ନାଳ ପାଣି ହିଁ ଭରଷା, ମିଳୁନାହିଁ ପାନୀୟଜଳ ବସୁଧା ଯୋଜନା ପାଇପ୍ ପଡ଼ିଛି ହେଲେ ପାଣି ଆସୁନି

Apr 30, 2025 - 19:31
 0  3
ନାଳ ପାଣି ହିଁ ଭରଷା, ମିଳୁନାହିଁ ପାନୀୟଜଳ ବସୁଧା ଯୋଜନା ପାଇପ୍ ପଡ଼ିଛି ହେଲେ ପାଣି ଆସୁନି

କନ୍ଧମାଳ, (ଫାଷ୍ଟ ନ୍ୟୁଜ ଓଡିଶା): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ବଣ୍ଡଗୁଡ଼ା ପଞ୍ଚାୟତ ତିନି ନମ୍ବର ୱାର୍ଡ଼ ଚଞ୍ଚଳାସାହି ବାମ୍ବାଡ଼ି ଗାଁରେ ପାନୀୟଜଳ ଜଳ ସମସ୍ୟା କୁ ନେଇ ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଦିର୍ଘ ଦୁଇ ବର୍ଷରୁ ଉର୍ଦ୍ଧ୍ବ ହେବ ଏଠାକାର ଗୋଟିଏ ସାହିର ଲୋକେ ନାଳ ପାଣି ବ୍ୟବହାର କରୁଥିବା ଦେଖିବାକୁ ମିଳିଛି । ଖରା ବର୍ଷା ଦିନେ ପାନୀୟଜଳ ପାଇଁ ଅଞ୍ଚଳବାସୀ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳିଛି । ଖରା ଦିନେ ନାଳ ଚୁଆ ପାଣି ବ୍ୟବହାର କରୁଥିବା ବେଳେ ବର୍ଷା ଦିନେ ବହୁତ ଅସୁବିଧା ସମୁଖୀନ ହେଉଥିବା କହିଛନ୍ତି । ଅନ୍ୟ ପଟେ ଏହି ପାନୀୟଜଳ ଅସୁବିଧା କୁ ନେଇ ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଅଭିଯୋଗ କରିଥିଲେ ସୁଦ୍ଧା କେହି ଶୁଣୁନାହାନ୍ତି ବୋଲି କହିଛନ୍ତି । ସରକାର ପାନୀୟଜଳ ସୁବିଧା ପାଇଁ ଅନେକ ଯୋଜନା ପ୍ରସ୍ତୁତ କରନ୍ତି ସତ କିନ୍ତୁ କେତେକ ସ୍ଥାନରେ ଆଜି ଚୂଆ ନାଳ ପାଣି ବ୍ୟବହାର କରୁଥିବା ଦେଖିବାକୁ ମିଳିଛି । ତେଣୁ ପ୍ରଶାସନ ଏଥିପ୍ରତି ସଠିକ ଦୃଷ୍ଟି ଆକର୍ଷଣ କରିବା ସହ ବାମ୍ବାଡ଼ି ସାହିରେ ସଲାର ଟାଙ୍କି ନିର୍ମାଣ ପାଇଁ ଗ୍ରାମବାସୀ ପୁର୍ବତନ ସରପଞ୍ଚ କଣ୍ଠିଫୁଲ ପ୍ରଧାନ ଲାମ୍ବୁର ପ୍ରଧାନ ସୁଲୋଚନା ପ୍ରଧାନ,ଗୀତାଞ୍ଜଳି ପ୍ରଧାନ ମାଳତୀ ପ୍ରଧାନ ସୁକାନ୍ତି ପ୍ରଧାନ ସୁଲେଖା ପ୍ରଧାନ ଜାନକୀ ପ୍ରଧାନ ସମେତ ଗ୍ରାମବାସୀ ଦାବି କରିଛନ୍ତି ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ