍ରତିପୋଷଣ ପାଈଁ ଏଣୁ ଏଥିପ୍ରତି ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେବା ନିହାତି ଆବଶ୍ୟକ। ଶୋକାକୁଳ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି I
What's Your Reaction?
Like
1
Dislike
0
Love
0
Funny
0
Angry
0
Sad
2
Wow
0