ଦୁଷ୍କର୍ମ କରି ଫେରାର ଥିବା ଅଭିଯୁକ୍ତଙ୍କୁ ଗିରଫ କଲେ ନୂତନ ଫିରିଙ୍ଗିଆ ଥାନା ଅଧିକାରୀ: ଏକ ବର୍ଷ ପରେ ନ୍ୟାୟ ପାଇଲେ ପିଡିତା

Jun 25, 2026 - 12:04
 0  16
ଦୁଷ୍କର୍ମ କରି ଫେରାର ଥିବା ଅଭିଯୁକ୍ତଙ୍କୁ ଗିରଫ କଲେ ନୂତନ ଫିରିଙ୍ଗିଆ ଥାନା ଅଧିକାରୀ: ଏକ ବର୍ଷ ପରେ ନ୍ୟାୟ ପାଇଲେ ପିଡିତା

କନ୍ଧମାଳ/ଫିରିଙ୍ଗିଆ (ଫାଷ୍ଟ ନ୍ୟୁଜ୍ ଓଡ଼ିଶା) ବଳତ୍କାରୀ ମାମଲାରେ ଗିରଫ କଲେ ନୂତନ ଫିରିଙ୍ଗିଆ ଥାନା ଅଧିକାରୀ। ଏକ ବର୍ଷ ପରେ ନ୍ୟାୟ ପାଇଲେ ପିଡିତା।୨୦୧୬ ମସିହାରୁ ଦୀର୍ଘ ୧୦ ବର୍ଷ ହେବ ଦଶମ ଶ୍ରେଣୀ ପାସ କରି ୧୭ ବର୍ଷ ବୟସ ପରଠାରୁ ସେହି ସମୟରେ ଶିବରଞ୍ଜନ ସାହୁ ବାପା ମୃତ୍ୟୁ ଯାଦୁନାଥ ସାହୁ ଗ୍ରାମ କଟାପାଙ୍ଗା ପୋଷ୍ଟ ସୁମେରବନ୍ଧ ଥାନା ଫିରିଙ୍ଗିଆ ବୋଲି ଜଣାପଡ଼ିଥିବା ବେଳେ ବ୍ୟକ୍ତି ଜଣକ ବିବାହର ମିଥ୍ୟା ପ୍ରତିଶୃତି ଦେଇ ଯୁବତୀ ଜଣକ ନାବାଳିକା ଥିବା ସମୟରେ ପ୍ରେମ କରିବା ସହ ବାରମ୍ବାର ତାଙ୍କ ସଙ୍ଗରେ ଶାରୀରିକ ସମ୍ପର୍କ ରଖି ଆସୁଥିଲା। ବର୍ତ୍ତମାନ ଯୁବତୀର ବୟସ ୨୬ ବର୍ଷ ହେଉଥିବା ବେଳେ ଅଭିଯୁକ୍ତ ଶିବରଞ୍ଜନ ସାହୁ ଯୁବତୀଙ୍କ ୨ ଥର ଗର୍ଭ ନଷ୍ଟ କରିଥିବା ଜଣାପଡ଼ିଥିବା ବେଳେ। ଶିବରଞ୍ଜନ ସାହୁ କିଛି ବର୍ଷ ପୂର୍ବେ ଆଉ ଅନ୍ୟ ଏକ ଯୁବତୀଙ୍କୁ ବିବାହ କରି ବର୍ତ୍ତମାନ ଶିବରଞ୍ଜନ ସାହୁ ର ଏକ ସନ୍ତାନ ମଧ୍ୟ ରହିଛି।ଏହା ପରେ ଶିବରଞ୍ଜନ ସାହୁ ପିଡିତା ଯୁବତୀଙ୍କୁ ନିର୍ଯ୍ୟାତନା ଦେଇ ପିଛା ପିଛା ରେ ଲାଗି ଜୋର ଜବରଦସ୍ଥ ପିଡିତା ସହ ଶାରିରୀକ ସମ୍ପର୍କ ରଖି ଥିବା ଦ୍ବାରା ବର୍ତ୍ତମାନ ପିଡିତା ଯୁବତୀ ଏକ ସନ୍ତାନ ଜନ୍ମ କରି ୬ ମାସ ବୋଲି ଜଣାପଡ଼ିଛି। ଏହି ଦିଗରେ ପିଡିତା ଯୁବତୀ ଶିବରଞ୍ଜନ ସାହୁକୁ ଦୀର୍ଘ ୧୦ ବର୍ଷ ହେବ ସମ୍ପର୍କରେ ରହିଥିଲା । ଉଭୟ ଦୁହେଁ ବିବାହ ହେଇ ସୁଖ ଶାନ୍ତି ରେ ରହିବା ବୋଲି କହିବାରୁ ଶିବରଞ୍ଜନ ସାହୁ ଉତ୍ୟକ୍ତ ହୋଇ ତତେ ମୁଁ ଟାଇମ୍ ପାସ୍ କରିବା ପାଇଁ ସମ୍ପର୍କ ରଖୁଥିଲି ମୁଁ ତତେ ବିବାହ ହେବି ନାହିଁ କାରଣ ତୁ ଗୋଟେ ଆଦିବାସୀ ଝିଅ ଆଉ ମୁଁ ଓଡ଼ିଆ ପୁଅ ତତେ ମୁଁ ଘରକୁ ନେବି ନାହିଁ ତତେ ମୋର ବାପା ମା ଗ୍ରହଣ କରିବେ ନାହିଁ କହି ଝିଅକୁ ବିଭିନ୍ନ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରି ହାଣି ଦେବି ମାରିଦେବି କହି ଧମକ ଚମକ ଦେଉଥିବା ଏବଂ ଫୋନରେ କହିଥିବା ମଧ୍ୟ ଓଡିଅ ରେକଡିଙ୍ଗ କରାଯାଇଥିବା ହସ୍ତଗତ ହେଇଛି। ଏହି କ୍ଷେତ୍ରରେ ଏହି ସମସ୍ୟାର ସମାଧାନ ନିମନ୍ତେ ଗତ ତା ୯/୪/୨୦୨୫ ରିଖ ଦିନ ନ୍ୟାୟ ପାଇବା ଆଶାରେ ଯୁବତୀ ଫିରିଙ୍ଗିଆ ଥାନାରେ ଏକ ଲିଖିତ ଅଭିଯୋଗ ଏତଲା ଦେଇଥିବା ବେଳେ ଅଭିଯୋଗର ୮ ମାସ ବିତିଯାଇଥିଲେ ମଧ୍ୟ କୋୖଣସି ପ୍ରକାରେ ଫିରିଙ୍ଗିଆ ପୂର୍ବ ଥାନା ଅଧିକାରୀ ପିଡିତାଙ୍କୁ ନ୍ୟାୟ ଦେବାରେ ବିଫଳ ହୋଇଛି। ଗତ କିଛି ଦିନ ହେବ ଫିରିଙ୍ଗିଆ ଭାରପ୍ରାପ୍ତ ଥାନା ଅଧିକାରୀ ଶ୍ରୀ ମୁରଲୀଧର ସାହୁ ଅବସ୍ଥାପିତ ହେବା ପର ଠାରୁ ପୁରଣା ମାମଲା ରୁଜୁର ତା ୧୯/୬/୨୦୨୫ ମସିହାରେ ଯୁବକ ଶିବରଞ୍ଜନ ସାହୁଙ୍କ ନାଁରେ ଫିରିଙ୍ଗିଆ ଥାନାରେ ଏକ ଲିଖିତ ଅଭିଯୋଗ କରିଥିବା ବେଳେ ଯୁବକ ଦୀର୍ଘ ୮ ମାସ ହେବ ଫେରାର ଥିବା ବେଳେ ୧୪୪/୨୦୨୫ ରେ ଏକ ମାମଲା ରୁଜୁ କରାଯିବା ସହ ‌ଭାରପ୍ରାପ୍ତ ଥାନା ଅଧିକାରୀ ଶ୍ରୀ ମୁରଲୀଧର ସାହୁଙ୍କ ନିର୍ଦ୍ଦେଶ ଏବଂ ଏସ ଆଇ ପ୍ରିୟ ରଞ୍ଜନ ନାଏକଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍ ଗଠନ କରା ଯାଇ ଅଭିଯୁକ୍ତ ଜଣକ ଭୁବନେଶ୍ୱରରେ ଲୁଚି ରହିଥିବା କୌଣସି ସୂତ୍ରରୁ ଖବର ପାଇ ଥାନା ଅଧିକାରୀ ଶ୍ରୀ ମୁରଲୀଧର ସାହୁଙ୍କ ଭୁବନେଶ୍ୱରର ସହିଦ ନଗର ଥାନା ଅଧିନରେ ଭି ଏସ ଏସ ନଗର ଅଞ୍ଚଳରୁ ଯୁବକଙ୍କୁ ଗତ ରବିବାର ଦିନ ଫିରିଙ୍ଗିଆ ପୋଲିସ ଗିରଫ କରିବାରେ ସଫଳ ହେଇଥିବା ବେଳେ ସୋମବାର ଦିନ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଶ୍ରୀ ମୁରଲୀଧର ସାହୁ ସୂଚନା ଦେଇଛନ୍ତି। ପାଖାପାଖି ଏକ ବର୍ଷ ବିତିଯାଇଥିଲେ ମଧ୍ୟ ନୂତନ ଥାନା ଅଧିକାରୀ ଶ୍ରୀ ମୁରଲୀଧର ସାହୁ ପିଡିତାଙ୍କୁ ନ୍ୟାୟ ଦେଇଥିବା ଯୋଗୁଁ ପିଡିତା ପରିବାର ଏବଂ ଫିରିଙ୍ଗିଆ ଅଞ୍ଚଳ ସମେତ କନ୍ଧମାଳ ଜିଲ୍ଲା ମହଲରେ ଥାନା ଅଧିକାରୀ ଶ୍ରୀ ମୁରଲୀଧର ସାହୁଙ୍କୁ ଘୁରି ଘୁରି ପ୍ରଶଂସା କରିଥିବା ଦେଖିବାକୁ ମିଳିଛି। ଏହି କ୍ଷେତ୍ରରେ ଫିରିଙ୍ଗିଆ ଅଞ୍ଚଳ ବାସୀ ବେଶ ଖୁସି ଗୋଟେ ସଟ୍ଟୋଟ ଥାନା ଅଧିକାରୀଙ୍କୁ ପାଇଥିବାରୁ।ସେ ଜଣେ ନିଜସ୍ୱ, ଦକ୍ଷତା ପୋଲିସ ଅଫିସର ଏବଂ ନିଷ୍ଠା ଆନ୍ତରିକତା କିଛି ମାସ ହେବ ଜ‌ଇନ ପର ଠାରୁ ଲୋକଙ୍କ ସେବାରେ ଜୀବନକୁ ବାଜି ଲଗାଇ ପ୍ରତ୍ୟେକ ପଞ୍ଚାୟତକୁ ଯାଇ ଗାଁ ଗାଁରେ ବୁଲି ଲୋକଙ୍କ ଦୁଃଖ ସୁଖରେ ସାମିଲ ହେବା ସଙ୍ଗେ ବିଭିନ୍ନ ପ୍ରକାରର କେସ ମାମଲା ରୁଜୁ କରାଯାଇଥିବା ଶାନ୍ତି ସମାଧାନ କରିବା ଦିଗରେ ଅଣ୍ଟା ଭିଡ଼ିଛନ୍ତି। ଏବଂ ଗରିବ ନିରିହ ଅସହାୟ ବୃଦ୍ଧ ବୃଦ୍ଧା ମାନଙ୍କ ପାଖକୁ ଯାଇ ସେବା କାର୍ଯ୍ୟରେ ନିୟୋଜିତ ହେଇଥିବା ଦେଖିବାକୁ ମିଳିଛି। ଫିରିଙ୍ଗିଆ ଥାନା ଅଧିନରେ ସମସ୍ତ ଗାଁ ଗହଳିରେ ଜନସାଧାରଣଙ୍କର ଥାନା ଅଧିକାରୀ ଶ୍ରୀ ମୁରଲୀଧର ସାହୁ ଗ୍ରହଣୀୟ। ପୋଲିସ ଅଫିସର ହିସାବରେ ସେ ସମାଜ ସେବାକୁ ଜୀବନର ବ୍ରତ ଭାବେ ଗ୍ରହଣ କରନ୍ତି। ଶ୍ରୀ ମୁରଲୀଧର ସାହୁଙ୍କ ଦାୟିତ୍ୱ ନେବା ପରଠାରୁ ତାଙ୍କର କାର୍ଯ୍ୟକଳାପ ଦେଖି ଫିରିଙ୍ଗିଆ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଥିବା ଦେଖିବାକୁ ମିଳୁଛି। ଏହି କ୍ଷେତ୍ରରେ ଥାନା ଅଧିକାରୀ ଶ୍ରୀ ମୁରଲୀଧର ସାହୁ ଛୋଟ ଠାରୁ ବଡ ପର୍ଯ୍ୟନ୍ତ ପିଲା ଠାରୁ ବୃଦ୍ଧ ବୃଦ୍ଧା ପର୍ଯ୍ୟନ୍ତ ସମସ୍ତଙ୍କୁ ସ୍ନେହ ସମ୍ମାନ ଦେଉଥିବା ବେଳେ ଜନସାଧାରଣଙ୍କ ସହ ସମନ୍ୱୟ ରକ୍ଷା କରି ଯେ କୌଣସି ମାମଲା କୁ ତୁରନ୍ତ ପଦକ୍ଷେପ ନେବାରେ ସିଦ୍ଧ ହସ୍ତ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ