ନୂଆପଡ଼ା ରେ ଜିଲ୍ଲା ସ୍ତରୀୟ କୃଷି ମହୋତ୍ସବ ଓ କୃଷି ଯନ୍ତ୍ରପାତି ମେଳା ଉଦ୍ଘାଟିତ

Jan 7, 2025 - 21:00
 0  22
ନୂଆପଡ଼ା ରେ ଜିଲ୍ଲା ସ୍ତରୀୟ କୃଷି ମହୋତ୍ସବ ଓ କୃଷି ଯନ୍ତ୍ରପାତି ମେଳା ଉଦ୍ଘାଟିତ

ନୂଆପଡ଼ା, ତା 07.01.25 ନୂଆପଡ଼ାରେ କୃଷି ଓ କୃଷକ ସଶକ୍ତି କରଣ ବିଭାଗ ଦ୍ବାରା ଆୟୋଜିତ ଜିଲ୍ଲା ସ୍ତରୀୟ କୃଷି ମହୋତ୍ସବ ଓ କୃଷି ଯନ୍ତ୍ରପାତି ମେଳା ମୁଖ୍ୟ ଅତିଥି ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଦ୍ଵାରା ଉଦ୍ଘାଟିତ ହୋଇ ଯାଇଛି l ମେଳାରେ ସମ୍ମାନିତ ଅତିଥି ଭାବରେ ବନଖଣ୍ଡ ଅଧିକାରୀ ଖରିଆର- ଅଜିଜ ଖାନ, ବନଖଣ୍ଡ ଅଧିକାରୀ ବନ୍ୟଜନ୍ତୁ - ମହାଦେବ ବଡ଼ାଇକ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଣଜିତ୍ ନାଏକ, କୃଷି ଜିଲ୍ଲା ଅଧିକାରୀ ପ୍ରଦୀପ କୁମାର ବେଉରା, କୃଷି ଯନ୍ତ୍ରୀ ପଦ୍ମଲୋଚନ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ l ସଭାର ଆବାହକ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ବାବୁଲି ଚରଣ ସେଠୀ ସ୍ବାଗତ ସମ୍ଭାଷଣ ପ୍ରଦାନ କରିଥିଲେ l ଅତିଥି ମାନେ କୃଷକ ମାନଂକ ଉନ୍ନତି ପାଇଁ ସରକାର ଯୋଗାଇ ଦେଉଥିବା ବିଭିନ୍ନ ସାହାଯ୍ୟ ସହଯୋଗ ସମ୍ଵନ୍ଧରେ ଅବଗତ କରାଇଥିଲେ l ଯନ୍ତ୍ରପାତି ସାହାଯ୍ୟରେ ଆଧୁନିକ ଏଵଂ ସମନ୍ଵିତ କୃଷି ଆପଣାଇଲେ କୃଷକ ମାନଙ୍କ ମଙ୍ଗଳ ହେବ ବୋଲି କହିଥିଲେ lଏହି ଅବସରରେ ଜିଲ୍ଲାପାଳ କହିଲେଯେ କୃଷି ତଥା କୃଷକ ମାନଙ୍କ ସର୍ବାଙ୍ଗିନ ଉନ୍ନତି ପାଇଁ ସରକାର ତଥା ଜିଲ୍ଲା ପ୍ରଶାସନ ପ୍ରତିଶ୍ରୁତିବଦ୍ଧ l ଚାଷୀ ମାନେ ଅଣଧାନ ଏଵଂ ଅର୍ଥକାରୀ ଫସଲ ଚାଷ ଉପରେ ଗୁରୁତ୍ବ ଦେଲେ ଦୃତ ଆର୍ଥିକ ପ୍ରଗତି ହାସଲ କରିବେ lଚାଷୀ ହସିଲେ ଦେଶ ହସିବ l ମେଳାରେ କୃଷି କ୍ଷେତ୍ରରେ ଶ୍ରେଷ୍ଠ ଚାଷୀ ହିସାବରେ ନୂଆପଡ଼ା ବ୍ଲକ୍ ର ଚକ୍ରଧର ସାହୁଙ୍କୁ ସମ୍ମାନିତ କରାଯାଇଥିଲା l ମା ଲକ୍ଷ୍ମୀ ମହିଳା ସ୍ବୟଂ ସହାୟକ ଦଳ, କାମକେଡ଼ା, କୋମନା ବ୍ଲକ୍ ଙ୍କୁ ଗୋଟିଏ ମିନି ଡାଲି ମିଲ୍ ଯୋଗାଇ ଦିଆଗଲା l ଗୋଷ୍ଠୀ ବ୍ୟବସାୟ କ୍ଷେତ୍ରରେ ବିଶେଷ ସଫଳତା ପ୍ରଦର୍ଶନ କରିଥିବା ସ୍ବୟଂ ସହାୟକ ଦଳ ଜୟ ମା ଦୁର୍ଗା ଦଳ, ସିନାପାଲି ଏଵଂ ବିଶ୍ୱ ମା ତୁଳସୀ ଦଳ, ସିନାପାଲିଙ୍କୁ ସିଡ ମନି ହିସାବରେ ଉଭୟ ଗୋଷ୍ଠୀଙ୍କୁ ଦଶ ହଜାର ଟଙ୍କାର ଚେକ୍ ଦେଇ ପୁରସ୍କୃତ କରାଯାଇଥିଲା l ପାଞ୍ଚ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ମେଳା ରେ 50 ଟି ଷ୍ଟଲ୍ ଖୋଲା ଯାଇଛି l ଏଥିରେ ବିଭିନ୍ନ ବିଭାଗୀୟ ଷ୍ଟଲ୍ 13 ଟି, ଯନ୍ତ୍ର ପାତି ଷ୍ଟଲ୍ 33 ଟି ଏଵଂ ଖାଦ୍ୟ ଷ୍ଟଲ୍ 4 ଟି ରହିଛି l ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି l କାର୍ଯ୍ୟକ୍ରମ ପରିଚାଳନାରେ କୃଷି ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ ସହଯୋଗ କରିଥିଲେ l

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ