ପତିଆରା ପାଇଁ ଲଢେଇର ପରିଣତି , ଦନ୍ତାହାତୀ ର ମୃତ୍ୟୁ

Nov 21, 2024 - 06:36
 0  10
ପତିଆରା ପାଇଁ ଲଢେଇର ପରିଣତି , ଦନ୍ତାହାତୀ ର ମୃତ୍ୟୁ

ବେତନଟୀ , ମୟୂରଭଞ୍ଜ ଜିଲ୍ଲାର ବେତନଟୀ ରେଞ୍ଜ ତଥା ଥାନା ଅନ୍ତର୍ଗତ ସୁନାହଜା ଗାଁ ମୁଣ୍ଡ ଜଙ୍ଗଲ ପାର୍ଶ୍ଵ ଧାନକ୍ଷେତରୁ ଏକ ଦନ୍ତାହାତୀର ମୃତଦେହ ବୁଧବାର ସନ୍ଧ୍ୟାରେ ଠାବ କରାଯାଇଛି l ୩ ଦିନ ଧରି ଦୁଇ ହାତୀ ମଧ୍ୟରେ ଘମାଘୋଟ ଲଢେଇ ଯୋଗୁ ମୃତ୍ୟୁ ଘଟିଥିବା ଗ୍ରାମବାସୀଙ୍କ ସୂତ୍ରରୁ ପ୍ରକାଶ। ସୂଚନା ମୁତାବକ ଦୁଇଟି ଅଳ୍ପବୟସ୍କ ଦନ୍ତାହାତୀ ତିନିଦିନ ପାଖାପାଖି ହେବ ସୁନାହଜା ଗାଁ ମୁଣ୍ଡ ଧାନକ୍ଷେତ ନିକଟରେ ଲଢେଇ ଲାଗିଥିଲେ। ଦୁଇ ହାତୀଙ୍କ ଘମାଘଟ ଲଢେଇ ଓ ଗର୍ଜନରେ ଭୟଭୀତ ଗ୍ରାମବାସୀ ଧାନକ୍ଷେତକୁ ଯାଇପାରୁ ନଥିଲେ l ତେବେ ବୁଧବାର ଅପରାହ୍ନରେ କିଛି ଗ୍ରାମବାସୀ ଧାନକ୍ଷେତ ନିକଟକୁ ଯାଇଥିବା ବେଳେ ସେଠାରେ ହାତୀର ମୃତଦେହ ଦେଖି ବନବିଭାଗକୁ ଖବର ଦେଇଥିଲେ l ଖବରପାଇ ଏସିଏଫ ରବିନାରାୟଣ ମହାନ୍ତି, ରେଞ୍ଜର ମନୁୱାର ଖାଁ , ବନରକ୍ଷୀ ପ୍ରଶାନ୍ତ ସିଂ ସାମନ୍ତ ପ୍ରମୁଖ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି l ତେବେ ଆଜି ରାତି ହୋଇଯାଇଥିବା ଯୋଗୁଁ ଆସନ୍ତା କାଲି ସକାଳେ ଭୁବନେଶ୍ୱରରୁ ଜଏଣ୍ଟ ଟାସ୍କ ଫୋର୍ସ ର ବିଶେଷଜ୍ଞ ଦଳ ପହଞ୍ଚିବା ପରେ ମୃତଦେହ ର ବ୍ୟବଛେଦ କରାଯିବ ବୋଲି ବିଭାଗୀୟ ସୁତ୍ରରୁ ସୂଚନା ମିଳିଛି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ