ନୂଆପଡା ଜିଲ୍ଲାରେ ଆରମ୍ଭ ହେଲା ନୂତନ କାର୍ଯ୍ୟକ୍ରମ-ପକ୍ଷୀ ପାଇଁ ଦିନଟିଏ

May 13, 2025 - 20:32
 0  26
ନୂଆପଡା ଜିଲ୍ଲାରେ ଆରମ୍ଭ ହେଲା ନୂତନ କାର୍ଯ୍ୟକ୍ରମ-ପକ୍ଷୀ ପାଇଁ ଦିନଟିଏ

ନୂଆପଡା : ନୂଆପଡ଼ା ଜିଲ୍ଲା ଖରୀଆର ବ୍ଲକ୍ ଅରେଡ଼ା ପଞ୍ଚାୟତ ଅମଲାପାଲି ଗାଁ ରେ ଆଜି ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ସଭାପତିତ୍ବରେ ପ୍ରବାସୀ ଶ୍ରମିକ ନିରାକରଣ ପାଇଁ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ, ଖଡ଼ିଆଳ ବନଖଣ୍ଡ ତରଫରୁ ପକ୍ଷୀ କୂଳର ସୁରକ୍ଷା ପାଇଁ ତଥା ପ୍ରଚଣ୍ଡ ଗ୍ରୀଷ୍ମ ଋତୁରେ ସେମାନଙ୍କୁ ପିଇବା ପାଣି ଯୋଗାଇଦେବା ପାଇଁ "ପକ୍ଷୀ ପାଇଁ ଦିନଟିଏ " କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ଏଥିରେ ବନ ଖଣ୍ଡ ଅଧିକାରୀ,ଖରୀଆର ଅଜିଜ ଖାନ,ଜିଲ୍ଲା ମୂଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୂଆ, ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ଖରୀଆର ପଞ୍ଚାୟତ ସମିତି ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ନନ୍ଦ, ଜିଲ୍ଲା ସ୍ତରୀୟ ବିଭିନ୍ନ ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ । ବନ ବିଭାଗ ତରଫରୁ ପକ୍ଷୀମାନଙ୍କ ଆଶ୍ରୟ ନେଇ ପରିବା ଭଳି ବସା ଏବଂ ପାଣି ପାତ୍ର ସବୁ ବିଭିନ୍ନ ଗଛରେ ଝୁଲାଇ ଦିଆ ଯାଇଥିଲା। ସ୍ଳୋଗାନ ରଖା ଯାଇଥିଲା "ଗ୍ରୀଷ୍ମ ଋତୁରେ ପାଣିପାତ୍ର ଥଣ୍ଟରେ ଆଣିଦିଏ ହସ, ଆସନ୍ତୁ ମିଳିତ ଭାବରେ କରିବା ଏକ ପ୍ରୟାସ "। ବୃକ୍ଷ ପୂଜନ ସହିତ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ଜିଲ୍ଲାପାଳ କହିଲେଯେ ବନ ବିଭାଗ ଦ୍ବାରା ନିଆଯାଇଥିବା ଏହା ଏକ ଅତି ସୁନ୍ଦର ପଦକ୍ଷେପ । ପକ୍ଷୀ କୂଳ ମାନବ ସମାଜର ଏକ ଅଭିନ୍ନ ଅଙ୍ଗ । ପରିବେଶର ଅଭିବୃଦ୍ଧିରେ ସେମାନଙ୍କ ବହୁତ ଅବଦାନ ରହିଥାଏ । ସେମାନଙ୍କ କିଚିରି ମି଼ଚିରି ଶବ୍ଦ ମଣିଷ ମନକୁ ଉତ୍ ଫୁଲ୍ଲିତ କରେ । ଏଇ ପ୍ରଚଣ୍ଡ ଗ୍ରୀଷ୍ମ ଋତୁରେ ପକ୍ଷୀ ମାନେ ପାଣି ଟୋପେ ପାଇଁ ଡହକ ବିକଳ ହୁଅନ୍ତି । ଏହି ସମୟରେ ସେମାନଙ୍କ ପାଇଁ ଗୋଟିଏ ଗୋଟିଏ କଳସ ଜଳଦେଇ ଆମେ ଶହ ଶହ ପକ୍ଷୀଙ୍କ ଜୀବନ ରକ୍ଷା କରିପାରିବା। ଏହି କାର୍ଯ୍ୟକ୍ରମ ଜିଲ୍ଲାର ସବୁ ଗାଆଁ କୁ ପରିବ୍ୟାପ୍ତ କରିବା ପାଇଁ ସେ ଆହ୍ୱାନ ଦେଇଥିଲେ।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ