ନୂଆବର୍ଷ ପୂର୍ବରୁ ଗ୍ରାହକଙ୍କୁ ଜିଓର ଝଟକା, ୨ଟି ଲୋକପ୍ରିୟ ରିଚାର୍ଜ ପ୍ଲାନରେ ଆଣିଲା ପରିବର୍ତ୍ତନ

Dec 28, 2024 - 21:02
 0  117
ନୂଆବର୍ଷ ପୂର୍ବରୁ ଗ୍ରାହକଙ୍କୁ ଜିଓର ଝଟକା, ୨ଟି ଲୋକପ୍ରିୟ ରିଚାର୍ଜ ପ୍ଲାନରେ ଆଣିଲା ପରିବର୍ତ୍ତନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ଟେଲିକମ କମ୍ପାନୀ ଜିଓ ଏହାର ଉପଭୋକ୍ତାମାନଙ୍କୁ ଝଟକା ଦେଇଛି। ୨ଟି ଲୋକପ୍ରିୟ ରିଚାର୍ଜ ପ୍ଲାନରେ ଜିଓ ପରିବର୍ତ୍ତନ ଆଣିଛି। ନୂଆବର୍ଷରେ କିଛି ନୂଆ ଭେଟି ଦେବା ବଦଳରେ ଜିଓ କିଛି ପ୍ଲାନରେ ବଦଳ କରିଥିବାରୁ ଏହାକୁ ନେଇ ଗ୍ରାହକଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି।ଜିଓର ୨ଟି ଲୋକପ୍ରିୟ ରିଚାର୍ଜ ପ୍ଲାନ ହେଉଛି ୧୯ ଟଙ୍କା ଏବଂ ୨୯ ଟଙ୍କାର ଡାଟା ଭାଉଚର। ଏଥିରେ ଗ୍ରାହକଙ୍କୁ ଯଥାକ୍ରମେ ୧ ଜିବି ଏବଂ ୨ ଜିବି ଡାଟା ମିଳିଥାଏ। ଏହି ଦୁଇଟି ପ୍ଲାନର ବୈଧତା ମୂଳ ପ୍ଲାନର ବୈଧତା ପର୍ଯ୍ୟନ୍ତ ରହୁଥିଲା। କିନ୍ତୁ ଜିଓ ପକ୍ଷରୁ ତାହାକୁ ବଦଳାଇ ଦିଆଯାଇଛି। ଏଣିକି ଏହି ଦୁଇଟି ରିଚାର୍ଜ ପ୍ଲାନରେ ଆଗଭଳି ମୂଳ ପ୍ଲାନର ବୈଧତା ମିଳିବ ନାହିଁ। ୧୯ ଟଙ୍କା ରିଚାର୍ଜ କଲେ ଗୋଟିଏ ଦିନ ବୈଧତା ଉପଲବ୍ଧ ହେବ। ଯେଉଁଦିନ ରିଚାର୍ଜ କରାଯିବ ସେହିଦିନ ବୈଧତା ଶେଷ ହେବ। ସେହିପରି ୨୯ ଟଙ୍କିଆ ପ୍ଲାନରେ ୨ ଜିବି ଡାଟା ମିଳୁଥିବାବେଳେ ଏହାର ବୈଧତା ୨ ଦିନ ରଖାଯାଇଛି। ୨ ଦିନ ମଧ୍ୟରେ ଗ୍ରାହକଙ୍କୁ ଉକ୍ତ ଡାଟା ବ୍ୟବହାର କରିବାକୁ ପଡ଼ିବ।

What's Your Reaction?

Like Like 0
Dislike Dislike 0
Love Love 1
Funny Funny 0
Angry Angry 0
Sad Sad 2
Wow Wow 1
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ