।। ନିଆଁ ରେ ଜଳି ପାଉଁଶ ହୋଇଗଲା ଦିନ ମଜୁରିଆ ଙ୍କ ଚାଳ ଘର ।।

ବଡ଼ସାହି : ଶୁକ୍ରବାର ରାତି ବେତନଟୀ ପଞ୍ଚାୟତ ସମିତି ଯୁଗଳ ଉପକଣ୍ଠ ଦୁର୍ଗାପୁର ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ତୁମୁଳ ଅଗ୍ନିକାଣ୍ଡ l ରାତି ସମୟ ରେ ଦୁର୍ଗାପୁର ଗ୍ରାମର ଦିନ ମଜୁରୀୟା ରାମ ସିଂ ଙ୍କ ଚାଳ ଛପର ଘରଟି ରୋଷେଇ ଶାଳରୁ ଅସାଭଧାନତା କାରଣ ରୁ ନିଆଁ ଲାଗି ଜଳି ପାଉଁଶ ହୋଇ ଯାଇଛି l ଅଗ୍ନି କାଣ୍ଡ ଏତେ ଭୟାନକ ଥୀଲା ଯେ ଆୟତ କରିବା କଷ୍ଟକର ହୋଇ ପଡିଥିଲା l ତେବେ ଗ୍ରାମବାସୀ ଓ ବେତନଟୀ ଅଗ୍ନିଶମ ବାହିନୀଙ୍କ ମିଳିତ ଉଦ୍ୟମରେ ଅଗ୍ନିକାଣ୍ଡ କୁ ଆୟତ କରାଯାଥିଲା l ଏହି ଅଗ୍ନିକାଣ୍ଡ ରେ ରାମ ସିଂ ଙ୍କ ୨ଟି ଖଟ, ୨ ବସ୍ତା ଚାଉଳ ଓ ଅନ୍ୟାନ୍ୟ ଅସବାବ ପତ୍ର ଜଳି ପାଉଁଶ ହୋଇ ଯାଇଥିବା ବେଳେ ସେ ଏକ ଖଟି ଖିଆ ଦିନ ମଜୁରିଆ ହୋଇଥିବା କାରଣ ରୁ ତାଙ୍କୁ ସରକାରୀ ସହାୟତା ନିମନ୍ତେ ଗ୍ରାମବାସୀ ବୃନ୍ଦ ଦାବି ରଖିଛନ୍ତି l
What's Your Reaction?






