ନବରଙ୍ଗପୁରରେ ସାଂସ୍କୃତିକ ଉତ୍ସାହ: ମଣ୍ଡେଇ ୨୦୨୫ ପାଇଁ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ

Dec 6, 2025 - 15:41
 0  29
ନବରଙ୍ଗପୁରରେ ସାଂସ୍କୃତିକ ଉତ୍ସାହ: ମଣ୍ଡେଇ ୨୦୨୫ ପାଇଁ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୦୫.୧୨.୨୦୨୫ ରିଖ: ନବରଙ୍ଗପୁର ସଂସ୍କୃତି ଭବନରେ ଆଦିବାସୀ ସଂସ୍କୃତି ଏବଂ ପରମ୍ପରାର ପ୍ରାଣବନ୍ତ ସ୍ପନ୍ଦନ ଦେଖିବାକୁ ମିଳିଥିଲା ! ଆଗାମୀ ମଣ୍ଡେଇ ୨୦୨୫ ମହାଉତ୍ସବ ପରିପ୍ରେକ୍ଷୀରେ ଜିଲ୍ଲାସ୍ତରୀୟ ଲୋକଗୀତ ପ୍ରତିଯୋଗିତା ଏବଂ ପାରମ୍ପରିକ ବେଶଭୂଷା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ! ସକାଳ ୧୦ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚାଲିଥିବା ଏହି ଦିନିକିଆ କାର୍ଯ୍ୟକ୍ରମରେ ଲୋକଗୀତ ପ୍ରତିଯୋଗିତାରେ ୧୨ ଜଣ ପ୍ରତିଯୋଗୀ ସୁନ୍ଦର ଆଦିବାସୀ 'ଗୀତକୁଡ଼ିଆ ଗୀତକୁଡ଼ିଆଣୀ' ପରିବେଷଣ କରିଥିବାବେଳେ ପାରମ୍ପରିକ ବେଶଭୂଷା ପ୍ରତିଯୋଗିତାରେ ୧୦ ଜଣ ପ୍ରତିଯୋଗୀ ଆକର୍ଷଣୀୟ 'ଦେଶିଆ' ଆଦିବାସୀ ପୋଷାକରେ ନିଜ ପ୍ରଦର୍ଶନ ଦେଇଥିଲେ ! ଜିଲ୍ଲାର ପ୍ରମୁଖ କଳାକାର ଦେବଦାସ ମହାଙ୍କୁଡ଼, ଶ୍କାର୍ତ୍ତିକ ଭତ୍ରା ଏବଂ ନରସିଂହ ତ୍ରିପାଠୀ ବିଚାରକ ଭାବରେ ଯୋଗ ଦେଇଥିଲେ ଏବଂ ପ୍ରତିଯୋଗୀତା ର ବିଚାର ରଖିଥିଲେ ! ପାରମ୍ପରିକ ବେଶଭୂଷା ପ୍ରତିଯୋଗିତାରେ ନବରଙ୍ଗପୁରର ସସ୍ମିତା ଭତ୍ରା ପ୍ରଥମ, ଆରତି ଗଣ୍ଡ ଦ୍ଵିତୀୟ ଏବଂ ବିନ୍ଦିଆ ବେହେରା ତୃତୀୟ ସ୍ଥାନ ହାସଲ କରିଥିବାବେଳେ ଲୋକଗୀତ ପ୍ରତିଯୋଗିତାରେ ରାଧା ଧାକଡ଼ ପ୍ରଥମ,ଦାମୋଦର ପଣକା ଦ୍ଵିତୀୟ ଓ ଦମାଇ ଭତ୍ରା ତୃତୀୟ ସ୍ଥାନ ଅଧିକାର କରିଥିଲେ ! ଏହି ସମସ୍ତ ଛଅ ଜଣ ବିଜେତାଙ୍କୁ ମଣ୍ଡେଇ ମହାମଞ୍ଚରେ ପୁରସ୍କାର ପ୍ରଦାନ କରାଯିବା ଲାଗି ନିଷ୍ପତି ନିଆଯାଇଛି ! ଆୟୋଜକ ଭାବରେ ଜିଲ୍ଲା ସଂସ୍କୃତି ଅଧିକାରୀ ସମସ୍ତ ପ୍ରତିଯୋଗୀଙ୍କୁ ସଂସ୍କୃତି ପ୍ରଚାର ପାଇଁ ପ୍ରେରଣା ଦେଇଥିଲେ ! ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟର କନିଷ୍ଠ ସହାୟକ ଶ ଆତ୍ମ ପ୍ରକାଶ ସାହୁ, ସଂସ୍କୃତି କାର୍ଯ୍ୟାଳୟର ପିଅନ ଏ. ସନ୍ତୋଷ କୁମାର ଏବଂ ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟର କର୍ମଚାରୀ ସୁବ୍ରତ ବିଶୋୟୀ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ !

ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ