ନୂଆପଡା ରେ ଜିଲ୍ଲାପାଳ ସୁଭଦ୍ରା ସ୍ୱାଗତ ପଦଯାତ୍ରା ର ଶୁଭାରମ୍ଭ କଲେ

Sep 16, 2024 - 19:49
 0  21
ନୂଆପଡା ରେ ଜିଲ୍ଲାପାଳ ସୁଭଦ୍ରା ସ୍ୱାଗତ ପଦଯାତ୍ରା ର ଶୁଭାରମ୍ଭ କଲେ

ନୂଆପଡା : ନାରୀ ସଶକ୍ତିକରଣ ତଥା ସେମାନଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବା ପାଇଁ ରାଜ୍ୟ ସରକାରଙ୍କ ମହତ୍ୱାକାଂକ୍ଷୀ ଯୋଜନା ସୁଭଦ୍ରା ଏବେ ସାରା ରାଜ୍ୟ ରେ ଚାଲିଛି l ଆଜି ଏହି କ୍ରମରେ ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶ ସୁଭଦ୍ରା ସଚେତନତା ତଥା ସ୍ୱାଗତ ପଦଯାତ୍ରାକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି l 500 ରୁ ଉର୍ଦ୍ଧ ମହିଳାଙ୍କୁ ନେଇ ଗଠିତ ଏଇ ବିଶାଳ ପଦଯାତ୍ରା ସୁଭଦ୍ରା ଏବଂ ନାରୀ ଜାଗରଣ ଉପରେ ସ୍ଲୋଗାନ ଦେଇ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରୁ ଏକତା ଛକ ପର୍ଯ୍ୟନ୍ତ ଯାତ୍ରା କରିଥିଲା l ଏହାପରେ କାର୍ଯ୍ୟାଳୟ ପରିସରରେ ଏକ ମେଗା ସୁଭଦ୍ରା ଦସ୍ତଖତ ଅଭିଯାନ ତଥା ସଚେତନତା ସଭା ଅନୁଷ୍ଠିତ ହୋଇଥିଲା l ଏହି ପଦଯାତ୍ରାରେ ଅତିରିକ୍ତ ଜିଲ୍ଲପାଳ ଭିମସେନ ଶବର, ସୁବାଷ ଚନ୍ଦ୍ର ରଇତ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ,ଏପିଡି ଯୋଗେଶ୍ୱର ଭୋଇ, ବ୍ଳକ ଅଧ୍ୟକ୍ଷା ତାରେଶ୍ଵରୀ ସାହୁ,ବିଡ଼ିଓ ଶରତ ଭୋଇ, ସମାଜସେବୀ ଅଭିନନ୍ଦନ ପଣ୍ଡା, ଜିଲ୍ଲାପରିଷଦ ସଦସ୍ୟ ଭାନୁପ୍ରତାପ ମାଝୀ, ଉପାଧ୍ୟକ୍ଷ କୋମନା ବ୍ଳକ ଦିଲ୍ଲୀପ ନିର୍ମଲକର, ସମିତି ସଭ୍ୟ ଚୁନିଲାଲ ସାହୁ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସଂଗୀତା ପାତ୍ର, ପ୍ରୋଗ୍ରାମ ଅଧିକାରୀ ନମିତା ପାଢ଼ୀ, ମିଶନଶକ୍ତି ଅଧିକାରୀ ରାମତାଣ୍ଡି, ଏନ ଏ ସି ଇଓ ଚନ୍ଦନ ଶତପଥି,ଜିଲ୍ଳା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା, ଙ୍କ ସହିତ ସହରର ମାନ୍ୟ ଗଣ୍ୟ ବ୍ୟକ୍ତି ବିଶେଷ ଯୋଗଦେଇଥିଲେ l ଏଥିରେ ସୁଭଦ୍ରା ହିତାଧିକାରୀ ମହିଳା, ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ସ୍ବେଛାସେବୀ ମହିଳା, ସ୍ୱୟଂ ସହାୟକ ମହିଳା ବହୁ ସଂଖ୍ୟାରେ ଅଂଶ ଗ୍ରହଣ କରିଥିଲେ l

ନୂଆପଡାର ନିଶ୍ବନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ