ନବରଙ୍ଗପୁର ଠାରେ ଜିଲ୍ଲା ସ୍ତରୀୟ ସୁଚନା ଅଧିକାର ଆଇନ ପ୍ରଶିକ୍ଷଣ କର୍ମଶାଳା

Mar 27, 2025 - 21:45
 0  24
ନବରଙ୍ଗପୁର ଠାରେ ଜିଲ୍ଲା ସ୍ତରୀୟ ସୁଚନା ଅଧିକାର ଆଇନ ପ୍ରଶିକ୍ଷଣ କର୍ମଶାଳା

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା:୨୭.୦୩.୨୦୨୫ ରିଖ: ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହରେ ଜିଲ୍ଲା ପ୍ରଶାସନ ଏବଂ ସୁଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ଵାରା ଆୟୋଜିତ ଜିଲ୍ଲା ସ୍ତରୀୟ ସୁଚନା ଅଧିକାର ଆଇନ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି ! ପ୍ରଥମେ ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା ଉପସ୍ଥିତ ସମସ୍ତଙ୍କୁ ସ୍ବାଗତ କରି ସୁଚନା ଅଧିକାର ଆଇନ -୨୦୦୫ ଉପରେ ସମ୍ୟକ୍ ଧାରଣା ଦେଇଥିଲେ ! ଏହି କର୍ମଶାଳାରେ ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ବ ) ବିଶ୍ୱଜିତ୍ ବର୍ମନ୍ ଏବଂ ଅତିରିକ୍ତ ଜିଲ୍ଲାପାଳ ( ସାଧାରଣ ) ତପନ କୁମାର ଖୁଣ୍ଟିଆ ଯୋଗ ଦେଇ ଉପସ୍ଥିତ ସମସ୍ତ ଜନ ସୂଚନା ଅଧିକାରୀ ଙ୍କୁ ପ୍ରଶିକ୍ଷଣ ଶିବିରରେ ସୁଚନା ଅଧିକାର ଆଇନ ଉପରେ ବିଶେଷ ଜ୍ଞାନ ଆହରଣ କରିବା ସହ ପୋର୍ଟାଲ ରେ ଆବଶ୍ୟକ ଅପଲୋଡ କରିବାକୁ କହିଥିଲେ ! ସୂଚନା ଅଧିକାର ଆଇନ- ୨୦୦୫ ବଳରେ ଜନ ସାଧାରଣ ଙ୍କ ଦ୍ଵାରା ଆଗତ ଆବେଦନକୁ ଗ୍ରହଣ,ତଥ୍ୟ ପ୍ରଦାନ,ସମୟ ସୀମା ଉପରେ ଗୁରୁତ୍ବ ଦେବାକୁ କହିଥିଲେ ! ରାଜ୍ୟ ସରକାରଙ୍କ ଦ୍ଵାରା ମନୋନୀତ ମାଷ୍ଟର ଟ୍ରେନର ରଶ୍ମୀ ରଞ୍ଜନ ରାଉତ ସମସ୍ତ ଏଫ୍ ଏ ଏ ଏବଂ ପି ଆଇ ଓ ମାନଙ୍କୁ ସୁଚନା ଅଧିକାର ଆଇନ ଉପରେ ବିଶେଷ ପ୍ରଶିକ୍ଷଣ ପ୍ରଦାନ କରିଥିଲେ !ମାର୍ଚ୍ଚ ୩୧ ,୨୦୨୫ ସୁଦ୍ଧା ଯେଭଳି ସମସ୍ତ କାର୍ଯ୍ୟାଳୟରେ ଅନଲାଇନ୍ ପୋର୍ଟାଲ ରେ ୧୭ ଟି ମାନୁଆଲରେ ସ୍ଵେଚ୍ଛାକୃତ ସୁଚନା,୪ ( ୧ ) ( ଖ )ର ଅଧିନିୟମ ଓଡ଼ିଆ ଏବଂ ଇଂରାଜି ଭାଷା ରେ ଉପଲବ୍ଧ ହେବ ତା ଉପରେ ବିଶେଷ ଗୁରୁତ୍ବ ଦେଇ ତାଲିମ ପ୍ରଦାନ କରିଥିଲେ !ମାଷ୍ଟର ଟ୍ରେନର ସୁଚନା ଅଧିକାର ଆଇନ, ସ୍ଵେଚ୍ଛାକୃତ ସୁଚନା, ନାଗରିକର ସୂଚନା ଅଧିକାର,ସମୟ ସୀମା, ଆର୍ ଟି ଆଇ -ସି ଏମ ଏମ, ରେଜିଷ୍ଟର ,ସୂଚନା ପ୍ରଦାନ ଫିସ୍ ଉପରେ ବିଶେଷ ପ୍ରଶିକ୍ଷଣ ଦେଇଥିଲେ ! ପି ଆଇ ଓ ମାନେ ସୁଚନା ଅଧିକାର ଆଇନ ଉପରେ ନିଜ ନିଜର ସନ୍ଦେହ ପ୍ରଶ୍ନ ପଚାରି ବୁଝି ଥିଲେ ! କର୍ମଶାଳାରେ ଅତିରିକ୍ତ ନିର୍ବାହୀ ଅଧିକାରୀ ଯଦୁମଣି ନାୟକ ଙ୍କ ସହ ସମସ୍ତ ମୁଖ୍ୟ ବିଭାଗୀୟ କାର୍ଯ୍ୟଳୟ,ବ୍ଲକ୍ ,ତହସିଲ,ଆଇ ସି ଡି ଏସ , ବି ଇ ଓ କାର୍ଯ୍ୟାଳୟର ଜନ ସୂଚନା ଅଧିକାରୀ ଉପସ୍ଥିତ ଥିଲେ ! ଶେଷରେ ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ଧନ୍ୟବାଦ୍ ଦେଇଥିଲେ !

 ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ