।। ପଟାଙ୍ଗି ସମିତି ବୈଠକ ଅନୁଷ୍ଠିତ ।।

Dec 8, 2023 - 19:04
 0  395
।। ପଟାଙ୍ଗି ସମିତି ବୈଠକ ଅନୁଷ୍ଠିତ ।।

ପଟ୍ଟାଙ୍ଗି ,୦୮-୧୨ ,କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ କାର୍ଯ୍ୟାଳୟ ରେ ପରିସରର ରହିଥିବା ସଭା ଗୃହରେ ବ୍ଲକ ଅଧ୍ୟକ୍ଷା କଳ୍ପ ପାଙ୍ଗିଙ୍କ ନିର୍ଦେଶ କ୍ରମେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁକାନ୍ତ କୁମାର ପଟ୍ଟନାୟକ ଙ୍କ ସହଯୋଗେ ରେ ହୋଇଥିଲ ସମିତି ବୈଠକ କିନ୍ତୁ ସମିତି ବୈଠକରେ ଦେଖାଦେଇଥିବା କିଛି ସମସ୍ୟାକୁ ନେଇ ଉପସ୍ଥିତ ପଞ୍ଚାୟତ ପ୍ରତିନିଧିଙ୍କ ମଧ୍ୟରେ ଦେଖାଦେଇଥିଲା ଉଦବେଗ । ସୂଚନା ମୁତାବକ ଉକ୍ତ ବୈଠକରେ ପୂର୍ବ ସମିତି ବୈଠକକୁ ନେଇ ଆଲୋଚନା ହେବା ପରେ ଚଳିତ ବୈଠକ ପାଇଁ ଆରମ୍ବ ହୋଇଥିଲା ଆଲୋଚନା ଯାହାକି ବୈଠକ ର କାର୍ଯ୍ୟସୂଚୀ ଅନୁସାରେ ଶିକ୍ଷା ବିଭାଗରୁ ଆରମ୍ଭ ହୋଇଥିଲା ଉକ୍ତ ବୈଠକର ଆଲୋଚନା ଏହି ସମୟରେ ଜିଲ୍ଲା ପରିଷଦ ସଭ୍ୟ ଟିକାଇ ଗେମେଲ ସମିତି ସଭ୍ୟ ବୈଠକ ବର୍ଷକୁ କେତୋଟି ହେବା ଉଚିତ ବୋଲି ପ୍ରଶ୍ନ କରିଥିଲେ । ଯାହାକୁ ନେଇ ଉପସ୍ଥିତ ସମସ୍ତ ସରପଞ୍ଚ ,ସମିତି ସଭ୍ୟ ସଭ୍ୟା ଜିଲ୍ଲା ପରିଷଦ ସଭ୍ୟ ଗେମେଲ ଙ୍କୁ ସମର୍ଥନ କରି ନିର୍ବାଚିତ ପ୍ରତିନିଧି ମାନଙ୍କୁ ଏଠାରେ ସମ୍ପୂର୍ଣ୍ଣ ଅଣଦେଖା କରାଯାଇ ନିଜ ମନ ମୁତାବକ ଭାବେ ବୈଠକ କରାଯାଉଛି । ଯାହାକି ଏହା ଗଣତନ୍ତ୍ର ପାଇଁ ଠିକ ନୁହେଁ ବୋଲି ମତ ପ୍ରକାଶ କରି ହୋ ହାଲା କରିଥିଲେ। ଏହିପରିକି ଶିକ୍ଷା ବିଭାଗରେ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ କାହାର ନିର୍ଦେଶ ରେ ଗୋଟିଏ ବିଦ୍ୟାଳୟ ରୁ ଅନ୍ୟ ବିଦ୍ୟାଳୟକୁ ଡେପୁଟେସନ କରାଯାଉଛି ବୋଲି ଜିଲ୍ଲା ପରିଷଦ ସଭ୍ୟ ଗେମେଲ ପ୍ରଶ୍ନ କରିଥିଲେ। ଉକ୍ତ ପ୍ରଶ୍ନ ର ଉତ୍ତର ରେ ବୈଠକ ରେ ଉପସ୍ଥିତ ରହିଥିବା ଶିକ୍ଷା ବିଭାଗର ଏ ବି ଓ ରଜନୀକାନ୍ତ ବଡନାୟକ ଆପଣଙ୍କ ପ୍ରଶ୍ନ ର ଉତ୍ତର ବିଭାଗୀୟ ଅଧିକାରୀ ତଥା ବି ଇ ଓ ଦେଇପାରିବେ । ସିଏ କାହାର ନିର୍ଦେଶ ରେ ଡେପୁଟେସନ କରୁଛନ୍ତି ବୋଲି ଜାଣି ନାହିଁ ବୋଲି ମନ୍ତବ୍ୟକୁ ନେଇ ଉପସ୍ଥିତ ସରପଞ୍ଚ ମାନେ ଅସନ୍ତୋଷ ପ୍ରକାଶ କରି ଯଦି ସମିତି ସଭ୍ୟ ବୈଠକରେ ଆସୁଥିବା ବିଭାଗୀୟ ଅଧିକାରୀ ମାନେ ନିଜ ବିଭାଗର ତଥ୍ୟ ନେଇ ଆସୁନାହାନ୍ତି ତାହାହେଲେ ଏହି ସମିତି ବୈଠକ ହେବା ଠିକ ନୁହେଁ ବୈଠକଟିକୁ ବନ୍ଦ କରାଯାଉ ,ସମ୍ପୂର୍ଣ୍ଣ ତଥ୍ୟ ଆଣିଲେ ହିଁ ବୈଠକ ଟି କରାଯାଉ ବୋଲି ଦାବି କଟିଥିଲେ । ସେହିପରି ବୈଠକ ର ପରିଶେଷରେ ଉନ୍ନୟନ ବିଭାଗର ଅଗ୍ରଗତି କୁ ନେଇ ଏ ପି ଓ ସୌମନ୍ଦ୍ର ନାୟକ ତଥ୍ୟ ଉପସ୍ଥାପନ କରିଥିବା ବେଳେ ସମିତି ସଭ୍ୟ ଓ ସରପଞ୍ଚ ମାନେ ଆମ ଓଡ଼ିଶା ନବୀନ ଓଡିଶା ମାଧ୍ୟମରେ ପ୍ରତି ପଞ୍ଚାୟତ ରେ ଦିଆଯାଇଥିବା ୫୦ ଲକ୍ଷ ଅନୁଦାନକୁ ନେଇ ପ୍ରସ୍ତୁତ ହୋଇଥିବା ପ୍ରକଳ୍ପ କାହାର ନିର୍ଦେଶ ରେ ପ୍ରସ୍ତୁତ କରାଯାଇଛି ଏବଂ ଯେପର୍ଯ୍ୟନ୍ତ ପଞ୍ଚାୟତ ର ସରପଞ୍ଚ ,ସମିତି ସଭ୍ୟ ଅନୁଦାନ ସମ୍ପର୍କରେ କୌଣସି ସୂଚନା ଯେତେବେଳେ ପାଇନାହାନ୍ତି ସେଠାରେ କୌଣସି ପ୍ରକଳ୍ପ ଆରମ୍ଭ କରିବା ବନ୍ଦ କରାଯାଉ ନଚେତ ଆସନ୍ତା ଦିନରେ ଯିଏ ପ୍ରକଳ୍ପ ଆରମ୍ବ କରିବ ତାକୁ ଦୃଢ଼ ପ୍ରତିବାଦ କରାଯିବ ବୋଲି କଢା ଚେତାବନୀ ଦେଇଥିଲେ। ଏହିପରିକି ପୂର୍ଵତ୍ତନ ବ୍ଲକ ଅଧ୍ୟକ୍ଷା ତଥା ବର୍ତ୍ତମାନ ର ଗାଙ୍ଗରାଜପୁର ପଞ୍ଚାୟତ ର ସମିତି ସଭ୍ୟ ବିମଳା ପାଙ୍ଗି ଗତ ଦିନରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ପ୍ରକୋଷ୍ଟ ରେ କିଛି ଲୋକ ଏବଂ ବିଧାୟକ ପ୍ରତିନିଧି ଆମ ଓଡ଼ିଶା ନବୀନ ଓଡିଶା ଯୋଜନା ସମ୍ପର୍କ ରେ ଆଲୋଚନା କରୁଥିବା ସମୟରେ ମୁଁ ଉପସ୍ଥିତ ରହିଥିବାରୁ ତୁମେ ଅଲଗା ଦଳର ସଦସ୍ୟ ହୋଇଥିବାରୁ ତୁମେ ଏଠି ଉପସ୍ଥିତି ରହିବା ଠିକ ନୁହେଁ ବୋଲି କହି ପ୍ରକୋଷ୍ଟ ରୁ ବାହାର କରିଦେବା କେତେଦୂର ଠିକ ବୋଲି ସମିତି ସଭ୍ୟ ବୈଠକରେ ପ୍ରଶ୍ନ କରିଥିଲେ । ଯାହାକୁ ନେଇ ସମିତି ସଭ୍ୟ ବୈଠକରେ ତୋଫାନ ହୋଇଥିଲା । ଉକ୍ତ ବୈଠକରେ ସାଂସଦ ପ୍ରତିନିଧି ଶୂକ୍ରା ଖରା , ବ୍ଲକ ଉପାଧ୍ୟକ୍ଷ ତ୍ରିନାଥ କୋଟା ,ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ଃ ଭଗବତ ମୁର୍ମୁ ,ଜି ପି ଓ ଦିବାକର ପୁରୋହିତ ଙ୍କ ସମେତ ସମସ୍ତ ସରପଞ୍ଚ ,ସମିତି ସଭ୍ୟ ଓ ବ୍ଳକର ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ।

 ପଟାଙ୍ଗି ରୁ କୃଷ୍ଣ ଚନ୍ଦ୍ର ଗୋଲରୀ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 2
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ