ନବରଙ୍ଗପୁର ଠାରେ ଷଷ୍ଠତମ ଜିଲ୍ଲାପରିଷଦ ର ସାଧାରଣ ବୈଠକ

Sep 3, 2025 - 20:55
 0  74
ନବରଙ୍ଗପୁର ଠାରେ ଷଷ୍ଠତମ ଜିଲ୍ଲାପରିଷଦ ର ସାଧାରଣ ବୈଠକ

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୦୩.୦୯.୨୦୨୫ ରିଖ: ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକଙ୍କ ଅଧ୍ୟକ୍ଷତାରେ ଷଷ୍ଠତମ ଜିଲ୍ଲା ପରିଷଦ ର ଅଷ୍ଟମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି !ଏହି ବୈଠକରେ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମାନ୍ୟବର ସାଂସଦ ( ଲୋକସଭା )ବଳଭଦ୍ର ମାଝି,ମାନ୍ୟବର ସାଂସଦ ( ରାଜ୍ୟସଭା) ମୂଜ୍ଜିବୁଲ୍ଲା ଖାଁ,ମାନ୍ୟବର ବିଧାୟକ ଡ଼ାବୁ ଗାଁ ମନୋହର ରାନ୍ଧାରୀ,ମାନ୍ୟବର ବିଧାୟକ ନବରଙ୍ଗପୁର ଗୌରୀ ଶଙ୍କର ମାଝୀ,ମାନ୍ୟବର ବିଧାୟକ ଝରି ଗାଁ ନରସିଂହ ଭତରା, ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁ,ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଲିପିକା ବାରୋଇ,ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ ପ୍ରମୁଖ ମଞ୍ଚାଷିନ ଥିଲେ ! ଜିଲ୍ଲାପାଳ ସମସ୍ତ ଜନ ପ୍ରତିନିଧି,ସଭ୍ୟ ଓ ଅଧିକାରୀମାନଙ୍କୁ ସ୍ଵାଗତ କରିଥିଲେ ଓ ଜିଲ୍ଲା ପରିଷଦ ବୈଠକ ରେ ସଫଳ ଆଲୋଚନା ଉପରେ ବିଶେଷ କହିଥିଲେ !ବୈଠକ ରେ ନବରଙ୍ଗପୁର ଜିଲ୍ଲାର ୨୬ ଜଣ ଜିଲ୍ଲାପରିଷଦ ସଭ୍ୟ ଓ ୧୦ ଜଣ ପଞ୍ଚାୟତ ସମିତି ଅଧ୍ୟକ୍ଷ ଯୋଗ ଦେଇ ନିଜ ଅଞ୍ଚଳ ରେ ବିଭିନ୍ନ ସମସ୍ୟା ଓ ଅସୁବିଧା,ଉନ୍ନତିମୂଳକ କାର୍ଯ୍ୟ ର ତଥ୍ୟ,ଅଭିଯୋଗ ଉପରେ ଉପସ୍ଥିତ ବିଭାଗୀୟ ଅଧିକାରୀ ଙ୍କୁ ପ୍ରଶ୍ନ ପଚାରିଥିଲେ ! ବୈଠକ ରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ,ଗ୍ରାମ୍ୟ ପାନୀୟ ଜଳ ଓ ପରିମଳ,ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ,ବିଦ୍ୟାଳୟ ଓ ଗଣଶିକ୍ଷା,କୃଷି,ମହିଳା ଓ ଶିଶୁ ବିକାଶ, ଗ୍ରାମ୍ୟ ନିର୍ମାଣ, ଅନୁସୂଚିତ ଜାତି ଓ ଜନଜାତି, ଅବକାରୀ, ବିଦ୍ୟୁତ,ଜିଲ୍ଲା ସାମାଜିକ ସୁରକ୍ଷା ଇତ୍ୟାଦି ବିଭାଗ ର ଅଧିକାରୀ ଜନ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ ! ଗୃହରେ ସୁଚନା ଅନୁସାରେ ଜିଲ୍ଲାରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିରାମୟ ଯୋଜନା ରେ ସମସ୍ତ ଔଷଧ ବିନା ମୂଲ୍ୟରେ ଯୋଗାଇ ଦିଆଯାଉଛି !ଏହା ସହିତ ୪୦ ଟି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ୧୬୯ ଟି ଉପ ସ୍ବାସ୍ଥ୍ୟ କେନ୍ଦ୍ର ଆୟୁଶ୍ମାନ ଆରୋଗ୍ୟ ମନ୍ଦିର ରେ ପ୍ରତ୍ୟେକ ମାସ ରେ ଆୟୁଶ୍ମାନ ସ୍ବାସ୍ଥ୍ୟ ଆରୋଗ୍ୟ ଶିବିର ଆୟୋଜନ କରାଯାଉଛି ! ବିଧାୟକ ଡ଼ାବୁ ଗାଁ ମନୋହର ରାନ୍ଧାରୀ ପ୍ରତ୍ୟେକ ବ୍ୟକ୍ତି ଯେଭଳି ଆୟୁଶ୍ମାନ ସ୍ବାସ୍ଥ୍ୟ କାର୍ଡ ପାଇପାରିବେ ଏବଂ ସ୍ବାସ୍ଥ୍ୟ କେନ୍ଦ୍ରରେ କୌଣସି ଶୀଘ୍ର ଅବଧି ସମାପ୍ତି ହେଉଥିବା ଔଷଧ ଯୋଗାଣ ନ ହେଉ ତାହା ଉପରେ ଗୁରୁତ୍ବ ଦେବାକୁ ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀ ଙ୍କୁ କହିଥିଲେ ! ଗ୍ରାମ୍ୟ ପାନୀୟ ଜଳ ବିଭାଗ ର ସୁଚନା ଅନୁଯାୟୀ ଜିଲ୍ଳାର ମୋଟ ୧୮୯ ପଞ୍ଚାୟତରୁ ୮୫୫ ପଡା ଗ୍ରାମରେ ୧୮୮୨୨ ନଳକୂପ,୫୧୪ ଟି ସୌର ଚାଳିତ ଜଳ ଯୋଗାଣ ପ୍ରକଳ୍ପ ଏବଂ ୪୦୫ ଟି ପାଇପ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ କରୁଅଛି ! ଜିଲ୍ଲାପରିଷଦ ସଭ୍ୟ ବିଭିନ୍ନ ଗ୍ରାମ ରେ ନଳକୂପ ମରାମତି ଠିକ୍ ସମୟରେ ହେଉନାହିଁ ଏବଂ ଘର କୁ ଘର ପାଇପ ଲାଇନ୍ ବ୍ୟବସ୍ତା ଉପରେ ବିଶେଷ ଦୃଷ୍ଟି ଦେବାକୁ କହିଥିଲେ ! ଖାଦ୍ୟ ଯୋଗାଣ ବିଭାଗ ର ତଥ୍ୟ ଅନୁସାରେ ଜିଲ୍ଲାରେ ୩,୧୪,୯୩୬ ରାସନ୍ କାର୍ଡ ୧୦୪୯୭୭୯ ହିତାଧିକାରୀଙ୍କୁ ଖାଦ୍ୟ ସୁରକ୍ଷା ଆଇନ ୨୦୧୩ ରେ ଅନ୍ତର୍ଭୂକ୍ତ କରାଯାଇଛି ! ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ର ତଥ୍ୟ ଅନୁଯାୟୀ ଜିଲ୍ଲାରେ ପ୍ରାଥମିକ ଓ ମାଧ୍ୟମିକ ସ୍ତରରେ ୧୯୬୫ ଟି ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ସ୍ଥାପିତ ହୋଇଛି ! ବିଧାୟକ ଡ଼ାବୁ ଗାଁ ବିଦ୍ୟାଳୟ ଛାତ୍ର ଛାତ୍ରୀ ଙ୍କୁ ପୋଷାକ ପ୍ରସ୍ତୁତ ଓ ଯୋଗାଣ,ଗୁଣବତ୍ତା ଓ ଦୁର୍ନୀତି ଉପରେ ଅଭିଯୋଗ କରି ଏହାର ତଦନ୍ତ କରି ବାକୁ ଶିକ୍ଷା ଅଧିକାରୀଙ୍କୁ କହିଥିଲେ ! ମକା ଚାଷ ରେ ଅତ୍ୟଧିକ ସାର ର ପ୍ରୟୋଗ ଉପରେ ସାଂସଦ ବଳଭଦ୍ର ମାଝି ପଞ୍ଜୀକୃତ ଚାଷୀଙ୍କ ସମୁଦାୟ ଚାଷଜମି କୁ ରେକର୍ଡ ଭୁକ୍ତ କରି ଏହି ଅନୁଯାୟୀ ସାର ଯୋଗାଣ,ପ୍ରାଧିକୃତ ବ୍ୟବସାୟୀ ଙ୍କୁ ଛାଡି ବେଆଇନ ସାର ଗଚ୍ଛିତ ଓ ବିକ୍ରୟ କେନ୍ଦ୍ର ମାନଙ୍କରେ ଧରପଗଡ କରିବାକୁ ମୁଖ୍ୟ କୃଷି ଅଧିକାରୀ ଙ୍କୁ କହିଥିଲେ ! ସମବାୟ ବିଭାଗ ଦ୍ଵାରା ଜିଲ୍ଲାରେ ୩୦.୦୮.୨୦୨୫ ସୁଦ୍ଧା ୯୭୩୩୫ ଜଣ ଙ୍କୁ କିଶାନ କାର୍ଡ ବିତରଣ କରାଯାଇଛି ! ଜିଲ୍ଲା ପରିଷଦ ସଭ୍ୟ ଲ୍ୟାମ୍ପସ୍ ରେ ସାର ଯୋଗାଣ ରେ ଦୁର୍ନୀତି ରୋକିବାକୁ ପ୍ରଶାସନ କୁ ଅନୁରୋଧ କରିଥିଲେ ! ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ତଥ୍ଯ ଅନୁସାରେ ମୋଟ ୫୦୮୦୧ ଜଣ ଇନ୍ଦିରା ଗାନ୍ଧୀ ଜାତୀୟ ବାର୍ଦ୍ଧକ୍ୟ ଭତ୍ତା,୧୭୧୩୦ ଜଣ ଇନ୍ଦିରା ଗାନ୍ଧୀ ଜାତୀୟ ବିଧବା ଭତ୍ତା,୨୬୫୩ ଜଣ ଇନ୍ଦିରା ଗାନ୍ଧୀ ଜାତୀୟ ଭିନ୍ନକ୍ଷମ ଭତ୍ତା ଏବଂ ମଧୁବାବୁ ପେନସନ ଯୋଜନା ୮୮୪୮୪ ଜଣଙ୍କୁ ଅନ୍ତର୍ଭୂକ୍ତ କରାଯାଇଛି ! ବିଦ୍ୟୁତ୍ ବିଭାଗ ତଥ୍ୟ ଅନୁସାରେ ଜିଲ୍ଲାରେ ବିଜୁ ଗ୍ରାମୀଣ ବିଦ୍ୟୁତକରଣ ଯୋଜନାରେ ୮୭୨ ଟି ଗ୍ରାମ ବିଦ୍ୟୁତକରଣ କରାଯାଇଛି !

ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ