ପାଞ୍ଚ ଡକାୟତଙ୍କୁ ବାନ୍ଧିଲା ପୋଲିସ

Jun 11, 2026 - 15:45
 0  78
ପାଞ୍ଚ ଡକାୟତଙ୍କୁ ବାନ୍ଧିଲା ପୋଲିସ

ବାଲିଗୁଡ଼ା:୧୧/୬/୦୨୬(ସ ଲମନ୍ ବିନ୍ଧାଣୀ) ପାଞ୍ଚ ଜଣ କ୍ରିମିନାଲ ଡକାୟତ ମାନଙ୍କୁ କାବୁ କରିବାରେ ସଫଳ ହୋଇଛି ପୋଲିସକୁ ଏପରି ଏକ ଜଘନ୍ୟ କାଣ୍ଡ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ରେ ସ୍ଥାନୀୟ ପୋଲିସକୁ ମିଳିଲା ବଡ଼ ସଫଳତା ।୫ ଡକାୟଙ୍କୁ ବାନ୍ଧିଲା ବାଲିଗୁଡ଼ା ପୋଲିସ୍ । ବାଲିଗୁଡ଼ା-ଖମନଖୋଲ ରାସ୍ତା ଡାବୁଡାକା ଘାଟିରେ କରିଥିଲେ ଖେଳ । ତାହା ପୁଣି ଏମିତି କରିଥିଲେ ଆପଣ ମାନେ ଜାଣିଲେ ରାସ୍ତାରେ ଚାଲିକି ଯିବାକୁ ଭୟ କରିବେ ଜଣେ ବ୍ୟକ୍ତିଙ୍କୁ ମାଡ଼ମାରି ୨୦ ହଜାର ଟଙ୍କା, ବାଇକ୍ ଓ ମୋବାଇଲ୍ ଲୁଟି ନେଇଥିଲେ ଦୁର୍ବୃତ୍ତ ଚୋରି ସାମଗ୍ରୀ ଉଦ୍ଧାର ସହ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ୍ ।ଅଭିଯୁକ୍ତଙ୍କ ନିକଟରୁ ୩ଟି ବାଇକ୍‌,୪ଟି ମୋବାଇଲ୍ ଫୋନ୍ ସମେତ ୨୦ ହଜାର ଟଙ୍କା ଜବତ ହୋଇଛି । ସୂଚନା ଅନୁଯାୟୀ ଗତ ୮ ତାରିଖ ଦିନ ସକାଳ ପ୍ରାୟ ୧୦ଟା ସମୟରେ ଅଜୟ କୁମାର ନାମକ ଜଣେ ବ୍ୟକ୍ତି ନିଜ ମୋଟରସାଇକେଲ ଯୋଗେ ବାରଖମାରୁ ବାହାରି ବଲାଙ୍ଗୀର ଯାଉଥିଲେ ତାଙ୍କ ମ୍ୟାନେଜର ନିକଟକୁ । ଯିବା ବାଟରେ ଡାବୁଡାକା ଘାଟିରେ ଦୁଇଟି ମୋଟରସାଇକେଲରେ ୫ଜଣ ଦୁର୍ବୃତ୍ତ ହଠାତ୍ ଆସି ଅଜୟ କୁମାରଙ୍କୁ ଅଟକାଇ ମାଡ଼ ମାରିବା ସହ ସେ ଧରିଥିବା ନଗଦ ୨୦ ହଜାର ଟଙ୍କା, ମୋବାଇଲ୍ ଫୋନ୍ ଓ ତାଙ୍କ ଐରକ୍ସକ୍ଟ ଐୠ ଊରକ୍ଷଙ୍କଙ୍ଘର ମୋଟରସାଇକେଲ ଛଡ଼ାଇ ନେଇଯାଇଥିଲେ । ଅଜୟ କୁମାର ସେଠାରୁ ଫେରି ବାରଖମା ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପ୍ରକାରେ ଫାଣ୍ଡି ଅଧିକାରୀ ଅମରେନ୍ଦ୍ର ବାହୁବଳୀ ସୁବୁଦ୍ଧି ତ୍ୱରିତ ପଦକ୍ଷେପ ନେବା ସହ ଘଟଣାରେ ସମ୍ପୃକ୍ତ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଗିରଫ ଅଭିଯୁକ୍ତମାନେ ହେଲେ ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଥାନା ଅଞ୍ଚଳର ଅଜିତ୍ ସାହୁ ଓ ଆଶିଷ ପୁଟେଲ,ସମ୍ବଲପୁର ଜିଲ୍ଲା ଧମା ଥାନା ଅଞ୍ଚଳର ରାଜନାଥ ଅମାତ୍‌, ସୁବର୍ଣ୍ଣପୁର ଜିଲ୍ଲା ଝ.ରାମପୁର ଥାନା ଅଞ୍ଚଳର ରିତିକ୍ ଖମାରୀ ଓ ଶିବ ପଟେଲ୍ ହୋଇଥିବା ବେଳେ ଏନେଇ ଅଧିକ ତଦନ୍ତ ଜାରି ରହିଥିବା ପୋଲିସ୍ ପକ୍ଷରୁ ସୂଚନା ମିଳିଛି ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ