ନୂଆପଡ଼ା ଜିଲ୍ଲାପାଳଙ୍କ କୃଷି ସମ୍ବନ୍ଧୀୟ ସମୀକ୍ଷା ବୈଠକ:ନୂଆଁଖାଇ ଧାନ"ଷାଠିଆର ବିକାଶ ଓ ଉତ୍ପାଦନ ବୃଦ୍ଧି ହେବ:ଜିଲ୍ଲାପାଳ
ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ କୃଷି ସମ୍ବନ୍ଧୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ସଭାରେ ଜିଲ୍ଲା କୃଷି ଅଧିକାରୀ ପ୍ରଦୀପ ନାୟକଙ୍କ ସହ ଅନ୍ୟାନ୍ୟ ଅଧିକାରୀ ଯୋଗଦାନ କରିଥିଲେ l ସେମାନଙ୍କୁ ସମ୍ବୋଧନ କରି ଜିଲ୍ଲାପାଳ କହିଲେଯେ ନୂଆପଡ଼ା ଏକ କୃଷି ପ୍ରଧାନ ଜିଲ୍ଲା ହୋଇଥିବାରୁ ଏହାକୁ କୃଷି ସମୃଦ୍ଧ ଜିଲ୍ଲାରେ ରୂପାନ୍ତରିତ କରିବା ପାଇଁ ବିଭାଗ ପଦକ୍ଷେପ ନେଉ l ଉଭୟ ରାଜ୍ଯ ଓ କେନ୍ଦ୍ର ସରକାର କୃଷକ ମାନଙ୍କ ଉନ୍ନତି ପାଇଁ ଯେଉଁସବୁ କଲ୍ୟାଣକାରୀ ଯୋଜନା ପ୍ରଣୟନ କରିଛନ୍ତି ତାହା ଜିଲ୍ଲାରେ ସଠିକ ଭାବରେ ରୁପାୟନ ହେଉ l ଜିଲ୍ଲାରେ ୟୁରିଆ ସାରର ଏଇ ସମୟରେ ବହୁତ ଚାହିଦା ଥିବାରୁ ଏହାର ସୁଷମ ବଣ୍ଟନ ଉପରେ ବିଭାଗ ଗୁରୁତ୍ଵ ଦେଉ l ନୂଆଖାଇ ସମୟରେ " ଷାଠିଆ ଧାନ " ର ବହୁତ ଚାହିଦା ରହିଥିବାରୁ ଏହାର ସ୍ଵତନ୍ତ୍ର ବିକାଶ ଏବଂ ଉତ୍ପାଦନ ବୃଦ୍ଧି ଉପରେ କୃଷି ବିକାଶ କେନ୍ଦ୍ର ଶୀଘ୍ର ଗବେଷଣା କରୁ l ଅର୍ଗାନିକ ପଦ୍ଧତି ରେ ଏହା ଚାଷ ହେବ l ଏହା ସହିତ ସ୍ଥାନୀୟ ବାସମତି ଧାନର ମଧ୍ଯ ବିକାଶ କରାଯିବ l ଜିଲ୍ଲାରେ ଅଣ ଧାନ ଫସଲ ମକା, ମାଣ୍ଡିଆ ଏବଂ କପା ଭଲ ଉତ୍ପାଦନ ହେଉଥିବାରୁ ଏହା ବ୍ୟାପକ ଭାବରେ ଚାଷ ହେଉ l ସମନ୍ଵିତ କୃଷି ଉପରେ ଗୁରୁତ୍ଵ ଦେଲେ ଚାଷୀ ମାନେ ଏହାଦ୍ୱାରା ଲାଭବାନ ହେବା ସହିତ ଅନ୍ୟମାନଙ୍କୁ ମଧ୍ଯ କାମ ଯୋଗାଇ ପାରିବେ l ଏହାଦ୍ୱାରା ଜିଲ୍ଲାରୁ ପ୍ରବାସୀ ଶ୍ରମିକ ପ୍ରଥାର ବିଲୋପ ହୋଇ ପାରିବ l କୃଷି ବିଭାଗ ଗ୍ରହଣ କରିଥିବା ବିଭିନ୍ନ ଯୋଜନା ଓ ସଫଳତାର କାହାଣୀ ପାୱାର୍ ପଏଣ୍ଟ ମାଧ୍ୟମରେ ଉପସ୍ଥାପିତ କରା ଯାଇଥିଲା l ଜିଲ୍ଲାରେ ୫୮୩୨୧ ଜଣ କୃଷକ ପ୍ରଧାମନ୍ତ୍ରୀ ଫସଲ ବୀମା ଯୋଜନାରେ ଖରିଫ୍ ଋତୁ ପାଇଁ ବୀମାଭୂକ୍ତ ହୋଇଛନ୍ତି l ଜିଲ୍ଲାରେ ୫୭୫୯ ଟି ପରିବାର ପ୍ରବାସୀ ଶ୍ରମିକ ରୁ ଫେରିଥିବା ବେଳେ ଏମାନଙ୍କ ମଧ୍ୟରୁ ୩୦୨୮ ଟି ପରିବାରଙ୍କୁ ବିଭାଗ ସର୍ଭେ କରିଛି l ଏମାନଙ୍କୁ ଅତିଶିଘ୍ର ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ lବିଭାଗୀୟ କର୍ମଚାରୀ ସମର୍ପିତ ଭାବରେ ସେବା ଯୋଗାଇ କୃଷକ ମାନଙ୍କ ସର୍ବାଙ୍ଗୀନ ଉନ୍ନତି କରିବା ପାଇଁ ଜିଲ୍ଲାପାଳ ଉପସ୍ଥିତ ଅଧିକାରୀ ମାନଙ୍କୁ ଆହ୍ବାନ ଦେଇଥିଲେ l
ନୂଆପଡାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0