।। ନିଖିଳ ଉତ୍କଳ ଗୂହରକ୍ଷୀ ମହାସଂଘ ତରଫରୁ ଗୂହରକ୍ଷୀ ମାନଙ୍କୁ ପୁନଃ ନିଯୁକ୍ତି ନିମନ୍ତେ ମୁଖ୍ୟମନ୍ତ୍ରୀ ଙ୍କୁ ନିବେଦନ ।।

Oct 6, 2024 - 19:33
 0  25
।। ନିଖିଳ ଉତ୍କଳ ଗୂହରକ୍ଷୀ ମହାସଂଘ ତରଫରୁ  ଗୂହରକ୍ଷୀ ମାନଙ୍କୁ ପୁନଃ ନିଯୁକ୍ତି ନିମନ୍ତେ ମୁଖ୍ୟମନ୍ତ୍ରୀ ଙ୍କୁ ନିବେଦନ ।।

ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଳକ ମୁନିଖୋଲ ମନ୍ଦିର ପରିସର ଠାରେ ରାୟଗଡ଼ା ଜିଲ୍ଲା ସମସ୍ତ ବ୍ଳକ ଗୂହରକ୍ଷୀ ମାନେ ଏକତ୍ରିତ ହୋଇ ନିଖିଳ ଉତ୍କଳ ଗୂହରକ୍ଷୀ ମହାସଂଘ ତରଫରୁ ଗୂହରକ୍ଷୀ ମାନଙ୍କୁ ପୁନଃ ନିଯୁକ୍ତି କୁ ନେଇ ଏକ ସଭା ଅନୁଷ୍ଠିତ ହୋଇଥିଲା । ଦୁଇ ହଜାର ଦଶ ମସିହାରେ ଓଡ଼ିଶାର ଗୂହରକ୍ଷୀ ଭାବରେ ନିଯୁକ୍ତି ପାଇଁ ସୁଚାରୁରୂପେ କାର୍ଯ୍ୟକରି ଆସୁଥିଲେ କିଛି ବର୍ଷ କାର୍ଯ୍ୟ କରିବା ପରେ ଵିନା କାରଣରୁ ଆମକୁ ଛଟେଇ କରିଥିଲେ ବୋଲି ସଭାପତି ସୁଶାନ୍ତ କୁମାର ପାଢୀ, ସମ୍ପାଦକ ରମେଶ ମେଲାକା,ଉପ ସଭାପତି ପ୍ରମୋଦ ଖୋରା ଛଟେଇର କାରଣ ପଚାରି ଵୁଝିଥିଲେ ।କିନ୍ତୁ ଆଲେଟ୍ ମେଣ୍ଟ ନାହଁ ଯଦି ଆଲେଟ୍ ମେଣ୍ଟ ଆସେ କିମ୍ବା ନୂତନ ପଦବୀ ଘୋଷଣା ହୁଏ ପୁନଃ ନିଯୁକ୍ତି ଦିଆଯିବ ବୋଲି ଗୂହରକ୍ଷୀ ମାନଙ୍କୁ କହିଥିଲେ ।୨୦୧୪ମସିହାରେ ଯେତେବେଳେ ନୃତନ ପଦବୀ ଘୋଷଣା କରାଗଲା ପଦବୀ ପାଇଁ ଯେଉଁ ସବୁ ପରୀକ୍ଷା ଆବଶ୍ୟକ ରହିଥିଲା ତାହା ଆମ୍ବମାନଙ୍କୁ କରିଥିଲେ । ଓ ସେଥିରେ ଉର୍ତ୍ତିର୍ଣ୍ଣ ହେବା ପରେ ମଧ୍ୟ ନିଯୁକ୍ତି ଦେଇନଥିଲେ ବୋଲି ଗୂହରକ୍ଷୀ ମହାସଂଘ ତରଫରୁ ଗୂହରକ୍ଷୀ ମାନେ କହିଛନ୍ତି। ଏହି ବିଷୟକୁ ତତ୍କାଳୀନ ସରକାର ଙ୍କୁ ଜଣାଇଥିଲେ ମଧ୍ୟ ସେ କୈାଣସି ଦୁଃଖ ଵୁଝି ନଥିଲେ ବୋଲି ମଧ୍ୟ କହିଥିଲେ। ଯେତେବେଳେ ନୂତନ ସରକାର ରାଜ୍ୟକୁ ଆସିଲେ ନିଖିଳ ଉତ୍କଳ ଗୂହରକ୍ଷୀ ମହାସଂଘ ଓଡିଶା ରାଜ୍ୟ ସଭାପତି ଶ୍ରୀ ରଞ୍ଜନ କୁମାର ମଲ୍ଲିକ ଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମହୋଦୟ ଙ୍କୁ ସାକ୍ଷାତ କରିଥିଲେ ସେ ଗୂହରକ୍ଷୀ ମାନଙ୍କୁ ଦୁଃଖ ବୁଝି ୨୨୯୮ ଗୋଟି ପୁନଃ ନିଯୁକ୍ତି ପଦବୀ ଘୋଷଣା କରିଛନ୍ତି । ତା ସଙ୍ଗେ ଅନୁକମ୍ପା ମୂଳକ ପଦବୀ ଘୋଷଣା କରିଛନ୍ତି ହେଲେ ଉକ୍ତ ପଦବୀରେ ଗୂହରକ୍ଷୀ ମାନଙ୍କୁ ପୁନଃ ନିଯୁକ୍ତି ଦିଆଯିବା ନିମନ୍ତେ ଓଡିଶା ସରକାରଙ୍କୁ ନିବେଦନ କରିଛନ୍ତି ଓ ମାନ୍ୟବର ପ୍ରଧାନମନ୍ତ୍ରୀ, ମାନ୍ୟବର ମୁଖ୍ୟମନ୍ତ୍ରୀ , ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଓ ଉପଦେଷ୍ଟା ମଣ୍ଡଳୀ ମହୋଦୟ ଙ୍କୁ ସମୂର୍ଦ୍ଧନା ଜଣାଇଵା ସହିତ ରାଜ୍ୟସ୍ତରୀୟ ହୋମଗାର୍ଡ ସମ୍ମିଳନୀରେ ମୁଖ୍ୟ ଅତିଥି ଆସନ ଅଳଙ୍କୃତ କରିବା ପାଇଁ ନିବେଦନ କରିଛନ୍ତି । ଛଟେଇ କର୍ମ ଚାରୀ ଙ୍କ ଦୁଃଖ ବୁଝିଥିବା ଏକ ଐତୀହାସିକ ପଦକ୍ଷେପ ପୁନଃ ନିଯୁକ୍ତି ପଦବୀ କରିବା ନେଇ ଘୋଷଣା କରିଥିବାରୁ ମୋହନ ସରକାରଙ୍କୁ, ଛଟେଇ ଗୃହ ରକ୍ଷୀ କର୍ମ ଚାରୀ ସଂଘ ପକ୍ଷରୁ ଉକ୍ତ ବୈଠକରେ ଧନ୍ୟବାଦ ଦେବା ସହ ଉତ୍ସାହିତ ଥିବା ଦେଖିବାକୁ ମିଳିଥିଲା ଏନେଇ ଆଗାମୀ ଦିନରେ ହେବାକୁ ଥିବା ଅଳଙ୍କାର ସମ୍ବର୍ଧନା କାର୍ଯ୍ୟକ୍ରମ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝି ଙ୍କୁ ଯୋଗ ଦାନ କରିବାକୁ ସଂଘ ପକ୍ଷରୁ ଦାବି ଜଣାଇଛନ୍ତି।

ରାୟଗଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ ଫାଷ୍ଟ ନିଉଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ