ନୂଆପଡ଼ାରେ ଜିଲ୍ଲା ସ୍ତରୀୟ ଉଦ୍ୟାନ କୃଷି ସମୀକ୍ଷା ବୈଠକ

Jul 4, 2025 - 21:03
 0  12
ନୂଆପଡ଼ାରେ ଜିଲ୍ଲା ସ୍ତରୀୟ ଉଦ୍ୟାନ କୃଷି ସମୀକ୍ଷା ବୈଠକ

ନୂଆପଡ଼ାରେ ଜିଲ୍ଲା ସ୍ତରୀୟ ଉଦ୍ୟାନ କୃଷି ସମୀକ୍ଷା ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି l ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ ହରେକୃଷ୍ଣ ଚାନ୍ଦ ହାଂସଦାଙ୍କ ଦ୍ଵାରା ଆୟୋଜିତ ଏହି ବୈଠକରେ ଉଦ୍ୟାନ କୃଷି ବିଭାଗର ସମସ୍ତ ଅଧିକାରୀ ଗଣ ଓ କ୍ଷେତ୍ର କର୍ମଚାରୀ ଯୋଗଦେଇଥିଲେ l ଜିଲ୍ଲାପାଳ ସମସ୍ତଙ୍କୁ ସମ୍ବୋଧନ କରି କହିଲେ ଯେ ଜିଲ୍ଲାରେ କୃଷକ, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କ ଆୟ ଦ୍ଵିଗୁଣିତ କରିବା ସହିତ ସେମାନଙ୍କ ଜୀବନ ଧାରଣ ମାନ ଉଦ୍ୟାନ କୃଷି ଏବଂ ଆନୁଷଙ୍ଗିକ ବିଭାଗ ଜରିଆରେ ବୃଦ୍ଧି କରିବା ପାଇଁ ସମସ୍ତେ ପ୍ରୟାସରତ ହେବା l ଉଦ୍ୟାନ କୃଷି ସହିତ ସମନ୍ଵିତ କୃଷି ର ସଠିକ୍ ପରିଚାଳନା ଦ୍ଵାରା ଜିଲ୍ଲାରୁ ପ୍ରବାସୀ ଶ୍ରମିକ ସମସ୍ୟା ବହୁ ମାତ୍ରାରେ ଦୂର ହୋଇ ପାରିବ l ଉପ ନିର୍ଦ୍ଦେଶକ ପାୱର ପଏଣ୍ଟ ପ୍ରସ୍ତୁତି ମାଧ୍ୟମରେ ବୈଠକରେ ବିଭାଗୀୟ ପ୍ରଗତି ର ବିବରଣୀ ଦେଇଥିଲେ। ୨୫–୨୬ ଆର୍ଥିକ ବର୍ଷ ପାଇଁ ସମନ୍ଵିତ ଉଦ୍ୟାନ କୃଷି ଯୋଜନାରେ ଜିଲ୍ଲାରେ 55 ହେକ୍ଟର ରେ ଆମ୍ବ ଚାଷ, 8 ହେକ୍ଟର ରେ କଦଳୀ, 5 ହେକ୍ଟର ରେ ଡାଳିମ୍ବ, 5 ହେକ୍ଟର ରେ ହାଇବ୍ରିଡ ଅମୃତଭଣ୍ଡା, 45 ହେକ୍ଟର ରେ ପନିପରିବା, 28 ହେକ୍ଟର ରେ ଫୁଲ ଚାଷ ଏବଂ 10 ଟି ୟୁନିଟ୍ ଛତୁ ଚାଷ ହେବାର ଯୋଜନା ରହିଛି l ଏହା ସହିତ 400 ହେକ୍ଟର ବାଡବନ୍ଦି, 30 ହେକ୍ଟର ମଲ୍ଚିଙ୍ଗ ଏବଂ 4 ଟି ୟୁନିଟ୍ ରେ ଅର୍ଗାନିକ ଫାର୍ମିଙ୍ଗ କରିବା ଯୋଜନା ଅଛି l ରାଜ୍ଯ ଭିତରେ ଅନ୍ୟ ବିଭିନ୍ନ ଜିଲ୍ଲାରେ 150 ଜଣ ଏବଂ ରାଜ୍ୟ ବାହାରକୁ 3 ଜଣ ଚାଷୀ ଙ୍କୁ ଉନ୍ମତ ମାନର ତାଲିମ୍ ପାଇଁ ପଠାଯିବ l ଜିଲ୍ଳାର ଚାଷୀ ମାନଙ୍କୁ 300 ହେକ୍ଟର ରେ ବୁନ୍ଦା ଜଳସେଚନ ଏବଂ 1300 ହେକ୍ଟର ରେ ସ୍ପ୍ରିଙ୍କଲର୍ ଦ୍ଵାରା ଜଳସେଚନ ସୁବିଧା ଯୋଗାଇ ଦିଆଯିବ l 300 ହେକ୍ଟର ରେ ପାମ୍ ଚାଷ ହେବ l ନୂତନତା ଉପରେ ଗୁରୁତ୍ୱ ଦେଇ ଷ୍ଟ୍ରବେରି ଓ ଡ୍ରାଗନ୍ ଫଳ ପରି ଲାଭକାରୀ ଫଳ ଉତ୍ପାଦନକୁ ପ୍ରୋତ୍ସାହନ ଦିଆଯିବ l ଏହି ସବୁ ଯୋଜନାରେ ଫେରନ୍ତା ପ୍ରବାସୀ ଶ୍ରମିକ ମାନଙ୍କୁ ବିଶେଷ ଗୁରୁତ୍ୱ ଦେବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।ଏହି ଅବସରରେ ଉଦ୍ୟାନ କୃଷି ବିଭାଗରେ ଉତ୍ତମ ପ୍ରଦର୍ଶନ କରିଥିବା ଚାଷୀ ଚନ୍ଦ୍ରଶେଖର ଚନ୍ଦ୍ରକାର୍ - ନୂଆପଡ଼ା, ପରଶୁ ଶଗରିଆ - ଖରିଆର, ଧବଳେଶ୍ଵର ହଂସ - ସିନାପାଲି, ରଞ୍ଜିତ ଭୋଇ - କୋମନା ଏବଂ ଠାକୁରାଣୀ ଉତ୍ପାଦକ ଗୋଷ୍ଠୀ - ବୋଡ଼େନ ବ୍ଲକ୍ ଙ୍କର ସଫଳତାର କାହାଣୀ ପ୍ରଦର୍ଶିତ ହୋଇଥିଲାlଜିଲ୍ଲାପାଳ ଶ୍ରୀ ଦାସ ସମସ୍ତ ଅଧିକାରୀ ମାନଙ୍କୁ ଆହ୍ଵାନ ଦେଇ କହିଛନ୍ତି ଯେ, ଉଦ୍ୟାନ କୃଷି ପ୍ରକଳ୍ପ ଦ୍ୱାରା ଆମର ଲକ୍ଷ୍ୟ ହେଉଛି କୃଷକ ମାନଙ୍କ ସାମୁହିକ ଉନ୍ନତି ସହିତ ପ୍ରବାସୀ ଶ୍ରମିକ ପ୍ରଥାକୁ ରୋକିବା। କୃଷି ଲାଭଜନକ ହେଲେ ଲୋକମାନେ କଷ୍ଟକର ପ୍ରବାସୀ ଶ୍ରମିକ ହେବେନାହିଁ l ସରକାରୀ ତଥା ସ୍ଵେଚ୍ଛାସେବୀ ସଂଗଠନ ମାନେ ଏହାକୁ ଏକ ଆହ୍ଵାନ ଭାବି କାମ କରନ୍ତୁ ।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ