ପଞ୍ଚ ଦିବାସୀୟ ପ୍ରେରଣା ତାଲିମ କାର୍ଯ୍ୟକ୍ରମ ଉଦଯାପିତ

Feb 19, 2025 - 19:48
 0  7
ପଞ୍ଚ ଦିବାସୀୟ ପ୍ରେରଣା ତାଲିମ କାର୍ଯ୍ୟକ୍ରମ ଉଦଯାପିତ

ନୂଆପଡ଼ା ଜିଲ୍ଲା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ 174 ଜଣ ନବନିଯୁକ୍ତ ଯୋଜନା ଭିତ୍ତିକ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ପଞ୍ଚ ଦିବାସୀୟ ପ୍ରେରଣା ତାଲିମ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। ଜିଲ୍ଲା ଶିକ୍ଷାଅଧିକାରୀ ଶ୍ରୀଯୁକ୍ତ କରୁଣାକର ଭୁଏଙ୍କ ମାର୍ଗଦର୍ଶନରେ,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ସୁଧାଂଶୁ ଶେଖର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଓ ଜିଲ୍ଲା ଶୈକ୍ଷିକ ସଂଯୋଜକ ଶ୍ରୀଯୁକ୍ତ ହେମନ୍ତ କୁମାର ଭୋଇଙ୍କ ଅଭିପ୍ରେରଣାରେ ଜିଲ୍ଲାର ପାଞ୍ଚଟି ବ୍ଲକରେ ନିଯୁକ୍ତି ପାଇଥିବା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ତିନୋଟି ପର୍ଯ୍ୟାୟରେ ପ୍ରେରଣା ପ୍ରଶିକ୍ଷଣ ଦିଆଯାଇଛି।ଏହି କାର୍ଯ୍ୟକ୍ରମରେ ସମ୍ବଳ ଶିକ୍ଷକ ଭାବରେ କିଶୋର ଚନ୍ଦ୍ର ପ୍ରଧାନ, ହିମାଞ୍ଚଳ ପ୍ରଧାନ, ଗୁଣସାଗର ଭୋଇ ଓ ପ୍ରୀତିପୁଷ୍ପା ମହାନ୍ତି ଶିକ୍ଷଣ କାର୍ଯ୍ୟ ପରିଚାଳନା କରିଥିଲେ। ଏଥିରେ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ସଂରଚନା, ଶ୍ରେଣୀ ପରିଚାଳନା, ଶିକ୍ଷା କ୍ଷେତ୍ର ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଯୋଜନା, ପିଲାଙ୍କୁ ବୁଝିବା, କ୍ରିୟାତ୍ମକ ଗବେଷଣା, ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ଆଦି ବିଭିନ୍ନ ବିଷୟରେ ପ୍ରଶିକ୍ଷଣ ଦିଆଯାଇଥିଲା।ପ୍ରତ୍ୟେକ ପର୍ଯ୍ୟାୟର ଉଦ୍ଘାଟନୀ ଓ ଉଦଯାପନୀ ଉତ୍ସବରେ ଜିଲ୍ଲା ସ୍ତରୀୟ ଅଧିକାରୀ ଗଣ ଉପସ୍ଥିତ ରହି ମାର୍ଗଦର୍ଶନ କରିବା ସହ ପ୍ରମାଣ ପତ୍ର ଓ ପେନ ଡ୍ରାଇଭ ପ୍ରଦାନ କରିଥିଲେ।ଏଥିରେ ଅଂଶଗ୍ରହଣ କରିଥିବା ସମସ୍ତ ପ୍ରଶିକ୍ଷାର୍ଥୀଙ୍କ ଉପରେ ଜାତୀୟ ଶିକ୍ଷା ନୀତି ୨୦୨୦,ନିପୁଣ ଓଡ଼ିଶା,ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଆଦିର ର୍ଯ୍ୟକାରିତାର ଗୁରୁ ଦାୟିତ୍ଵ ରହିଥିବାରୁ ଅଧିକ ସମର୍ପିତ, ଉତ୍ସର୍ଗୀକୃତ ଓ ସ୍ୱତଃସ୍ପୁର୍ତ ଭିତରେ କାର୍ଯ୍ୟ ସମ୍ପାଦନ କରିବା ପାଇଁ ଅଧିକାରୀ ମାନେ ଓ ସାଧନକର୍ମୀ ଗଣ ଅଭିପ୍ରେରିତ କରିଥିଲେ। ସମଗ୍ର ଶିକ୍ଷା କାର୍ଯ୍ୟାଳୟ ସହାୟକ ସଂଜୀବ ବଗର୍ତ୍ତି,ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମଧୁସୂଦନ ସାହୁ ଏବଂ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଏହି ଶିବିର ଆୟୋଜନରେ ସାହାଯ୍ୟ ସହଯୋଗ କରିଥିଲେ ।

ନୂଆପଡ଼ାରୁ ବିଶ୍ୱନାଥ ସlମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ