ନ୍ୟାସନାଲ ଡ଼କ୍ଟରସ ଡେ ପାଳନ ଅବସରରେ ରକ୍ତ ଦାନ ଶିବିର ଅନୁଷ୍ଠିତ

Jul 14, 2025 - 18:26
 0  17
ନ୍ୟାସନାଲ ଡ଼କ୍ଟରସ ଡେ ପାଳନ ଅବସରରେ ରକ୍ତ ଦାନ ଶିବିର ଅନୁଷ୍ଠିତ

ବାରିପଦା : ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ପି•ଆର•ଏମ ମେଡିକାଲ କଲେଜ ପ୍ରାଙ୍ଗଣରେ ଜାତୀୟ ଡକ୍ଟର ଦିବସ ପାଳନ ହୋଇଯାଇଛି ଏହି ଦିବସ ପାଳନ ଅବସରରେ ପି ଆର ଏମ କଲେଜ ପରିସରରେ ଆଇ. ଏମ.ଏ. ମୟୂରଭଞ୍ଜ ଏବଂ ପି ଆର ଏମ ଛାତ୍ରସଂଘର ମିଳିତ ଆନୁକୁଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ପି•ଆର•ଏମ ମେଡିକାଲ କଲେଜର ଅଧ୍ୟକ୍ଷା ପ୍ରଫେସର୍ ଡକ୍ଟର ପ୍ରତିଭା ପଣ୍ଡା ଏବଂ ଆଇ. ଏମ.ଏ. ମୟୂରଭଞ୍ଜ ର ସଭାପତି ଡକ୍ଟର ଶ୍ୟାମସୁନ୍ଦର ଖଣ୍ଡେଲୱାଲ୍ ଉଦ୍ଘାଟନ କରିଥିଲେ। ବାରିପଦା ରକ୍ତକେନ୍ଦ୍ର ଅଧିକାରୀ ଡକ୍ଟର ସୌମ୍ୟରଞ୍ଜନ ନାୟକ ଏଵଂ କିମ୍ସ ମେଡିକାଲ କଲେଜର ଡକ୍ଟର ଆଶୀର୍ବାଦ ଶର୍ମା ସର୍ବପ୍ରଥମେ ରକ୍ତଦାନ କରି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଶିଶୁ ବିଭାଗର ସହକାରୀ ପ୍ରଫେସର ଡକ୍ଟର ଶ୍ୱେତପଦ୍ମା ବିଶ୍ବାଳ ମଧ୍ୟ ରକ୍ତଦାନ କରିଥିଲେ। ଅନ୍ୟାନ୍ୟ ବ୍ୟକ୍ତିତ୍ଵ ମାନଙ୍କ ମଧ୍ୟରେ ଡକ୍ଟର କୈଳାଶ ଚନ୍ଦ୍ର ମହାନ୍ତି, ଡକ୍ଟର ବିଶ୍ଵନାଥ ଦାସ, ଡକ୍ଟର ଥିଟା ମହାନ୍ତି, ଡକ୍ଟର ବୁଦ୍ଧିଆ ମାଝୀ, ଡକ୍ଟର ରଞ୍ଜୁଲତା ମହାନ୍ତି ପ୍ରମୁଖ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। PRM ଷ୍ଟୁଡେଣ୍ଟ୍ ୟୁନିଅନର ସାଧାରଣ ସମ୍ପାଦକ ଶ୍ରୀ ସତ୍ୟସୁନ୍ଦର୍ ସେଠୀ ତଥା ସମସ୍ତ ଡ଼ାକ୍ତରୀ ଛାତ୍ରଛାତ୍ରୀ ମାନଙ୍କ ମିଳିତ ଉଦ୍ୟମରେ ଏହି ରକ୍ତଦାନ ଶିବିରରୁ ୧୫୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଡକ୍ଟର ନାୟକଙ୍କ ସହିତ ରକ୍ତକେନ୍ଦ୍ରର କର୍ମଚାରୀ ମାନେ ଏହି ରକ୍ତଦାନ ଶିବିରକୁ ସୁଚାରୁ ରୂପେ ପରିଚାଳନା କରିଥିଲେ। ପ୍ରତିଦିନ ନିରବଚ୍ଛିନ୍ନ ଭାବେ ରୋଗୀ ମାନଙ୍କୁ ସେବା ଯୋଗାଇବା ସହିତ ସେମାନଙ୍କ ଜୀବନ ରକ୍ଷା ସକାଶେ ନିଜେ ରକ୍ତଦାନ କରି ଡାକ୍ତର ମାନେ ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ