ନବରଙ୍ଗପୁର ଠାରେ କବି ଶ୍ରୀ ଜୟଦେବ ଙ୍କ ଜନ୍ମ ଜୟନ୍ତୀ ପାଳନ

Apr 30, 2025 - 18:43
 0  38
ନବରଙ୍ଗପୁର ଠାରେ କବି ଶ୍ରୀ ଜୟଦେବ ଙ୍କ ଜନ୍ମ ଜୟନ୍ତୀ ପାଳନ

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୩୦.୦୪.୨୦୨୫ ରିଖ: ଜିଲ୍ଲା ସଂସ୍କୃତି ଭବନ, ନବରଙ୍ଗପୁର ଠାରେ ସକାଳ ୧୦.୩୦ ମି ସମୟରେ କବି ଶ୍ରୀ ଜୟଦେବ ଜୟନ୍ତୀ ଉତ୍ସବ-୨୦୨୫ ଜିଲ୍ଲା ସଂସ୍କୃତି ବିଭାଗ ଏବଂ ଜିଲ୍ଲା ପ୍ରଶାସନର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଛି ! ଏହି ଅବସରରେ କବି ଶ୍ରୀ ଜୟଦେବଙ୍କ ଜୀବନୀ, ଗୀତଗୋବିନ୍ଦ ଏବଂ ଅକ୍ଷୟ ତୃତୀୟା ସମ୍ପର୍କରେ ଆଲୋକପାତ ହେବା ସହିତ ଜଗନ୍ନାଥ ସଂସ୍କୃତିର ସମୃଦ୍ଧି ଏବଂ ସାଂସ୍କୃତିକ ନବୀକରଣ ଆଲୋଚନା କରାଯାଇଥିଲା ! ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପ ଜିଲ୍ଲାପାଳ ,ନବରଙ୍ଗପୁର ଶ୍ରୀ ପ୍ରକାଶ କୁମାର ମିଶ୍ର ଜିଲ୍ଲା ଓ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ମନୋଜ କୁମାର ବେହେରା ଯୋଗଦେଇ ଏହି ଉତ୍ସବର ମାହାତ୍ମ୍ୟ ତଥା ଓଡ଼ିଶାର କିମ୍ବଦନ୍ତୀ କବି ଶ୍ରୀ ଜୟଦେବଙ୍କ କାବ୍ୟକୃତି ଗୀତଗୋବିନ୍ଦ ଏବଂ ରାଧା କୃଷ୍ଣଙ୍କ ପ୍ରେମରସ ସମ୍ପର୍କରେ ବର୍ଣ୍ଣନା କରିବା ସହିତ କବି ଶ୍ରୀ ଜୟଦେବଙ୍କ ମହାନ ରଚନା ଗୀତ ଗୋବିନ୍ଦରେ ବର୍ଣ୍ଣିତ "ସ୍ମର ଗରଳ ଖଣ୍ଡନମ୍ ମାମା ଶିରସି ମଣ୍ଡନମ୍ ଦେହି ପାଦପଲ୍ଲଭମ୍ ଉଦାରମ୍" ଭଳି ଦିବ୍ୟ ଶ୍ଳୋକ କେମିତି ପିଢ଼ି ପରେ ପିଢ଼ିକୁ ଭକ୍ତି ଏବଂ କଳାତ୍ମକ ଉତ୍କର୍ଷତା ସହିତ ଅନୁପ୍ରାଣିତ କରିବ ଏବିଷୟରେ ଆଲୋକପାତ କରିଥିଲେ ! ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା କଳା ଓ ସଂସ୍କୃତି ସଂଘର ଉପ-ସଭାପତି ଶ୍ରୀ କାର୍ତିକ ଭତ୍ରା, ମୁଖ୍ୟ ବକ୍ତା ଡକ୍ଟର ବିଜୟ ମିଶ୍ର, ସମ୍ମାନୀତ ବକ୍ତା ଶ୍ରୀମତୀ ଜେମା ମଣି ବିଷୋୟୀ ,ଶ୍ରୀଯୁକ୍ତ ବିଜୟ ଚୌଧୁରୀ ,ଶ୍ରୀଯୁକ୍ତ ନାରାୟଣ ପଣ୍ଡା ,ସହକାରୀ ଜିଲ୍ଲାପାଳ ଶ୍ରୀଯୁକ୍ତ ଆଶୁତୋଷ ପାତ୍ର ,ଡଃ ରାଧାନାଥ ବେହେରାଙ୍କ ସମେତ ପ୍ରମୁଖ ବକ୍ତାମାନେ ଜୟଦେବଙ୍କ କାଳଜୟୀ ଅବଦାନ ବିଷୟରେ ଆଲୋକପାତ କରିବାସହିତ "ଦଶାବତାର ସ୍ତୋତ୍ର" ର ଆଧ୍ୟାତ୍ମିକ ଗଭୀରତା ଏବଂ ଭଗବାନ ବିଷ୍ଣୁଙ୍କ ଅବତାରର ଏହାର ଗଭୀର ଚିତ୍ରଣ ଏବଂ ଓଡ଼ିଶାର ସାଂସ୍କୃତିକ ଐତିହ୍ୟ ଉପରେ କବିଙ୍କ ସ୍ଥାୟୀ ପ୍ରଭାବ ଉପରେ ଗୁରୁତ୍ୱାରୋପ କରିଥିଲେ ! ଏହି ଉପଲକ୍ଷେ ସଙ୍ଗୀତଜ୍ଞ ଯୁଗଳ କିଶୋର ତ୍ରିପାଠୀ ଙ୍କ ନେତୃତ୍ଵରେ ଜଗତର ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ଆଧାରିତ ସାଂସ୍କୃତିକ କାର୍ଯ୍ୟକ୍ରମ ସ୍ଥାନୀୟ କଳାକାର ମାନଙ୍କ ଦ୍ଵାରା ଅନୁଷ୍ଠିତ ହୋଇଥିଲା ! ଯାହା ଉପସ୍ଥିତ ଦର୍ଶକ ଏବଂ ଅତିଥି ମାନଙ୍କ ମନମୁଗ୍ଧ କରିଥିଲା ! ଏହାପରେ ଜିଲ୍ଲାର ସାଂସ୍କୃତିକ କ୍ଷେତ୍ରରେ ଅବଦାନ ରହିଥିବା ଲେଖକ ଏବଂ କଳା ଓ ସଂସ୍କୃତିର ଏତିହ୍ଯକୁ ସଂରକ୍ଷଣରେ ସାହାର୍ଯ୍ୟ କରୁଥିବା ବରିଷ୍ଠ କଳାକାର ଏବଂ ଗାୟକମାନଙ୍କୁ ସମ୍ବର୍ଦ୍ଧନା ଦିଆଯିବା ସହିତ ପ୍ରଶଂସାର ଏକ ଚିହ୍ନ ସ୍ୱରୂପ ସ୍ମାରକୀ ପ୍ରଦାନ କରାଯାଇଥିଲା ! ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଘାସିରାମ ହରିଜନ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ନୀଳକଣ୍ଠ ନାୟକ, ଆତ୍ମପ୍ରକାଶ ସାହୁ ଏବଂ ସନ୍ତୋଷ କୁମାର କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ !

ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ