ପାପଡ଼ାହାଣ୍ଡି ଠାରେ ସହିଦ ସ୍ମୃତି ଦିବସ ୨୦୨୫ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

Aug 12, 2025 - 19:08
 0  48
ପାପଡ଼ାହାଣ୍ଡି ଠାରେ ସହିଦ ସ୍ମୃତି ଦିବସ ୨୦୨୫ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୧୨.୦୮.୨୦୨୫ ରିଖ: ପାପଡ଼ାହାଣ୍ଡି ପଞ୍ଚାୟତ ସମିତି ସଭାଗୃହ ଠାରେ ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁ ଙ୍କ ଅଧ୍ୟକ୍ଷତାରେ ଆସନ୍ତା ୨୪ ଅଗଷ୍ଟ ରେ ସହିଦ ସ୍ମୃତି ଦିବସ ୨୦୨୫ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି !ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ପୂର୍ବତନ ସାଂସଦ ପର୍ଶୁରାମ ମାଝୀ,ପୂର୍ବତନ ବିଧାୟକ ଭୁଜବଳ ମାଝୀ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରତିନିଧି ଲିଙ୍ଗରାଜ ଭତରା, ନବରଙ୍ଗପୁର ବିଧାୟକ ପ୍ରତିନିଧି କାହ୍ନୁ ଦାସ,ସାଂସଦ ପ୍ରତିନିଧି ସୋମନାଥ ପୂଜାରୀ,ଡ଼ାବୁ ଗାଁ ବିଧାୟକ ପ୍ରତିନିଧି ରଜନୀକାନ୍ତ ସାସମଲ୍ ,ବ୍ଲକ୍ ଅଧ୍ୟକ୍ଷା ହେମଲତା ମାଝୀ,ବ୍ଲକ୍ ଉପାଧ୍ୟକ୍ଷ ସୁଶାନ୍ତ କୁମାର ବେହେରା ପ୍ରମୁଖ ମଞ୍ଚାସିନ ଥିଲେ ! ପ୍ରଥମେ ବି ଡି ଓ କପିଲଦେବ ସାହୁ ସମସ୍ତଙ୍କୁ ସ୍ବାଗତ ପୂର୍ବକ ଏହି ମହାନ ସହିଦ ସ୍ମୃତି ଦିବସ କୁ ପାଳନ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ ! ବି ପି ସି ଶଶିକାନ୍ତ ଦାସ ଏଜେଣ୍ଡା ଅନୁଯାୟୀ କାର୍ଯ୍ୟକ୍ରମର ବିଭିନ୍ନ ପ୍ରସ୍ତାବ କୁ ସଭାରେ ଉପସ୍ଥାପନ କରି ସଭା ପରିଚାଳନା କରିଥିଲେ ! ବୈଠକରେ ଗାନ୍ଧୀ ପାର୍କ ଓ ସହିଦ ମିନାର ପରିସର ସଫା ସୁତୁରା ଓ ରଙ୍ଗ କାର୍ଯ୍ୟ,ସହିଦ ସ୍ମୃତି ଦିବସ ରେ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଙ୍କୁ ନିମନ୍ତ୍ରଣ,ମଶାଲ ଶୋଭାଯାତ୍ରା,ସ୍ୱାଧୀନତା ସଂଗ୍ରାମରେ ପ୍ରାଣବଳି ଦେଇଥିବା ସହିଦଙ୍କ ଓ ଜିଲ୍ଲାର ଅନ୍ୟାନ୍ୟ ସ୍ଵାଧୀନତା ସଂଗ୍ରାମୀଙ୍କ ଦାୟାଦ ,ପଞ୍ଚାୟତିରାଜ ଜନ ପ୍ରତିନିଧି,ଗଣ ମାଧ୍ୟମ ପ୍ରତିନିଧି,ସରକାରୀ ଓ ବେସରକାରୀ ଅନୁଷ୍ଠାନର କର୍ମକର୍ତ୍ତା, ଜିଲ୍ଲା ର ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କୁ ନିମନ୍ତ୍ରଣ,ସ୍ଵାଧୀନତା ସଂଗ୍ରାମୀ ଓ ସହିଦ ପରିବାର ସଦସ୍ୟଙ୍କୁ ସମ୍ବର୍ଦ୍ଧନା,ତିଲତର୍ପଣ ଓ ମାଲ୍ୟାର୍ପଣ,ସର୍ବ ଧର୍ମ ପାର୍ଥନା ସଭା,କାର୍ଯ୍ୟକ୍ରମର ବହୁଳ ପ୍ରଚାର,ପ୍ରସାର,ପାନୀୟ ଜଳ, ଅଗ୍ନିଶମ, ପାର୍କିଂ, ଟ୍ରାଫିକ ନିୟନ୍ତ୍ରଣ ଉପରେ ବିଶେଷ ଆଲୋଚନା ହୋଇଥିଲା ! ସୁଚନା ଯେ ପୂର୍ବରୁ ସହିଦ ସ୍ମୃତି ସ୍ତମ୍ବ ଭବ୍ୟ ଭାବରେ ନିର୍ମାଣ ପାଇଁ ରାଜ୍ୟ ସରକାର ୬ କୋଟି ଟଙ୍କାର ଅନୁଦାନ ମଞ୍ଜୁର କରିଛନ୍ତି ! ଜିଲ୍ଲାପାଳ ପାପଡ଼ାହାଣ୍ଡି ବ୍ଲକ, ସହର,ରାସ୍ତା ,ବଜାର ଓ ସଲଂଗ୍ନ ଜାତୀୟ ରାଜପଥ ରେ ଅଳିଆ ଆବର୍ଜ୍ଜନା କୁ ଦେଖି ଏହା ତୁରନ୍ତ ସଫା ସୁତୁରା ଓ ପ୍ଲାଷ୍ଟିକମୁକ୍ତ ରଖିବା ପାଇଁ ପଦକ୍ଷେପ ନେବାକୁ ପଞ୍ଚାୟତ ଅଧିକାରୀ ଓ ବି ଡି ଓ ଙ୍କୁ ନିର୍ଦ୍ଦେଶ ଦେଇଥିଲେ ଏବଂ ସହିଦ ସ୍ମୃତି ଦିବସ ପାଳନ ପାଇଁ ସମସ୍ତଙ୍କ ସହଯୋଗ ଲୋଡିଥିଲେ ! ପୂର୍ବତନ ସାଂସଦ ପର୍ଶୁରାମ ମାଝୀ ସହିଦ ସ୍ମୃତି ଦିବସ ପାଳନ ପାଇଁ ରାଜ୍ୟ ସରକାରଙ୍କ ମାନ୍ୟତା,ଭବ୍ୟ ନିର୍ମାଣ ପାଇଁ ଅନୁଦାନ କୁ ପ୍ରଶଂସା ସହ ଜାତି, ଧର୍ମ,ରାଜନୈତିକ ଭେଦଭାବ ଭୁଲି ଏହି ଦିବସ କୁ ସମସ୍ତଙ୍କ ସହଯୋଗରେ ପାଳନ କରିବାକୁ କହିଥିଲେ ! ରାଜ୍ୟ ସହିଦ ସ୍ମୃତି କମିଟି,କାର୍ଯ୍ୟକାରୀ ସଭାପତି ମନୋରଂଜନ ତ୍ରିପାଠୀ ନିଜ ବକ୍ତବ୍ୟରେ ସହିଦ ସ୍ମୃତି ଦିବସ ପାଳନ କାର୍ଯ୍ୟକ୍ରମ ଏହି ଜିଲ୍ଲାର ସ୍ବାଧିନତା ସଂଗ୍ରାମୀ ଏବଂ ପ୍ରାଣବଳି ଦେଇଥିବା ସହିଦ ମାନଙ୍କ ପାଇଁ ଏକ ବଡ଼ ଶ୍ରଦ୍ଧାଞ୍ଜଳି ଓ ସାର ଦେଶ ଏହା ପାଇଁ ନବରଙ୍ଗପୁର ଜିଲ୍ଲା କୁ ଚିହ୍ନିଛି ବୋଲି କହିବା ସଙ୍ଗେ ପୂର୍ବତନ ସାଂସଦ ,ବିଧାୟକ ଏବଂ ଜନପ୍ରତିନିଧି ଙ୍କୁ ଅତିଥି ରୂପେ ନିମନ୍ତ୍ରଣ ପାଇଁ ପଦକ୍ଷେପ ନିଆଯାଉ ବୋଲି କହିଥିଲେ !ସଭାରେ ଜିଲ୍ଲା ଓକିଲ ସଂଘ ତଥା ସ୍ୱାଧୀନତା ସଂଗ୍ରାମୀ ସ୍ମୃତି ସଭାପତି ସିରାଜୁଦ୍ଦିନ ଅହମ୍ମଦ,ହରି ନାରାୟଣ ଚୌଧୁରୀ, ଏ ଅନନ୍ତ ମୂର୍ତ୍ତି,ତ୍ରିନାଥ ଅମାନତ୍ୟ , ଜଗନ୍ନାଥ ମହାପାତ୍ର ଙ୍କ ସମେତ ଅଧିକ୍ଷଣ ଯନ୍ତ୍ରୀ,ରାସ୍ତା ଓ ଗୃହ ନିର୍ମାଣ,ପ୍ରକଲ୍ପ ପ୍ରଶାସକ, ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ,ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ,ତହସିଲଦାର ପାପଡ଼ାହାଣ୍ଡି ,ଜିଲ୍ଲା ସଂସ୍କୃତି ଅଧିକାରୀ,ପଂଚାୟତ ସଭ୍ୟ,ସ୍ମୃତି କମିଟି ସଭ୍ୟ ,ପାପଡ଼ାହାଣ୍ଡି ବ୍ଲକ ର ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ପମୁଖ ଉପସ୍ଥିତ ଥିଲେ !

 ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ