ନାଲ୍ସା (ମାନସିକ ରୁଗ୍ନତାଗ୍ରସ୍ତ ତଥା ବୌଦ୍ଧିକ ଅକ୍ଷମ ବ୍ୟକ୍ତିଙ୍କୁ ଆଇନ ସେବା) ଯୋଜନା, ୨୦୨୪ ବିଷୟରେ ସଚେତନତା ଶିବିର ଅନୁଷ୍ଠିତ

May 3, 2026 - 16:34
 0  8
ନାଲ୍ସା (ମାନସିକ ରୁଗ୍ନତାଗ୍ରସ୍ତ ତଥା ବୌଦ୍ଧିକ ଅକ୍ଷମ ବ୍ୟକ୍ତିଙ୍କୁ ଆଇନ ସେବା) ଯୋଜନା, ୨୦୨୪ ବିଷୟରେ ସଚେତନତା ଶିବିର ଅନୁଷ୍ଠିତ

ନୂଆପଡ଼ା : ଟାନୱାଟ ସ୍ଥିତ ବିଜୁ ପଟ୍ଟନାୟକ ମାନସିକ ସ୍ୱତନ୍ତ୍ର ବିଦ୍ୟାଳୟରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ନାଲ୍ସା (ମାନସିକ ରୁଗ୍ନତାଗ୍ରସ୍ତ ତଥା ବୌଦ୍ଧିକ ଅକ୍ଷମ ବ୍ୟକ୍ତିଙ୍କୁ ଆଇନ ସେବା) ଯୋଜନା, ୨୦୨୪ ବିଷୟରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏହି ଶିବିରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ, ବିଦ୍ୟାଳୟର ଅଧ୍ୟକ୍ଷ ରାଜେଶ୍ୱରୀ ସାମନ୍ତ, ଓ ଅଧିକାର ମିତ୍ରଗଣ ଉପସ୍ଥିତ ହୋଇ ନାଲ୍ସା (ମାନସିକ ରୁଗ୍ନତାଗ୍ରସ୍ତ ତଥା ବୌଦ୍ଧିକ ଅକ୍ଷମ ବ୍ୟକ୍ତିଙ୍କୁ ଆଇନ ସେବା) ଯୋଜନା, ୨୦୨୪ ବିଷୟରେ ବିସ୍ତୃତ ଚର୍ଚ୍ଚା କରିଥିଲେ । ଏହି ଅବସରରେ ପ୍ରାଧିକରଣର ସଚିବ ନବନୀତା ଦାଶ ମାନସିକ ରୁଗ୍ନତାଗ୍ରସ୍ତ ତଥା ବୌଦ୍ଧିକ ଅକ୍ଷମ ବ୍ୟକ୍ତିଙ୍କ ଅଧିକାର ଓ ସେମାନଙ୍କ ପାଇଁ ଉପଲବ୍ଧ ସରକାରଙ୍କ ବିଭିନ୍ନ ଯୋଜନା ଏବଂ ମାଗଣା ଆଇନ ସେବା ବିଷୟରେ ଆଲୋକପାତ କରିଥିଲେ ।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ