ନୂଆପଡା ଜିଲ୍ଲା ପ୍ରଶାସନର ରାଜନୈତିକ ଦଳ ପ୍ରତିନିଧି ମାନଙ୍କ ସହିତ ଆଲୋଚନା

Mar 22, 2025 - 20:49
 0  19
ନୂଆପଡା ଜିଲ୍ଲା ପ୍ରଶାସନର ରାଜନୈତିକ ଦଳ ପ୍ରତିନିଧି ମାନଙ୍କ ସହିତ ଆଲୋଚନା

ନୂଆପଡା : ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ସମଗ୍ର ଦେଶରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ମାନେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହିତ ଆଲୋଚନା କରି ବୁଥ୍ ସ୍ତରୀୟ ସମସ୍ୟା ସବୁର ସମାଧାନ କରିବେ । ଏହି କ୍ରମରେ ଆଜି ନୂଆପଡା ଜିଲ୍ଲାରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ମାନଙ୍କୁ ନେଇ ଏକ ବୈଠକ ଆୟୋଜିତ ହୋଇଥିଲା। ଏଥିରେ ଅତିରିକ୍ତ ଜିଲ୍ଲାପାଳ ତଥା ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ଭୀମସେନ ଶବର , ଅତିରିକ୍ତ ଜିଲ୍ଲାପାଳ ଏଵଂ ଇ ଆର୍ ଓ 72 ଖରୀଆର ସୁବାଷ ଚନ୍ଦ୍ର ରଇତ, ଉପ ଜିଲ୍ଲାପାଳ ଏବଂ ଇ ଆର୍ ଓ 71 ନୂଆପଡା ଯୋଗେନ୍ଦ୍ର ମାଝୀ, ଡେପୁଟୀ କଲେକ୍ଟର ନିର୍ବାଚନ ଶେଖ୍ ନସିମ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶବର ସମସ୍ତଙ୍କୁ ସ୍ଵାଗତ କରି ବୈଠକର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ନିର୍ବାଚନ ପ୍ରକ୍ରିୟାରେ ବୁଥ ଲେଭେଲ୍ ଏଜେଣ୍ଟ, ପୋଲିଂ ଏଜେଣ୍ଟ, କାଉଣ୍ଟିଙ୍ଗ ଏଜେଣ୍ଟ, ଇଲେକ୍ସନ ଏଜେଣ୍ଟ ସମସ୍ତଙ୍କ ଗୁରୁ ଦାୟିତ୍ଵ ଥାଏ । ସେମାନଙ୍କୁ ସେମାନଙ୍କ କର୍ତ୍ତବ୍ୟ ସମ୍ବନ୍ଧରେ ସଚେତନ କରିବାପାଇଁ ରାଜନୈତିକ ଦଳର କର୍ମକର୍ତ୍ତା ମାନଙ୍କ ଗୁରୁ ଦାୟିତ୍ଵ ରହିଛି। ଜିଲ୍ଲାପାଳ ସମସ୍ତଙ୍କୁ ସମ୍ବୋଧନ କରି କହିଲେଯେ ଗଣତନ୍ତ୍ରର ସଫଳତା ପାଇଁ ଜନସାଧାରଣଙ୍କ ସହଭାଗିତା ଆବଶ୍ୟକ। ଆଧାର ନମ୍ବର ସହିତ ସଂଯୋଗ ହୋଇ ସମସ୍ତ ଯୋଗ୍ୟ ମତଦାତା ମାନଙ୍କୁ ତୃଟିଶୁନ୍ୟ ଭୋଟର ପରିଚୟପତ୍ର ପ୍ରଦାନ କରାଯିବ। ବୁଥ ଲେଭେଲ୍ ଏଜେଣ୍ଟ ମାନେ ସଚେତନ ହେଲେ ତୃଟିଶୁନ୍ୟ ଭୋଟର ତାଲିକା ପ୍ରସ୍ତୁତ ହୋଇ ପାରିବ। ଏଥିପାଇଁ ସେ ଉପସ୍ଥିତ ସମସ୍ତ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହଯୋଗ କାମନା କରିଥିଲେ। ଆଜି ବୈଠକରେ ଭାରତୀୟ ଜନତା ଦଳ ତରଫରୁ ପ୍ରଦୀପ କୁମାର ମହାପାତ୍ର, ଭାରତୀୟ ଜାତୀୟ କଂଗ୍ରେସରୁ ଦେବଦତ୍ତ ଦୀକ୍ଷିତ, ବିଜୁ ଜନତା ଦଳରୁ ରମାକାନ୍ତ ଠାକୁର୍, ବହୁଜନ ସମାଜ ପାର୍ଟିରୁ କୁନ୍ତୀ ସାହୁ, ଆପ୍ ରୁ ଲକ୍ଷ୍ମୀକାନ୍ତ ତାଣ୍ଡି ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ