।। ପାଟଣା ପୋଲିସ କୁ ବଡ଼ ସଫଳତା ୪ ଆନ୍ତଃରାଜ୍ୟ ଡକାୟତ ଗିରଫ କରି କୋର୍ଟଚାଲାଣ କରିଛି ପାଟଣା ପୋଲିସ ।।

Aug 5, 2024 - 20:05
 0  25
।। ପାଟଣା ପୋଲିସ କୁ ବଡ଼ ସଫଳତା ୪ ଆନ୍ତଃରାଜ୍ୟ ଡକାୟତ ଗିରଫ କରି କୋର୍ଟଚାଲାଣ କରିଛି ପାଟଣା ପୋଲିସ ।।

କେନ୍ଦୁଝର ଜିଲ୍ଲା ପାଟଣା ପୋଲିସ ୪ ଆନ୍ତଃରାଜ୍ୟ ଡକାୟତଙ୍କୁ ଝାଡ଼ଖଣ୍ଡ ରାଜ୍ୟରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ରବିବାର ଗିରଫ କରି କୋର୍ଟ ଚାଲାଣ କରିଛି। ଏମାନଙ୍କ ଠାରୁ ସୁନା, ରୁପା ଅଳଙ୍କାର ସହ ନଗଦ ଟଙ୍କା ଓ ୪ଟି ମୋବାଇଲକୁ ମଧ୍ୟ ପୋଲିସ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ଝାଡ଼ଖଣ୍ଡ ରାଜ୍ୟ ମଝିଗାଁ ଥାନା ମଝିଗାଁ ଗ୍ରାମର ଏମ୍‌ ଡି ରାହାତ(୨୩), ଏମ୍‌ଡି ସାହିଲ (୨୧)ଏମ୍‌ ଡି ନାସିରୁଦ୍ଧିନ (୨୧) ଏବଂ ଜଗନ୍ନାଥପୁର ଥାନା ଜୟନ୍ତୀଗଡ଼ ଗ୍ରାମର ତପନ ବେହେରା(୩୪)। ତପନଙ୍କ ଏକ ସୁନା ଗହଣା ଦୋକାନ ଥିବା ବେଳେ ଏମାନଙ୍କ ଠାରୁ ଚୋରି ସାମଗ୍ରୀ ସେ କମ ଦର୍‌ରେ କିଣି ବ୍ୟବସାୟ କରୁଥିଲେ। ତପନଙ୍କ ବ୍ୟତୀତ ଅନ୍ୟ ୩ ଅଭିଯୁକ୍ତ ପାଟଣା, ତୁରୁମୁଙ୍ଗା, ଘଟଗାଁ ଝୁମ୍ପୁରା, ହରିଚନ୍ଦନପୁର ଥାନା ଅଞ୍ଚଳର ବିଭିନ୍ନ ଗ୍ରାମରେ ଦିନବେଳା ଘରେ ପଶି ମୋଟ୍‌ ୧୨ଟି ଲୁଟ୍‌ କରୁ ଥିବା ନେଇ ଏକ ଖବରଦାତା ସମ୍ମିଳନୀ ରେ ଘଟଗାଁ ଏସ୍‌ଡିପିଓ ପ୍ରଭାତ କୁମାର ତ୍ରିପାଠୀ ଓ ପାଟଣା ଥାନା ଅଧିକାରୀ ବିଭାସ ପ୍ରଧାନ ସୂଚନା ଦେଇଛନ୍ତି। ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି ।

 କେନ୍ଦୁଝର ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଫାଷ୍ଟ ନିଉଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ