।। ନକଲି ସଲାର୍ ପମ୍ପ ଲଗାଇ ବଡ଼ ମୁଣ୍ଡା ଗ୍ରାମରେ ଲକଙ୍କୁ ହଇରାଣ କରୁଛି SGF ସଂସ୍ଥା ।।

Dec 2, 2025 - 17:12
Dec 2, 2025 - 17:26
 0  14
।। ନକଲି ସଲାର୍ ପମ୍ପ ଲଗାଇ ବଡ଼ ମୁଣ୍ଡା ଗ୍ରାମରେ ଲକଙ୍କୁ ହଇରାଣ କରୁଛି SGF ସଂସ୍ଥା ।।

କୋରାପୁଟ ତା:-୦୨/୧୨/୨୫ କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଅନ୍ତର୍ଗତ ବଡ଼ମୁଣ୍ଡା ଗ୍ରାମରୁ ଏଭଳି ଏକ ସମସ୍ୟା ଦେଖା ଦେଇଛି । ଗ୍ରାମବାସୀଙ୍କ ବୟାନ ଏହାକି ଯେ ଉକ୍ତ ଗ୍ରାମର ୨୦ ପରିବାର ମିଶିକି ଗୋଟିଏ ଘର ପିଛା ୧୦୦୦ ଟଙ୍କା ଲେଖାଏ ସଂଗ୍ରହ କରି ,SGF ସଂସ୍ଥା କହିବା ଅନୁଯାୟୀ ଗୋଟିଏ ପଷ୍ଟାଲ ବ୍ୟାଙ୍କ ଖାତା ଖୋଲିକି ସେଥିରେ ଜମା କଲେ ।ପରବର୍ତ୍ତୀ ସମୟରେ ସଲାର ପମ୍ପ  ଖୋଲିଲେ ଏଥିରେ ଗ୍ରାମବାସୀ ଖୁସି ହୋଇଗଲେ କିନ୍ତୁ ଏହି ସଲାର ପାଣି ଆରମ୍ଭର ପ୍ରଥମ ଦିନ ଠାରୁ ହିଁ ୩ଥର ଖରାପ ହେଲା  ସଂସ୍ଥା ର୍ କର୍ମଚାରୀ ତାହାକୁ କଲେ ବଲେ କୌଶଳେ କିଛି ସମୟ ପାଇଁ ଠିକ କରିଥିଲେ । କିନ୍ତୁ ପାଣିର ବେଗ ପୁରା ଧିରେ ହିଁ ଥିଲା ତାପରେ କେବଳ ୨୫ ରୁ ୩୦ ଦିନ ହିଁ ଏହି ପମ୍ପର ପାଣିକୁ ଗ୍ରାମବାସୀ ବ୍ୟବ୍ୟହାର କଲେ   ପରବର୍ତ୍ତି ସମୟରେ  ଏହା ସମ୍ପୂର୍ଣ୍ଣ ଖୋରାପ ହୋଇଗଲା ।ଗ୍ରାମବାସୀଙ୍କୁ ସଂସ୍ଥା ପକ୍ଷରୁ ୫ ବର୍ଷ ପର୍ଯ୍ୟନ୍ତ ମୁକ୍ତରେ ମରାମତି କରାଯିବ ବୋଲି କହିଥିଲେ କିନ୍ତୁ ଆଜିକୁ ପ୍ରାୟ ୫ମାସ ହେଲାଣି ସଂସ୍ଥା ପକ୍ଷରୁ କର୍ମଚାରୀ ମାନେ ଆସି ଖାଲି ଦେଖିକି ଚାଲିଯାଉଛନ୍ତି କିଛି  କରୁନଥିବା ଅବିଯୋଗ କରିଛନ୍ତି ! ଏ ବିଷୟରେ ବ୍ଳକରେ ଜଣାଇଲେ ଅଧିକାରୀ ମାନେ କହୁଛନ୍ତି ପୂର୍ବରୁ ଏହି ଗ୍ରାମରେ SGF ସଂସ୍ଥାର ପମ୍ପ ଅଛି ଆଉ ଦିଆଯିବ ନାହିଁ କହୁଛନ୍ତି ତ ଗ୍ରାମବାସୀ ବର୍ତ୍ତମାନ ପାଣି ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏବଂ ରାସ୍ତାର ବି ଅସୁବିଧାର ହେଉଥିବାର ଅବିଯୋଗ କରିଛନ୍ତି ।ଏ ନେଇ ବ୍ଲକ ଅଧିକାରୀ ଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ । ବାବୁଲା ଖିଲଙ୍କ ରିପୋର୍ଟ ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 1
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ