ନିଖୋଜ ଶ୍ରମିକ ଙ୍କ ମୃତଦେହ ପୋଖରୀରୁ ମିଳିଲା

Jul 22, 2025 - 17:15
 0  12
ନିଖୋଜ ଶ୍ରମିକ ଙ୍କ ମୃତଦେହ ପୋଖରୀରୁ ମିଳିଲା

କନ୍ଧମାଳ, (ଫାଷ୍ଟ ନ୍ୟୁଜ ଓଡିଶା): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ଥାନା ସିମନବାଡି ପଞ୍ଚାୟତ ଦଡିବାଡ଼ି ଗ୍ରାମର ଯଶୋବନ୍ତ ନାୟକଙ୍କ (୫୦) ମୃତଦେହ ମଙ୍ଗଳବାର ସକାଳ ସମୟରେ ପୋଖରୀରୁ ଉଦ୍ଧାର କରାଯାଇଛି। ସୋମବାର ସେ ନିଖୋଜ ରହିଥିବା ବେଳେ ତାଙ୍କ ପୋଷାକ, ଚପଲ ଆଦି ପୋଖରୀ ହୁଡାରେ ରହିଥିବାରୁ ପରିବାର ଲୋକ ଓ ଗ୍ରାମବାସୀ ସେ ପୋଖରୀରେ ବୁଡ଼ିଯାଇଥିବେ ବୋଲି ସନ୍ଦେହ କରିଥିଲେ। ଦାରିଙ୍ଗବାଡି ଅଗ୍ନିଶମ ବିଭାଗର କର୍ମଚାରୀମାନେ ସନ୍ଧ୍ୟାରେ ଖୋଜାଖୋଜି କରିଥିଲେ ହେଁ ଅନ୍ଧାର ଯୋଗୁ ଯଶୋବନ୍ତଙ୍କୁ ଖୋଜିପାରି ନ ଥିଲେ। ମଙ୍ଗଳବାର ଭୋର ସମୟରେ ଯଶୋବନ୍ତଙ୍କ ପରିବାର ଲୋକ ପୁଣି ପୋଖରୀକୁ ଯାଇ ଖୋଜିବା ସମୟରେ ତାଙ୍କ ମୃତଦେହ ଭାସୁଥିବା ଦେଖି ଅଗ୍ନିଶମ ବିଭାଗ ଓ ପୋଲିସକୁ ଖବର ଦେଇଥିଲେ।

ଖବର ପାଇ ଅଗ୍ନିଶମ ବିଭାଗ ମୃତଦେହ ପୋଖରୀରୁ ବାହାର କରିଥିଲେ। ଦାରିଙ୍ଗବାଡି ଥାନାର ସବଇନ୍ସପେକ୍ଟର ଜୟନ୍ତ ସେଠି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ମୃତଦେହ ଜବତ କରି ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ଏନେଇ ପୋଲିସ ପକ୍ଷରୁ ଏକ ଅପମୃତ୍ୟୁ ରୁଜୁ କରାଯାଇ ଅଧିକା ତଦନ୍ତ କରାଯାଉଥିବା ପୋଲିସ କହିଛି। ସୂଚନାଯୋଗ୍ୟ ଯେ, ମୃତ ଯଶୋବନ୍ତ ପ୍ରତିଦିନ ଭଳି ସୋମବାର ଭୋର ୪ ଟାରୁ ଘରୁ ବାହାରିଥିଲେ ସନ୍ଧ୍ୟା ହୋଇଯାଇଥିଲେ ସୁଦ୍ଧା ସେ ଘରକୁ ନ ଫେରିବାରୁ ପରିବାର ପକ୍ଷରୁ ତାଙ୍କୁ ଖୋଜାଖୋଜି କରୁଥିଲେ ଏହି ସମୟରେ ତାଙ୍କ ଦୀର୍ଘ ସମୟ ହେଲା ପୋଷାକ ପୋଖରୀ ହୁଡାରେ ରହିଥିବା ଖବର ପାଇ ସନ୍ଦେହ ଉପୁଜିଥିଲା । କନ୍ଧମାଳ ଜିଲ୍ଲରୁ ସଞ୍ଜୟ କୁମାର ପାଣିଗ୍ରାହଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ