।। ଦୁର୍ନୀତି ନିବାରଣ ସଚେତନତା ସପ୍ତାହ -୨୦୨୪ ପାଳନ ଅବସରରେ ନବରଂଗପୁର ଜିଲ୍ଲାରେ ଶପଥ ପାଠ କାର୍ଯ୍ୟକ୍ରମ ।।

Oct 28, 2024 - 19:28
 0  95
।। ଦୁର୍ନୀତି ନିବାରଣ ସଚେତନତା ସପ୍ତାହ -୨୦୨୪ ପାଳନ ଅବସରରେ ନବରଂଗପୁର ଜିଲ୍ଲାରେ ଶପଥ ପାଠ କାର୍ଯ୍ୟକ୍ରମ ।।

ନବରଂଗପୁର,( ରଞ୍ଜିତ ନାୟକ ) ତା:୨୮.୧୦.୨୦୨୪: ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପରିସରରେ ଅବସ୍ଥିତ ଓସ୍ୱାନ୍ ହଲ୍ ଠାରେ ଜିଲ୍ଲାପାଳ ଡ଼ା ଶୁଭଂକର ମହାପାତ୍ର ଙ୍କ ଅଧକ୍ଷତା ରେ ରାଜ୍ୟସ୍ତରୀୟ କନଫରେନ୍ସ ମାଧ୍ୟମରେ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କୁ ନେଇ ସାଧୁତାର ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ! ରାଜ୍ୟସ୍ତର ଲୋକସେବା ଭବନ ସ୍ଥିତ କନ୍ଭେସନ୍ ସେଣ୍ଟର ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ବରିଷ୍ଠ ପ୍ରଶାସନିକ ଅଧିକାରୀ ଏବଂ ପୋଲିସ୍ ଅଧିକାରୀ ଙ୍କୁ ନେଇ ଶପଥ ପାଠ କାର୍ଯ୍ୟକ୍ରମରେ ରାଜ୍ୟର ସମସ୍ତ ଜିଲ୍ଲା ଏବଂ ବ୍ଲକ୍ ଓସ୍ୱାନ୍ ହଲ ଅନଲାଇନ ମାଧ୍ୟମରେ ଯୋଡ଼ି ହୋଇଥିଲେ ! ଜିଲ୍ଲାସ୍ତର ଓସ୍ୱାନ୍ ହଲ ଶପଥ ପାଠ କାର୍ଯ୍ୟକ୍ରମ ରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ମିହିର କୁମାର ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହେଶ୍ୱର ଚନ୍ଦ୍ର ନାୟକ,ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବିନ ଚନ୍ଦ୍ର ନାୟକ, ସି ଡି ଓ, ଜିଲ୍ଲା ପରିଷଦ ଶ୍ରୀ ବିରଞ୍ଚି ନାରାୟଣ ଦର୍ୱାନ ,ଡି ଏସ ପି, ଭିଜିଲାନ୍ସ ଜୟଶ୍ରୀ ପ୍ରଧାନଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ ! ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ନିଜ ବକ୍ତବ୍ୟରେ ଦୁର୍ନୀତି ଦେଶ ଓ ରାଜ୍ୟର ଉନ୍ନତି ରେ ଏକ ବଡ ପ୍ରତିବନ୍ଧକ କହିବା ସଙ୍ଗେ ସଙ୍ଗେ ଦୁର୍ନୀତିକୁ ମଧୁମେହ ରୋଗ ସହ ତୁଳନା କରି ଏହାର ସମୁଳେ ବିନାଶ ପାଇଁ ସମସ୍ତେ ଆଗେଇ ଆସିବାକୁ କହିଥିଲେ ! ସମସ୍ତ ସରକାରୀ କର୍ମଚାରୀ ସଚ୍ଚୋଟତା ଓ ସାଧୁତା ଅବଲମ୍ବନ କରି ଜନସାଧାରଣଙ୍କ ସେବାରେ ଦୃଷ୍ଟାନ୍ତମୂଳକ ଆଚରଣ ପ୍ରଦର୍ଶନକୁ ଗୁରୁତ୍ଵ ଦେଲେ ! ଏହି ଅବସରରେ ଜିଲ୍ଲାର ସମସ୍ତ ବ୍ଲକ୍ ଓସ୍ୱାନ ହଲଠାରେ ବି ଡି ଓ,ତହସିଲଦାର ଓ ବ୍ଲକ୍ ସ୍ତରୀୟ ଅଧିକାରୀ ଉପସ୍ଥିତ ରହି ଶପଥ ପାଠ କାର୍ଯ୍ୟକ୍ରମ ରେ ଭାଗ ନେଇଥିଲେ ! ଆଜିଠାରୁ ତା:୦୩.୧୧.୨୦୨୪ ରିଖ ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ବିଭିନ୍ନ ବ୍ଲକରେ ଗ୍ରାମସଭା ,ସଚେତନତା କାର୍ଯ୍ୟକ୍ରମ,ପୁରସ୍କାର ବିତରଣ କାର୍ଯ୍ୟକ୍ରମ ହେବା ସହ ଆସନ୍ତା ତା:୦୨.୧୧.୨୦୨୪ ରିଖ ଜିଲ୍ଲାସ୍ତରରେ ଏକ ସଚେତନତା ଶୋଭାଯାତ୍ରା ଏବଂ ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହରେ ଏକ ସଭା ,ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ !

ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ