ନ୍ୟାସନାଲ ମହାବିଦ୍ୟାଳୟ ଠାରେ ମେଗା ଚାରାରୋପଣ ଶିବିର ଉଦଘାଟିତ

Aug 23, 2024 - 22:10
 0  16
ନ୍ୟାସନାଲ ମହାବିଦ୍ୟାଳୟ ଠାରେ ମେଗା ଚାରାରୋପଣ  ଶିବିର ଉଦଘାଟିତ

ନୂଆପଡ଼ା : ନୂଆପଡ଼ା ସ୍ଥିତ ନ୍ୟାସନାଲ ମହାବିଦ୍ୟାଳୟ ଠାରେ ରାଷ୍ଟ୍ରୀୟ ସେବା ଯୋଜନା ତରଫରୁ ମେଗା ଚାରାରୋପଣ ପାଇଁ ଏକ ସ୍ବତନ୍ତ୍ର ଶିବିର ଉଦଘାଟିତ ହୋଇଯାଇଛି । ଏହି ଶିବିର ଅଗଷ୍ଟ ୨୨ରୁ ଆରମ୍ଭ ହୋଇ ଅଗଷ୍ଟ ୨୮ ପର୍ଯ୍ୟନ୍ତ ଏକ ସପ୍ତାହ ବ୍ଯାପି ଚାଲିବ । ଏଥି ନିମନ୍ତେ ଚାରାରୋପଣର ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ସଚେତନତା କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେବ ।ମହାବିଦ୍ଯାଳୟର ଅଧ୍ୟକ୍ଷ ପ୍ରଫେସର ହିତେଶ କୁମାର ସାହୁଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାଧ୍ୟାପକ ଦୁର୍ଲ୍ଲଭ ଚରଣ ବେହେରା, ଡ଼ ପ୍ରମୋଦ କୁମାର ରାଉତ,ପିରାମଲ ଫାଉଣ୍ଡେସନର ଭବାନୀଶଙ୍କର ନାୟକ, ନର୍ଗିସ ପର୍ବିନ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ଅତିଥି ମାନେ ଜଳବାୟୁ ପରିବର୍ତ୍ତନ ଓ ବୃକ୍ଷ ରୋପଣର ଆବଶ୍ୟକତା ସଂପର୍କରେ ଆଲୋଚନା କରିଥିଲେ । ରାଷ୍ଟ୍ରୀୟ ସେବା ଯୋଜନା ଅଧିକାରୀ ଗୋପୀ ଗୋପାଳ ସୁନା କାର୍ଯ୍ୟକ୍ରମଟିକୁ ସଂଯୋଜନା କରିଥିବା ବେଳେ ଜିଲ୍ଲା ଯୁବ ରେଡ଼କ୍ରସ ଆବାହକ-ସଂପାଦକ ଶିବ ପ୍ରସାଦ ସା ଉପସ୍ଥିତ ଅତିଥି ଓ ସ୍ବେଚ୍ଛାସେବୀ ମାନଙ୍କୁ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ଯାପକ, ଅଧ୍ଯାପିକା ଓ ସ୍ବେଚ୍ଛାସେବୀ ମାନେ ଯୋଗଦାନ କରିଥିଲେ ।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ