ଦୃଷ୍ଟିତ ପାଣି ପିଇ ଲୋକେ ରୋଗରେ ଆକ୍ରାନ୍ତ ଗ୍ରାମବାସୀ ମାନେ ଆଣିଲେ ଅଭିଯୋଗ
ପାଟଣା କେନ୍ଦୁଝର, ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଟାଙ୍ଗରପଡ଼ା ପଞ୍ଚାୟତର ଗାନ୍ଧୀ ସାହି ଛକରେ ଜଳକଷ୍ଟ ଆଜିଠାରୁ ଦେଖା ଗଲାଣି ବୋଲି ଗ୍ରାମବାସୀ ଆଣିଲେ ଅଭିଯୋଗ ଏହି ଗାନ୍ଧୀ ସାହିରେ ଏକମାତ୍ର ନଳକୂପରେ ଏବେ ଦୂଷିତ ପାଣି ବାହାରୁ ଥିବାର କଥା ସେମାନେ କହିଛନ୍ତି। ଆବଶ୍ୟକ ମରାମତି ନହେବାରୁ ଏବେ ନଳକୂଅରୁ ଧଳା ପାଣି ବାହାରୁଛି ଯାହାକୁ ବାଧ୍ୟ ହୋଇ ଲୋକେ ପିଇ ଝାଡାବାନ୍ତି ପେଟ ରୋଗରେ ପଡିଛନ୍ତି। ତେଣୁ ସେମାନେ ପ୍ରତିକାର ଲାଗି ବାରମ୍ବାର ବାରମ୍ବାର ସରପଞ୍ଚଙ୍କ ପାଖରେ ଯେତେ ନେହୁରା ହେଲା ପରେ ମଧ୍ୟ ସେ କୌଣସି ପ୍ରତିକାର ହୋଇନି। ତେଣୁ ଗ୍ରାମବାସୀ ମାନେ ତୁରନ୍ତ ଏକ ନୂଆ ନଳକୂଅ ବସାଇବାକୁ ଦାବି କରିଛନ୍ତି ଆଗକୁ ନହେଲେ ସେମାନେ ବାଧ୍ୟ ହୋଇ ରାସ୍ତା ରୋକ କରିବେ ବୋଲି ଚେତାବନୀ ଦେଇଛନ୍ତି ।
କେନ୍ଦୁଝର ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଫାଷ୍ଟ ନିଉଜ ଓଡ଼ିଶା
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0