।। ନେସନାଲ କଲେଜ ଠାରେ ନୂଆ-ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ।।

Dec 9, 2023 - 18:57
 0  30
।। ନେସନାଲ କଲେଜ ଠାରେ ନୂଆ-ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ।।

ନୂଆପଡା : ନେସନାଲ କଲେଜ ନୂଆପଡା ଆନୁକୂଲ୍ୟରୁ ନୂଆ-ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମର ପ୍ରଥମ ଦିନରେ ଶ୍ରୀ ଭୈରବ ସାହୁ ମୁଖ୍ୟ ଅତିଥି ଭାବରେ ଥିବାବେଳେ, ସମ୍ମlନିତ ଅତିଥି ଭାବରେ କ୍ଷିତୀଶ ବୋଧନଙ୍କର, ପରିଚାଳନା କମିଟି ସଭାପତି, ଚିନି ଲାଲ ସାହୁ, ଜlମପାଣି ସମିତି ସଦସ୍ୟ, ସନ୍ତୋଷ ମହାନ୍ତି, ମିଷ୍ଟର ଇଣ୍ଡିଆ 2008, ଅଧ୍ୟକ୍ଷ, ହିତେଶ ସାହୁ, ନରସିଂହ ସାହୁ, ନନ୍ଦିନୀ ମଞ୍ଜୁରୀ ହୋତା, ମମତା ପଟ୍ଟନାୟକ, ବୈଦନାଥ ପ୍ରମୁଖ ଉପସ୍ଥିତ ଥିଲେ l ଉକ୍ତ କାର୍ଯ୍ୟକ୍ରମର ଦ୍ଵିତୀୟ ତଥା ଅନ୍ତିମ ଦିବସରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଅତିଥି ମାନେ ପୂଜାର୍ଚନା ସହ ଆଜିର କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ । କଳାହାଣ୍ଡି ରାଜ୍ୟ ସଭା ସାଂସଦ ଭୁବିନ୍ଦର ସିଂ ମୁଖ୍ୟ ଅତିଥିଙ୍କ ପଦାର୍ପଣ ଏବଂ ତାଙ୍କ ଭାଷଣ ଆମ୍ଭ ମାନଙ୍କୁ ମନ ମୁଗ୍ଧ କରିଥିଲା l ଯେତେବେଳେ ନୂଆପଡା ଜ଼ିଲ୍ଲା କଳାହାଣ୍ଡିରେ ଥିଲା ସେତବେଳେ ଭୁପେନ୍ଦ୍ର ସିଂ କଲେଜରେ ପାଠ ପଡୁଥିଲେ ସେ ଭାବୁଥିଲେ କଳାହାଣ୍ଡି ଜ଼ିଲ୍ଲା କୁ ବିଶ୍ୱ ଦରବାରେ ସୁନାମ କରିବାପାଇଁ କିନ୍ତୁ ଆଜି ସେ ଦିନରେ କଳାହାଣ୍ଡିରୁ ଅଧା ନୂଆପଡା ଜ଼ିଲ୍ଲା ହୋଇଯାଇଛି ନୂଆପଡା ଜ଼ିଲ୍ଲାକୁ କିଭଳି ବିଶ୍ୱ ସ୍ତରରେ ନାମ ଅର୍ଜିତ କରିବ ତା ପାଇଁ ମୁଁ ପ୍ରାଣ ପ୍ରଣେ ଚେଷ୍ଟାକରିବି l ନାସନାଲ କଲେଜକୁ ସରକାରୀ କଲେଜରେ ପରିଣତ କରିବା ପାଇଁ ଛାତ୍ରଛାତ୍ରୀ ମାନେ ନେବେଦନ କରିଥିଲେ ପରେ ସାଂସଦ ବାକିଥିବା ଅଧ୍ୟାପକ ପଦବୀକୁ ପୂରଣ ଶୀଘ୍ର କରିବି ବୋଲି ସେ ନିଜ ମତ ରଖିଥିଲେ l ସମ୍ମାନିତ ଅତିଥି ଭାବରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଓ ଜ଼ିଲ୍ଲା ଓକିଲ ସଙ୍ଘର ସଭାପତି, ପ୍ରସନ୍ନ ପାଢ଼ୀ, ଶୀକ୍ଷଵିତ ଶିବପ୍ରସାଦ ବେହେରା, ଜ଼ିଲ୍ଲା ପରିଷଦର ଉପସଭାପତି ଦୀପିକା କୌଶଲ୍ୟା ଦୀପ, ନୂଆପଡା ବ୍ଲକ ଚେୟାରମ୍ୟାନ ତାରେଶ୍ବରୀ ସାହୁ, ନାସନାଲ କଲେଜର ପରିଚାଳନା କମିଟୀର ସଭାପତି କ୍ଷିତୀଶ ବୋଧଙ୍କର, କଲେଜ ଅଧ୍ୟକ୍ଷ ହିତେଶ ସାହୁ, ଦୁର୍ଲଭ ଚରଣ ବେହେରା, ଧନୀ ସାହୁ ଉକ୍ତ କାର୍ଯ୍ୟକ୍ରମରେ ମଞ୍ଚାସିନ ଥିଲେ, ଛାତ୍ରଛାତ୍ରୀ ଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ ଯଥା ନାଚ, ଗୀତ, ମୋନୋ ଆକ୍ସନ, ମଜାଳିଆ କଥା ପ୍ରତିଯୋଗିତା ଓ ଫେସନ ସୋ ପ୍ରତିଯୋଗିତା କରାଯାଇଥିଲା l କାର୍ଯ୍ୟକ୍ରମ ଶେଷରେ କପିଳ ଦେବ ପାଣିଗ୍ରାହୀ ମଞ୍ଚ ପରିଚାଳନା କରିଥିଲାବେଳେ ନନ୍ଦିନୀ ମଞ୍ଜରୀ ହୋତା ସମସ୍ତ ଅଧ୍ୟାପକ ଓ ଅଧ୍ୟାପୀକା ମାନଙ୍କୁ ଧନ୍ୟବାଦ ଦେଇଥିଲେ ।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ, କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ