‘ପରବ’ରେ ଉପେକ୍ଷା, ସାମ୍ବାଦିକଙ୍କ ଧାରଣା

Dec 20, 2025 - 09:06
 0  1
‘ପରବ’ରେ ଉପେକ୍ଷା, ସାମ୍ବାଦିକଙ୍କ ଧାରଣା

କୋରାପୁଟ,୧୯/୧୨(ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା): ‘ପରବ’ର ପ୍ରଚାରପ୍ରସାର ଲାଗି ଗୁରୁତ୍ବ ଦିଆଯାଉଥିବା ବେଳେ ସାମ୍ବାଦିକଙ୍କୁ ଉପେକ୍ଷା। ଫଟୋ ଉଠାଇବା ଏବଂ କାର୍ଯ୍ୟ ସମ୍ପାଦନା ବେଳେ ପୁଲିସର ଅଯଥା ହସ୍ତକ୍ଷେପ । ଏହାକୁ ବିରୋଧ କରି ଫାଟକ ଆଗରେ ଧାରଣା ଦେଇଛତି ସାମ୍ବାଦିକମାନେ । କେତେକ ପରବସ୍ଥଳ ଛାଡ଼ିଛନ୍ତି । ଜଣଙ୍କ ପରେ ଜଣେ ଯାଇ ଫଟୋ ଉଠାଇବା ଲାଗି ଏସ୍ପିଙ୍କ ପରାମର୍ଶ ସତ୍ତ୍ୱେ ଅସନ୍ତୋଷ ଥମିନି। ଗତ ୧୮ ତାରିଖ ଅର୍ଥାତ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଗଣମାଧ୍ୟମ ପ୍ରତିନିଧି ବସିବା ଲାଗି ଷ୍ଟେଜ୍‌ର ଗୋଟିଏ ପାଖରେ ବ୍ୟବସ୍ଥା କରାଯାଇଥିଲା । ଯଦ୍ଵାରା ଫଟୋ ଏବଂ ଭିଡ଼ିଓ ଉତ୍ତୋଳନ ବେଳେ ସମସ୍ୟା ଉପୁଜିଥିଲା। ସାମନାକୁ ଆସି ଫଟୋ ଉଠାଇବାରୁ ପୁଲିସ ଅଧିକାରୀମାନେ ପାଖକୁ ଘୁଞ୍ଚିବା ଲାଗି କହିଥିଲେ । ଏହାକୁ ନେଇ ସାମ୍ବାଦିକଙ୍କ ମଧ୍ୟରେ ପ୍ରକାଶ ପାଇଥିଲା ତୀବ୍ର ପ୍ରତିକ୍ରିୟା। ସମସ୍ତେ ସଭାସ୍ଥଳ ଛାଡୁଥିବା ଦେଖି ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଏବଂ ଅନ୍ୟ ଅଧିକାରୀମାନେ ବୁଝାଶୁଝା କରିଥିଲେ। ତଥାପି ପୁଲିସର ଅଯଥା ହସ୍ତକ୍ଷେପକୁ ନେଇ ଅସନ୍ତୋଷ ବଢିଥିଲା । ଏହାକୁ ନେଇ ନଗର ଉନ୍ନୟନ ମନ୍ତ୍ରୀ ଜାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ଘେରିଥିଲେ ସାମ୍ବାଦିକ । ଅବହେଳାକୁ ନେଇ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ସମସ୍ୟା ବାବଦରେ ଆଲୋଚନା କରା‌ଯିବ ବୋଲି କହି ମନ୍ତ୍ରୀ ଚାଲିଯାଇଥିଲେ।ଆଜି ଦ୍ଵିତୀୟ ରଜନୀରେ ପୁଲିସର ଆକ୍ରୋଶମୂଳକ ମନୋଭାବ ଦେଖିବାକୁ ମିଳିଛି। ସାମ୍ବାଦିକଙ୍କ ଲାଗି ଏକ ଜୋନସୃଷ୍ଟି କରିଛି। ଷ୍ଟେଜ ଭିତରକୁ ଯାଇ ଫଟୋ, ଭିଡ଼ିଓ ଉତ୍ତୋଳନ ଲାଗି ବାରଣ କରିଛି। ସାମ୍ବାଦିକମାନେ କହିଛନ୍ତି, ପରବ ପଡ଼ିଆରେ ଇଣ୍ଟରନେଟ୍ ସେବା ଯୋଗାଇ ଦିଅଯିବ ବୋଲି ପ୍ରସ୍ତୁତି ବୈଠକରେ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ । ଏହା ପ୍ରତିଶ୍ରୁତିରେ ରହିଯାଇଛି। ପୁଲିସ ଏବଂ ପ୍ରଶାସନ ମଧ୍ୟରେ ଆବଶ୍ୟକ ତାଳମେଳ ରହୁନି । ରାଜନୈତିକ ଦଳର କର୍ମ କରମାନେ ଆରାମରେ ଯିବାଆସିବା କରୁଥିବା ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କୁ ବାରଣ କରାଯାଉଛି। ପୁଲିସ ଏବଂ ଇଭେଣ୍ଟ ମ୍ୟାନେଜମେଣ୍ଟ ସଂସ୍ଥା କର୍ମଚାରୀଙ୍କ ଦବଦବା ଅଧିକ ରହୁଛି। ଏହାକୁ ବିରୋଧ କରି ଧାରଣା ଦିଆଯାଇଛି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ