ନୂଆପଡାରେ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ତଥା ଜିଲ୍ଲା ସ୍ତରୀୟ ସୁଶାସନ ଦିବସ ପାଳିତ

Dec 26, 2024 - 06:23
 0  13
ନୂଆପଡାରେ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ତଥା ଜିଲ୍ଲା ସ୍ତରୀୟ ସୁଶାସନ ଦିବସ ପାଳିତ

ନୂଆପଡ଼ା, ତା 25.12.24 ଜିଲ୍ଲା ପ୍ରଶାସନ ନୂଆପଡ଼ା ଏଵଂ ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ଆନୂକୁଲ୍ୟରେ ଭାରତର ପୂର୍ବତନ ଯଶସ୍ଵୀ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ସମାରୋହ ତଥା ଜିଲ୍ଲା ସ୍ତରୀୟ ସୁଶାସନ ଦିବସ ସ୍ଥାନୀୟ ସଦଭାବନା ସଭାଗୃହରେ ପାଳିତ ହୋଇ ଯାଇଛି l ଏଥିରେ ଜିଲ୍ଲାପାଳ ମଧୁସୂଦନ ଦାଶ ମୁଖ୍ୟ ଅତିଥି ଭାବରେ ଏଵଂ ସମ୍ମାନୀତ ଅତିଥି ଭାବରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ବରିଷ୍ଠ ଆଇନଜୀବି ପ୍ରସନ୍ନ ପାଢ଼ୀ, ସିଭିଲ୍ ବାର ଆସୋସିଏସନର ସଭାପତି ସୁଶାନ୍ତ ପତି, ବରିଷ୍ଠ ନାଗରିକ ସଂଘ ସଭାପତି କ୍ଷିରୋଦ ନିବାସ ପଣ୍ଡା, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ଗୁରୁପ୍ରସାଦ ଜେନା, ଜିଲ୍ଲା ଶିକ୍ଷା ଅଧିକାରୀ କରୁଣାକର ଭୁଏ ପ୍ରମୁଖ ଯୋଗ ଦେଇଥିଲେ l ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଏକଶହ ତମ ଜନ୍ମ ଜୟନ୍ତୀ ଅବସରରେ ଅତିଥି ମାନେ ବାଜପେୟୀଙ୍କ ସ୍ମୃତି ଚାରଣ କରିବା ସହିତ ବାଜପେୟୀ ଙ୍କ କବିତା ପାଠ କରିଥିଲେ l ଏହା ସହିତ ସମାରୋହରେ ଉପସ୍ଥିତ ଥିବା 30 ଜଣ କବି କବୟତ୍ରୀ ତଥା ଛାତ୍ରଛାତ୍ରୀ ଏବଂ ସାମ୍ବାଦିକ ସୁରେଶ ଆଚାରୀ ବାଜପେୟୀଙ୍କ ଲିଖିତ ବିଭିନ୍ନ ଦେଶାତ୍ମବୋଧକ କବିତା ପାଠ କରିଥିଲେ l ସମସ୍ତ କବି ମାନଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା l ନବୋଦିତ୍ୟ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ବାଜପେୟୀଙ୍କ ଜୀବନୀ ଉପରେ ବତ୍କୃତା ପ୍ରଦାନ କରିଥିଲେ l ଡେପୁଟି କଲେକ୍ଟର ଆଲୋକ କୁମାର ଅନୁଗୁଳିଆ, ଜିଲ୍ଲା ସଂସ୍କୃତି ଅଧିକାରୀ ରମେଶ ଚନ୍ଦ୍ର ମାହାର, ଜିଲ୍ଲା କ୍ରୀଡ଼ା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢାଇ ଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ସଂପାଦନ ହୋଇଥଲା l ସଭାକୁ ବରିଷ୍ଠ ରାଜସ୍ୱ ସହାୟକ ବିଭୁଦତ୍ତ ମିଶ୍ର ସଂଯୋଜନା କରିଥିଲେ l ଏଥିରେ ବିଭିନ୍ନ ଗଣ ମାଧ୍ୟମର ପ୍ରତିନିଧି, ବିଭିନ୍ନ ବିଦ୍ୟାଳୟ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ, ନୂଆପଡ଼ାର ମାନ୍ୟଗଣ୍ୟ ବ୍ୟକ୍ତି, ବରିଷ୍ଠ ନାଗରିକ ସଂଘର ସଦସ୍ୟ ଯୋଗଦେଇଥିଲେ।

ନୂଆପଡ଼ାରୁ ବିଶ୍ୱନାଥ ସମଲଙ୍କ ରପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ