ନୂଆପଡା ଜିଲ୍ଲା ଶ୍ରମିକ ମହାସଂଘ ମିଳିତ ଆନୁକୁଲ୍ୟରେ ବିଶାଳ ସମାବେଶ

Sep 29, 2024 - 06:09
 0  27
ନୂଆପଡା ଜିଲ୍ଲା ଶ୍ରମିକ ମହାସଂଘ ମିଳିତ ଆନୁକୁଲ୍ୟରେ ବିଶାଳ ସମାବେଶ

ନୂଆପଡ଼ା : ଆଜି ୨୮/୦୯/୨୦୨୪ ଆଜି କୁରୁମପୁରୀ ସ୍ଥିତ ଘାଟୀ ପଡା ସାଇ କଲେଜ ପ୍ରାଙ୍ଗଣ ରେ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ଓ ନୂଆପଡା ଜିଲ୍ଲା ଶ୍ରମିକ ମହାସଂଘ ମିଳିତ ଆନୁକୁଲ୍ୟରେ ଓ ଉଭୟ ଅନୁଷ୍ଠାନ ର ଲୋକପ୍ରିୟ ଶ୍ରମିକ ନେତା ଶ୍ରୀ ଯଦୁମଣି ପାଣିଗ୍ରାହୀ ଙ୍କ ନେତୃତ୍ବରେ ପ୍ରତିବର୍ଷ ପରି ହଜାର ହଜାର କେନ୍ଦୁପତ୍ର ତୋଳାଳୀ, ବନ୍ଧାଳୀ, ଶିଜିନାଲ ଷ୍ଟାଫ୍, ନିର୍ମାଣ ଶ୍ରମିକ, ଦାଦନ ଶ୍ରମିକ, ମନରେଗା ଶ୍ରମିକ ଓ ଅନ୍ୟାନ୍ୟ ବର୍ଗ ର ଶ୍ରମିକ ମାନଙ୍କ ବିଶାଳ ଓ ଭବ୍ୟ ସମାବେଶ ମାଧ୍ୟମ ରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ କଳାହାଣ୍ଡି ର ମାନ୍ୟବର ସାଂସଦ ଶ୍ରୀମତୀ ମାଳବିକା ଦେବୀ ମୁଖ୍ୟ ଅତିଥି ଭାବେ ସାମିଲ୍ ହୋଇ ବକ୍ତବ୍ୟ ମଧ୍ୟମ ରେ ଶ୍ରମିକ ବର୍ଗ ର କଲ୍ୟାଣ ଓ ଜାଗରଣ ନିମନ୍ତେ ଉତ୍ସାହିତ କରିଥିଲେ।ମା, ମାଏଟ୍ ଆରୁ ମୁନୁଷ୍ ର ପରବ ସଭ୍ୟତା, ସଂସ୍କୃତି ଆରୁ ସଂସ୍କାର ର ପରବ ,ଶ୍ରଦ୍ଧା, ସରାଗ ଆରୁ ସମର୍ପଣ ର ପରବ, ଭାବ, ଭାଷା ଆରୁ ଭରଷା ର ପରବ , ପଶ୍ଚିମ ଓଡ଼ିଶାର ମହାନ୍ ପରବ ,ଗଣ ପରବ, ବିଶ୍ଵ ପ୍ରସିଦ୍ଧ ପରବ ନୂଆଁଖାଇ ସରିଲା ପରେ ଭେଟ୍ ଘାଟ ନାମରେ ସାମାଜିକ ସମତା ଓ ଉତ୍ଥାନ ର ବାର୍ତ୍ତା ବହନ କରେ। ସମାଜର ସବୁଠାରୁ ଦୁର୍ବଳ ଓ ଅନୁନ୍ନତ ଶ୍ରେଣୀ କୁ ଭାଇଚାରା ଓ ଖୁସି ର ସହ ବଞ୍ଚିବାର ପ୍ରେରଣା ଦେଇଥାଏ। ଏହି ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ କେବଳ ପରମ୍ପରାକୁ ମାନି ପାଳନ କରାଯାଉନାହିଁ। ଏହି ସମାବେଶ ମାଧ୍ୟମ ରେ ଆଜି ନୂଆପଡା ଜିଲ୍ଲାର ଶ୍ରମିକ ବର୍ଗ ତାଙ୍କ ଏକଜୁଟ ଶକ୍ତି ର ପ୍ରଦର୍ଶନ କରିଛନ୍ତି। ଏହି କାର୍ଯ୍ୟକ୍ରମ ମାଧ୍ୟମ ରେ ସଙ୍ଗଠନ ସହିତ, ସମସ୍ୟା ସହିତ ଓ ନିଜ ହକ ଦାବୀ ହାସଲ ପାଇଁ ସଂଗ୍ରାମ ସହିତ ଭେଟଘାଟ ର ଏକ ବିଶାଳ ମଞ୍ଚ ପ୍ରସ୍ତୁତ କରିଛନ୍ତି। ଶ୍ରମିକ ସମାଜ ନିଜ ହକ୍ ଦାବୀ ହାସଲ ପାଇଁ ଜାଗ୍ରତ ଓ ହୁସୀୟାର ନ ହେବା ପର୍ଯ୍ୟନ୍ତ ତାଙ୍କର ମଙ୍ଗଳ ସମ୍ଭବ ନୁହେଁ ବୋଲି ଶ୍ରମିକ ନେତା ଶ୍ରୀ ଯଦୁମଣି ପାଣିଗ୍ରାହୀ ତାଙ୍କ ବକ୍ତବ୍ୟ ରଖିଥିଲେ। ବର୍ତ୍ତମାନ ର କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଗରୀବ କଲ୍ୟାଣ ଓ ଶ୍ରମିକ କଲ୍ୟାଣ ନୀତି କୁ ସଭା ରେ ସ୍ବାଗତ କରା ଯାଇଥିଲା। ବରଗଡ଼ - ନୂଆପଡା ରେଳ ଲାଇନ ପାଇଁ ୨୯୨୬କୋଟି ଟଙ୍କା କେନ୍ଦ୍ର ମୋଦୀ ସରକାର ମଞ୍ଜୁର କରିଥିବାରୁ କେନ୍ଦ୍ର ମୋଦୀ ସରକାର, ରାଜ୍ୟ ମୋହନ ସରକାର, କେନ୍ଦ୍ର ରେଳ ମନ୍ତ୍ରୀ ମାନ୍ୟବର ଶ୍ରୀ ଅଶ୍ୱିନୀ ବୈଷ୍ଣବ, ବରଗଡ଼ ମାନ୍ୟବର ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ, କଳାହାଣ୍ଡି ମାନ୍ୟବର ସାଂସଦ ଶ୍ରୀମତୀ ମାଳବିକା ଦେବୀ ଙ୍କୁ ଧନ୍ୟବାଦ୍ ଅର୍ପଣ କରାଯାଇଥିଲା। ଏଥିପାଇଁ ସଭା ରେ ସାଂସଡ ଶ୍ରୀମତୀ ମାଳବିକା ଦେବୀ ଙ୍କୁ ମାଲ୍ୟାର୍ପଣ ହରିବୋଲ ଓ ହୁଳହୁଳି ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଶ୍ରମିକ ନେତା ସୁଖଦେବ ସାହୁ, ଭକ୍ତବନ୍ଧୁ ଧରୁଆ, ପ୍ରଦୀପ ଦଣ୍ଡସେନା, ଶୁକ୍ଲାମ୍ବର୍ ନିଆଲ୍, ଜ୍ଞାନରଞ୍ଜନ ସାହୁ, ଜ୍ଞାନେଶ୍ୱର୍ ବାଗ, କୁଶଲ ସାହୁ, ବଳଧର୍ କେତକୀ, ଅନିରୁଦ୍ଧ ନାଗ, ଦିଗାମ୍ବର ମାଝୀ, ଶ୍ରୀନିବାସ ବେହେରା, ଯଯାତୀ ମେହେର, ମନ୍ ସାଏ ମାଝୀ, ଲାଲୁ ଭାଇ, ଈଶ୍ୱର ଶବର, ଦୋରେଶ୍ୱର ପଟେଲ, ସୁରେଶ ବେହେରା, କୋକିଳ ସାହୁ, ଭାସ୍କର ପ୍ରଧାନ, ଗୌତମ ବରିହା, ସନ୍ତୋଷ ସାହୁ, କୈଳାସ ସାହୁ,ଚୈତନ୍ୟ ତାଣ୍ଡି, ଟିକେଲାଲ ମାଝୀ, ଅଙ୍ଗୱାଡ଼ି ନେତ୍ରୀ ଚନ୍ଦ୍ରପ୍ରଭା ପାଣିଗ୍ରାହୀ, ଲୋଭା ଲୁହାର, କୃଷକ ସାଥୀ ନେତା ନରହରି ବାଗ,ବିଜେପି ନେତା ମନିଯର ଆର୍ଯ୍ୟ, ଭୋଳନାଥ ମାଝୀ, ଦୟାସାଗର ପ୍ରଧାନ, ଦୁର୍ଲ୍ଲଭ ବିଶ୍ଵାଳ, ରତନ ଚନ୍ଦ୍ରକକାର, ସନ୍ତୋଷ ଚନ୍ଦ୍ରକାର, ରମେଶ ଚନ୍ଦ୍ରକା ର, ବ୍ୟାସଦେବ ଅହିର୍, ମୁଳଚନ୍ଦ୍ ସୁନାନି , ଜିରାଖନ୍ ଚନ୍ଦ୍ରକାର, ମୁକୁନ୍ଦ ହଂସ, ଦେବାନନ୍ଦ ସାହୁ, ମହେନ୍ଦ୍ର ତାଣ୍ଡି, ସହଦେବ ପୁଞ୍ଜି, ସରୋଜ ପଣ୍ଡା, ଭୁବନେଶ୍ୱର ବାଗ,ପ୍ରମୁଖ ମଞ୍ଚାସିନ ହେବା ସହିତ କାର୍ଯକ୍ରମ କୁ ସଫଳ କରିବାରେ ଭରପୁର ସହଯୋଗ କରିଥିଲେ।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ