।। ପିଏମ୍-ଜନମନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ।।

Aug 29, 2024 - 21:31
 0  18
।। ପିଏମ୍-ଜନମନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ।।

ରାୟଗଡ଼ା ଜିଲ୍ଲା ଗୁଣୁପୁର । ତା ୨୯-୦୮-୨୦୨୪ ପିଏମ୍-ଜନମନ ବ୍ୟାପକ ଜନସଚେତନତା କାର୍ଯ୍ୟକ୍ରମର ସପ୍ତମ ଦିନରେ ଜଲତରା ଗ୍ରାମ ପଞ୍ଚାୟତର ସିଙ୍ଗାପୁର ଗ୍ରାମରେ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ସେଥିରେ ୭ଟି ଗ୍ରାମ ଯଥା, ଗରାମୁଲ, ସିଙ୍ଗାପୁର, ନୁଆଗାଁ, ନୁଆଗାଁ କୁଡିଆ, ବସେରଗରଜଙ୍ଗ, ପନସା, ଲୁଙ୍ଗୁରଟାଲର ଲୋକ ଉପସ୍ଥିତ ଥିଲେ । ଲାଞ୍ଜିଆ ସୌରା ଉନ୍ନୟନ ସଂସ୍ଥା, ପୁଟ୍ଟାସିଂର ସ୍ୱତନ୍ତ୍ର ଅଧିକାରୀ ଶ୍ରୀମତୀ ଅସୀମା ରାଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ଜଲତାର ସରପଞ୍ଚ ମାର୍କ ଦଳବେହେରା ଓ ସମିତି ସଦସ୍ୟ ଜଗଦିଶ ସବର ସମେତ ସ୍ଥାନୀୟ ଅଞ୍ଚଳର ପ୍ରାୟ 157 ଉର୍ଦ୍ଧ୍ବ ବିଶେଷ ଭାବରେ ଅନୁନ୍ନତ ଜନଜାତି ବର୍ଗର ଲୋକମାନେ ଯୋଗ ଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ ହୋଇଛନ୍ତି । ଗୁଣପୁର ବ୍ଲକର ୭ଟି ପଞ୍ଚାୟତର ୧୩୬ଟି ଗ୍ରାମ ରେ ଅନୁଷ୍ଠିତ ହେବାକୁ ଥିବା ଏହି ଶିବିରର ସପ୍ତମ ଦିନରେ ଆଜି ବିଭିନ୍ନ ବିଭାଗ ଯଥା ରାଜସ୍ବ ବିଭାଗ ପକ୍ଷରୁ ଜାତି ପ୍ରମାଣ ପତ୍ର ପାଇଁ 23ଟି ଆବେଦନ ପତ୍ର ସଂଗୃହିତ ହୋଇଥିବା ବେଳେ, ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ 16 ଜଣଙ୍କର ରକ୍ତ ଶିକୁଳି ରୋଗ ପରୀକ୍ଷା ଏବଂ ୪ ଗୋଟି ଜନ୍ମ ପ୍ରମାଣ ପତ୍ର ବଣ୍ଟନ କରାଯାଇବା ସହ, ୨ ଜଣଙ୍କ ରାଶନ କାର୍ଡ ଆବେଦନ ସଂଗ୍ରହ କରାଗଲା ଓ ୪ ଗୋଟି ଜନ୍ମ ପ୍ରମାଣ ପତ୍ର ବଣ୍ଟନ କରାଯାଇଛି ସେହିପରି 3 ଜଣଙ୍କ ଆଧାର ପଞ୍ଜିକରଣ କରାଯାଇଥିବା ବେଳେ ଟିବି ପରୀକ୍ଷାରେ ଗୋଟିଏ ଆକ୍ଟିଭ୍ କେସ୍ ନ ଥିବା ଜଣାପଡ଼ିଛି , ଟିପିଏସଓଡିଏଲ୍ ପକ୍ଷରୁ ଏସଡିଓ ଶ୍ରୀ ପି . ପାଢ଼ି ଉପସ୍ଥିତ ଥିବା ସହା, ଡାକ୍ତର ଶ୍ରୀ ନିହାର ରଞ୍ଜନ ପଟ୍ଟନାୟକ ଏବଂ ତାଙ୍କ ଟିମ୍ ଏମଏଚଏୁ ଜଗନ୍ନାଥପୁର ଉପସ୍ଥିତ ଥିଲେ, ପାନୀୟଜଳ ଓ ପରିମଳ ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ, ସାମାଜିକ ସୁରକ୍ଷା, ଗ୍ରାମ୍ୟ ଗୃହ ନିର୍ମାଣ, ଓଡ଼ିଶା ଜୀବିକା ମିଶନ, ମିଶନ ଶକ୍ତି, ଆଇଟିଡ଼ିଏ- ଓଟିଏଲ୍ ପି, ଗୁଣପୁର ପକ୍ଷରୁ ଅଧିକାରୀ ମାନେ ଯୋଗଦେଇ ପିଭିଟିଜିଙ୍କ ପାଇଁ ଉପଲବ୍ଧ ବିଭିନ୍ନ ସୁବିଧା ସୁଯୋଗ ସଂପର୍କରେ ଆଲୋଚନା କରିଛନ୍ତି । ଆଜିର କାର୍ଯ୍ୟକ୍ରମକୁ ଲାଞ୍ଜିଆ ସଉରା ଉନ୍ନୟନ ସଂସ୍ଥାର ମଙ୍ଗଳ ସଂପ୍ରସାରଣ ଅଧିକାରୀ ପରିଚାଳନା କରିଥିବା ବେଳେ ଏହି ସଂସ୍ଥାର ଅନ୍ୟ କର୍ମଚାରୀ ମାନେ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।

 ରାୟଗଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ ଫାଷ୍ଟ ନିଉଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ