ନବରଙ୍ଗପୁର ଜିଲ୍ଲାରେ ଜାତୀୟ କୃମି ନାଶକ ଦିବସ -୨୦୨୬ ( ଫେବୃଆରୀ ରାଉଣ୍ଡ )ପାଳନ

Feb 11, 2026 - 12:06
 0  4
ନବରଙ୍ଗପୁର ଜିଲ୍ଲାରେ ଜାତୀୟ କୃମି ନାଶକ ଦିବସ -୨୦୨୬ ( ଫେବୃଆରୀ ରାଉଣ୍ଡ )ପାଳନ

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୧୦.୦୨.୨୦୨୬ ରିଖ: ସ୍ଥାନୀୟ ପି ଏମ ଶ୍ରୀ ରାଜା ଚୈତନ୍ୟ ଦେବ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ଜାତୀୟ କୃମି ନାଶକ ଦିବସ -୨୦୨୬ ( ଫେବୃଆରୀ ରାଉଣ୍ଡ ) ର ଶୁଭାରମ୍ଭ ହୋଇଯାଇଛି ! ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ ମଳୟ ପ୍ରଧାନ,ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ,ଡି ଏମ ଓ ଡ଼ ସୁଶାନ୍ତ ଶତପଥୀ, ଏ ଡି ଏମ ଓ ଡ଼ ମଳୟ ତ୍ରିପାଠୀ,ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ ବେହେରା ପ୍ରମୁଖ ଅତିଥି ରୂପେ ଉପସ୍ଥିତ ଥିଲେ ! ଏ ଡି ଏମ ଓ ଡ଼ ତ୍ରିପାଠୀ ଉପସ୍ଥିତ ସମସ୍ତ ଛାତ୍ର ଛାତ୍ରୀ ଙ୍କୁ କୃମି ନାଶକ ଦିବସ ର ଉଦ୍ଦେଶ୍ୟ, ବଟିକା ସେବନ ର ଉପକାରିତା, କୃମିର ପ୍ରତିଷେଧକ ବ୍ୟବସ୍ଥା,ରକ୍ତହୀନତା,ସ୍ୱଚ୍ଛତା ଉପରେ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ ! ସମସ୍ତ ଅତିଥିଗଣ କୃମିନାଶକ ବଟିକା ସେବନ କଲେ କିଭଳି ନିଜେ ଶାରୀରିକ ଓ ମାନସିକ ଭାବେ ସକ୍ଷମ ରହିବା, ପାଠ ପଢା ରେ ଉନ୍ନତିକରିବା,ସଚେତନତା ସୃଷ୍ଟି , ପ୍ରଚାର ପ୍ରସାର ଉପରେ ବିଶେଷ ରୂପେ କହିଥିଲେ ! ଅତିଥି ମାନେ ଛାତ୍ର ଛାତ୍ରୀ ଙ୍କୁ କୃମିନାଶକ ବଟିକା ଖାଇବାକୁ ଦେଇ ଦିବସ ର ଶୁଭାରମ୍ବ କରିଥିଲେ ! କୃମିନାଶକ ସିରପ ବା ବଟିକା ଗୋଷ୍ଠୀ ସ୍ତରରେ ବ୍ୟାପକ ଭାବେ ସେବନ କରିବା ଦ୍ଵାରା କୃମିର କୁପ୍ରଭାବ କୁ କମାଇବା ସହ ବ୍ୟକ୍ତି ର ସାମଗ୍ରିକ ବିକାଶରେ ସହାୟକ ହେବା ଏହି ଦିବସ ପାଳନର ଲକ୍ଷ୍ୟ ୧ ରୁ ୧୯ ବର୍ଷ ବୟସ୍କ ସମସ୍ତ ଶିଶୁ ,କିଶୋର,କିଶୋରୀ ଏବଂ ୨୦ ବର୍ଷ ରୁ ୨୪ ବର୍ଷ ବୟସ୍କ ( ଗର୍ଭବତୀ ବା ପ୍ରସୂତି ଅବସ୍ଥା ରେ ନ ଥିବା ) ସମସ୍ତ ମହିଳାଙ୍କୁ କୃମି ନାଶକ ଔଷଧ ସେବନ କରିବାକୁ ଦିଆଯିବ !ନବରଙ୍ଗପୁର ଜିଲ୍ଲାରେ ୫ ବର୍ଷ ରୁ କମ୍ ପ୍ରାୟ ୧,୧୩,୩୫୩ଜଣ ଶିଶୁଙ୍କୁ କୃମି ନାଶକ ସିରପ ଦିଆଯିବ ! ୬ ବର୍ଷରୁ ୧୯ ବର୍ଷ ବୟସ୍କ ୩,୨୮,୯୬୦ ଜଣ ଶିଶୁ/ କିଶୋର କିଶୋରୀ ଙ୍କୁ କୃମି ନାଶକ ବଟିକା ଦିଆଯିବ ! ୨୦ ବର୍ଷରୁ ୨୪ ବର୍ଷ ବୟସ୍କ ( ଗର୍ଭବତୀ ବା ପ୍ରସୂତି ଅବସ୍ଥା ରେ ନ ଥିବା ) ପ୍ରାୟ ୩୫,୮୭୬ଜଣ ମହିଳାଙ୍କୁ କୃମିନାଶକ ଔଷଧ ସେବନ କରିବାକୁ ଦିଆଯିବ ! ଏହି କୃମି ନାଶକ ବଟିକା/ ସିରପର ସେବନ ଜିଲ୍ଲା ର ସମସ୍ତ ବ୍ଲକ୍ ଓ ସହରାଞ୍ଚଳରେ ଥିବା ସମସ୍ତ ୨୩୦୬ ଟି ଅଙ୍ଗନବାଡ଼ି କେନ୍ଦ୍ର ଏବଂ ୧୯୬୫ ଟି ସରକାରୀ/ ବେସରକାରୀ ବିଦ୍ୟାଳୟ ମାନଙ୍କରେ ସ୍ବାସ୍ଥ୍ୟ କର୍ମୀ, ଅଙ୍ଗନବାଡି କର୍ମୀ, ଆଶା କର୍ମୀ,ପ୍ରଶିକ୍ଷିତ ଶିକ୍ଷକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ନିଶ୍ଚିତ କରାଯିବ ! ବୈଠକ ରେ ଆର୍ ସି ଡି ସ୍କୁଲର ଛାତ୍ର ଛାତ୍ରୀ ଙ୍କ ସମେତ ଡି ପି ଏମ ଏନ୍ ଏଚ ଏମ ଶଙ୍କର ଆଚାର୍ଯ୍ୟ,ଏ ଡି ପି ଏ ଚ ସି ଓ ରାମହରି ପଣ୍ଡା,ସ୍ବାସ୍ଥ୍ୟ ବିଭାଗ ର କର୍ମଚାରୀ, ଗଣ ମାଧ୍ୟମ ପ୍ରତିନିଧି,ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ !

ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ