ନୂଆପଡା ଜିଲ୍ଲାପାଳଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସମୀକ୍ଷା ବୈଠକ:ବିଦ୍ୟାଳୟର ଛାତ୍ରଛାତ୍ରୀ ଉପସ୍ଥାନ ହାରାହାରି ରୁ କମ୍ ରହିଲେ ଶିକ୍ଷକ ଶିକ୍ଷୟତ୍ରୀ ଦାୟୀ ରହିବେ ଜିଲ୍ଲାପାଳ

ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ଶିକ୍ଷାଧିକାରୀ କରୁଣାକର ଭୁଏଙ୍କ ଆବାହକତ୍ୱରେ ଆୟୋଜିତ ଏହି ବୈଠକରେ ସମସ୍ତ ବିଭାଗୀୟ ଅଧିକାରୀ ଏବଂ ହାଇସ୍କୁଲ ଏବଂ ହାୟର ସେେଣ୍ଡାରୀ ସ୍କୁଲ୍ ର ଅଧ୍ୟକ୍ଷ ମାନେ ଯୋଗ ଦେଇଥିଲେ l ସମୀକ୍ଷାରୁ ଜଣାଗଲା ଯେ ଜିଲ୍ଲାରେ ସର୍ବମୋଟ ୧୦୮୭ ଟି ବିଦ୍ୟାଳୟ ଅଛି l ଏହି ବର୍ଷ ସମସ୍ତ ସ୍କୁଲ୍ ରୁ ୪୭୩୫ ଜଣ ଛାତ୍ରଛାତ୍ରୀ ଡ୍ରପ ଆଉଟ୍ ହୋଇଛନ୍ତି l ଜିଲ୍ଲାରେ ଆଠୋଟି ବିଦ୍ୟାଳୟ ପି ଏମ୍ ଶ୍ରୀବିଦ୍ୟାଳୟ ମାନ୍ୟତା ପାଇଛି l ଏଥିରେ ୩୯୮୪ ଜଣ ଛାତ୍ରଛାତ୍ରୀ ପଢୁଛନ୍ତି l ବିଇଓ ଓ ଏ ବିଇଓ ମାନେ ଜୁନ ମାସରେ୨୨୪ ଥର ଏବଂ ଜୁଲାଇ ମାସରେ ୪୨୧ ଥର ବିଦ୍ୟାଳୟ ପରିଦର୍ଶନରେ ଯାଇଛନ୍ତି l ୮୪୫ ଟି ସ୍କୁଲ୍ ରେ ଶିଶୁ ବାଟିକା ରହିଛି l ବୈଠକ କୁ ସମ୍ବୋଧିତ କରି ଜିଲ୍ଲାପାଳ କହିଲେ ଯେ ସମସ୍ତ ପ୍ରଧାନ ଶିକ୍ଷକ ଏବଂ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଉପରେ ଗୁରୁତ୍ବ ଦେଇ ଡ୍ରପ ଆଉଟ୍ ହାର ଶୂନ୍ୟ କରିବା ପାଇଁ ପ୍ରଯତ୍ନ କରିବେ l ମାସିକ ସମୀକ୍ଷା ବୈଠକରେ ଯେଉଁ ସ୍କୁଲ୍ ର ପିଲା ଉପସ୍ଥାନ ହାରାହାରି ରୁ କମ୍ ରହିବ ସେହି ପ୍ରଧାନ ଶିକ୍ଷକ ଏବଂ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ କାରଣଦର୍ଶାଅ ନୋଟିସ୍ ଜାରି କରାଯିବ l ପ୍ରତି ସପ୍ତାହରେ ଏବଂ ମାସରେ ହାଇସ୍କୁଲ ଓ +୨ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ପରୀକ୍ଷା ହେବ l ପ୍ରତି ମାସରେ ଭଲ ପ୍ରଦର୍ଶନ କରିଥିବା ୫ଟି ସ୍କୁଲ୍ କୁ ପୁରସ୍କୃତ ଏବଂ ତଳେ ଥିବା ୫ଟି ସ୍କୁଲ୍ କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯିବ l ସବୁ ସ୍କୁଲ୍ ରେ ଥିବା ଭଲ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ରୋଟେସନ୍ ରେ ଅନ୍ୟାନ୍ୟ ସ୍କୁଲ୍ କୁ ପଠାଯିବ l ଆଗାମୀ ୧୭ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିବସ ଉପଲକ୍ଷେ ଜିଲ୍ଲାର ସମସ୍ତ ବିଦ୍ୟାଳୟ ମାନଙ୍କରେ ସାମୁହିକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହେବ l ଏହି ଅବସରରେ ଜିଲ୍ଲାରେ ଡ୍ରପ ଆଉଟ୍ ରୋକିବାରେ ପ୍ରଥମ ହୋଇଥିବା ପାୱାରତୋଳା ୟୁପି ସ୍କୁଲ୍ ର ପ୍ରଧାନ ଶିକ୍ଷକ ଗିରିଧାରୀ ନାୟକ ଏବଂ ବୃକ୍ଷରୋପଣ କରିବାରେ ପ୍ରଥମ ହୋଇଥିବା ପି ଏମ୍ ଶ୍ରୀ କରଙ୍ଗାମାଳ ହାଇସ୍କୁଲ୍ ର ପ୍ରଧାନ ଶିକ୍ଷକ ସତ୍ୟନାରାୟଣ ମେହେର ଙ୍କୁ ଜିଲ୍ଲାପାଳ ସମ୍ବର୍ଦ୍ଧିତ କରିଥିଲେ l ଜିଲ୍ଲାର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସମର୍ପିତ ଭାବରେ ଶିକ୍ଷାଦାନ କରି ଜିଲ୍ଲାକୁ ଶିକ୍ଷା କ୍ଷେତ୍ରରେ ଅଗ୍ରଣୀ ଜିଲ୍ଲା ଭାବରେ ଗଢ଼ି ତୋଳିବା ପାଇଁ ଜିଲ୍ଲାପାଳ ଆହ୍ବାନ ଦେଇଥିଲେ l ନୂଆପଡାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା
What's Your Reaction?






