।। ଦେବଗିରି ଶୈବ ପୀଠ ରେ ଅଘଟଣ:ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ।।

Mar 8, 2024 - 19:21
 0  9
।। ଦେବଗିରି ଶୈବ ପୀଠ ରେ ଅଘଟଣ:ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ।।

ରାୟଗଡା ଜିଲ୍ଲା କଲ୍ୟାଣୀ ସିଙ୍ଗପୁର ସ୍ଥିତ ଦେବଗିରି ଶୈବ ପୀଠ ଠାରେ ଏକ ହୃଦୟ ବିଦାରକ ଅଘଟଣ ଦେଖିବାକୁ ମିଳିଛି। ଚଳିତ ମହା ଶିବାରାତ୍ର ରେ ଶିବଙ୍କ ଦର୍ଶନ ପାଇଁ ଯାଇଥିବା ଜଣେ ଶ୍ରଦ୍ଧାଳୁ ଦେବଗିରି ପଥର ପାହାଡରେ ପାହାଚ ଚଡ଼ିବା ସମୟରେ ଅସାବଧାନତା ହେତୁ ପାହାଡରୁ ଖସି ତାଙ୍କ ଜୀବନ ଚାଲି ଗଲା। ଏହି ଅଭାବନୀୟ ଘଟଣାରେ ପ୍ରାଣ ହରାଇ ଥିବା ଯୁବକଟି ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଆଡାଯୋର ପଞ୍ଚାୟତର ଯୋଡାଆମ୍ଭ ଗ୍ରାମର ଶ୍ରୀକାନ୍ତ ଗଉଡ଼ ବୋଲି ଜଣା ପଡିଛି। ସେଦିନ ପରିଜନଙ୍କ ସଙ୍ଗେ ମହା ଶିବରାତ୍ରି ଉପଲକ୍ଷେ ଦେବଗିରି ଶୈବ ପୀଠକୁ ଦର୍ଶନ ପାଇଁ ଯାଇଥିଲେ। ଉକ୍ତ ଅଘଟଣ ପରେ ତୁରନ୍ତ ପରିବାର ଲୋକେ କଲ୍ୟାଣସିଂହପୁର ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଶ୍ରୀକାନ୍ତକୁ ଭର୍ତ୍ତି କରିଥିଲେ। ପ୍ରକାଶ ଥାଉକି ଦେବଗିରି ଏକ ନିଆରା ଶୈବ ପୀଠ। ଗୁମ୍ଫା ବିତରେ ମହା ପ୍ରଭୁ ଶିବଙ୍କ ଅବସ୍ଥିତ ଏହି ଗୁମ୍ଫା ଭିତରେ ଈଶ୍ୱର ପଞ୍ଚମୁଖୀ ନୀଳକଣ୍ଠେଶ୍ଵର ଭାବେ ପୂଜା ପାଆନ୍ତି ।ଏହା ହିଁ ଦେବଗିରି ଶୈବ ପୀଠ ର ବିଶେଷତ୍ଵ। ପାଖାପାଖି ୮୦୦ ଫୁଟ ଉଚତା ବିଶିଷ୍ଟ ବିରାଟ ପଥର ଯାହାର ଦର୍ଘ୍ୟ ପ୍ରାୟ ୧ କିମି। ଏଠାରେ ସମୁଦାୟ ୫୩୬ ଟି ପାହାଚ ପାହାଡ ଶିଖର ଗୁମ୍ଫାଟି କୁ ସଂଯୋଗ କରିଛି ଯାହାକି ଅତ୍ୟନ୍ତ ବିପଦ ପୂର୍ଣ୍ଣ ଅଟେ । ଏଣୁ ଏଠାରେ ଏହି ଭଳି ଅଘଟଣର ସମ୍ଭବନା ଅଧିକ ଥିବା ହେତୁ ଶ୍ରଦ୍ଧାଳୁ ମାନେ ଅଧିକ ସାବଧାନତା ଅବଲମ୍ବନ କରିବା ଉଚିତ କାରଣ ଏ ପର୍ଯ୍ୟନ୍ତ ବିପଦ ପୂର୍ଣ୍ଣ ଦେବଗିରି ଶୈବ ପୀଠରେ ବିପଦସଂକୁଳ ପଦକ୍ଷେପ ପ୍ରତି ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ ହେଉ ନାହିଁ।

ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ