ଦୁର୍ନୀତିକାରି ପ୍ରଧାନ ଶିକ୍ଷୟିତ୍ରୀ ସୁରପ୍ରଭା ନାୟକ ଙ୍କର ଦୁର୍ନୀତି ପେଡ଼ି ଖୋଲିବାପାଇଁ ଜିଲ୍ଲାପାଳ କଲେ କମିଟି ଗଠନ..

May 4, 2026 - 18:16
 0  16
ଦୁର୍ନୀତିକାରି ପ୍ରଧାନ ଶିକ୍ଷୟିତ୍ରୀ ସୁରପ୍ରଭା ନାୟକ ଙ୍କର ଦୁର୍ନୀତି ପେଡ଼ି ଖୋଲିବାପାଇଁ ଜିଲ୍ଲାପାଳ କଲେ କମିଟି ଗଠନ..

କନ୍ଧମାଳ:୦୪/୦୫/୨୦୨୬.(ଫାଷ୍ଟ ନ୍ୟୁଜ୍ ଓଡ଼ିଶା) କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ସୁଗଡ଼ବାଡ଼ି ବିଦ୍ୟାଳୟ ର ଛାତ୍ରୀ ଗର୍ଭବତୀ ହେବା.. ଚାଉଳ ବିକ୍ରି କରିବା, ପରୀକ୍ଷା ଦେବାପାଇଁ ଅଟୋ ଡାଲାରେ ପଠେଇବା.. ବିଦ୍ୟାଳୟ ପରିସର ଭିତରେ ପ୍ରଧାନ ଶିକ୍ଷୟିତ୍ରୀ ଙ୍କ ସମେତ ଅନ୍ୟ ଦୁଇଜଣ ଶିକ୍ଷୟିତ୍ରୀ ମାନେ ନିଜ ନିଜର ଜନ୍ମଦିନ ପାଳନ କରିବା,, ପ୍ରଧାନ ଶିକ୍ଷୟିତ୍ରୀ ଙ୍କର ଗାଁ ଲୋକ ରୁଦାଙ୍ଗିଆ ର ରବତ ନାୟକ ଜଣଙ୍କର ଘୁ ଉଦୟଗିରି ରେ ଥିବା ପପୁ ପାଥଲୋଜି କ୍ଲିନିକ୍ ରେ ଗର୍ଭ ନଷ୍ଟ କରିବା, ଗର୍ଭ ନଷ୍ଟ କଲା ପରେ ନବାଳିକା ଛାତ୍ରୀ ଙ୍କୁ ବିଦ୍ୟାଳୟ କୁ ନେଇଁ ଗୋଟିଏ ଗୃହ ରେ ବନ୍ଦୀ କରି ନିର୍ଯାତନା ଦେବା , ଗର୍ଭ ନଷ୍ଟ ହେବାର ସପ୍ତାହ ଟେ ପରେ ନାବାଳିକା ଛାତ୍ରୀ ଙ୍କୁ ସରକାରୀ ହସ୍ପିଟାଲ କୁ ନେଇଁ ପୁଣି ପରୀକ୍ଷା କରେଇ ନେଗେଟିଭ ରିଜଲ୍ଟ ବାହାର କରି କମିଟି କୁ ପ୍ରଦାନ କରିବା.. ନେଗେଟିଭ ବାହାରିବା ପରେ ନିରୀହ ଗରିବ ଆଦିବାସୀ ଛାତ୍ରୀ ଙ୍କୁ ବିଦ୍ୟାଳୟ ରୁ ବାହାର କରିଦେବା, ଏସବୁ ଘଟଣା ବିଷୟରେ କାହାକୁ କହିଲେ ତମକୁ ହଇରାଣ କରିବା ସହିତ ତମ ଭବିଷ୍ୟତ ନଷ୍ଟ କରିବା ପାଇଁ ଧମକ୍ ଦେବା , ପୁଣି ସେଇ ଘରୋଇ କ୍ଲିନିକ୍ ର ନାମ ପରିବର୍ତନ କରି ଆର୍ କେ ପାଥଲୋଜି ନାମରେ ଚଲେଇବା..ଏସବୁ କୁ ନେଇଁ ହିନ୍ଦୁ ସମ୍ପ୍ରଦାୟ ର ଛାତ୍ରୀ ହେଇଥିବାରୁ ନାନା ପ୍ରକାର ର ନିର୍ଯାତନା ଦେଉଥିବା , କମିଟି ନ ବସି ନିଜେ ନିଜର ଦୋଷ କୁ ଲୁଚେଇ ସଭାପତି ଏବଂ କମିଟି ପ୍ରଧାନ ଶିକ୍ଷୟିତ୍ରୀ ବହୁତ୍ତ୍ ଭଲ ବଲି ଲେଖିଥିବା କାଜଗରେ ସଭାପତି ପାୟା ପ୍ରଧାନ କାମ କରୁଥିବା ଜାଗାକୁ ଯାଇକି ଦସ୍ତଖତ କରେଇବା ,ପ୍ରମାଣ ସହ ଖବର ପ୍ରଶାରଣ ହେବା ପରେ ଏବେ ସଭାପତି ଶ୍ରୀ ପ୍ରଧାନ ଜଣଙ୍କ କମିଟି କରାହେଇଥିଲା ବଲି ସଫେଇ ଦେବା , ଏସବୁ ସତ୍ୟା ସତ୍ୟ ଘଟଣା ଗୁଡ଼ିକ ଯେତେବେଳେ ପ୍ରମାଣ ସହ ଏବେ ସାମ୍ନା କୁ ଆସୁଚି ତ ଦୁର୍ନୀତି କାରି ପ୍ରଧାନ ଶିକ୍ଷୟିତ୍ରୀ ସୁରପ୍ରଭା ନାୟକ ଅଭିଯୋଗ କାରି ମାନଙ୍କୁ ଏବଂ ଖବର ପ୍ରଶାରଣ କରୁଥିବା କିଛି ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଓ ଜିଏ ଛାତ୍ରୀ ଗର୍ଭବତୀ ହେବାର ଘଟଣା ବାହାରେ କହିବ କିମ୍ବା ଚାଉଳ ବିକ୍ରି କରିବା ର ବିଷୟରେ କହିବ କିମ୍ବା ମୋ ନାମରେ ଅଭିଯୋଗ କରିଥିବ ତାଙ୍କ ନାମରେ ମିଥ୍ୟା କେସ୍ କରିବା ପାଇଁ ଧମକ୍ ଦେବା ଘଟଣା ଏବେ ଚର୍ଚ୍ଚା ଜୋର ଧରିଛି l ଏଭଳି ଦୁର୍ନୀତି କାରି ପ୍ରଧାନ ଶିକ୍ଷୟିତ୍ରୀ ଜଣଙ୍କୁ ଘଣ୍ଟ ଘୋଡ଼ା ନୀତି କାହିଁକି ବଲି ସାଧାରଣ ରେ ପ୍ରଶ୍ନ ଉଠୁଛି l ଘରୋଇ କ୍ଲିନିକ୍ ରେ ଗର୍ଭ ନଷ୍ଟ କରି କିଛି ଦିନ ଗଲା ପରେ ସରକାରୀ ହସ୍ପିଟାଲ ରେ ପରୀକ୍ଷା କରେଇ ନେଗେଟିଭ ରିଜଲ୍ଟ ବାହାର କରି ଛାତ୍ରୀ ଙ୍କୁ ବିଦ୍ୟାଳୟ ହଷ୍ଟେଲ ରୁ ବାହାର କରିଦେବା ଭଳି ପ୍ରମାଣ ମେମୋରି ଏବଂ ଲିଖିତ କନ୍ଧମାଳ ଜିଲ୍ଲାପାଳ ସୁଗଡ଼ବାଡ଼ି ବିଦ୍ୟାଳୟ ର ଦୁର୍ନୀତି ର ପେଡ଼ି ଖୋଲିବା ପାଇଁ କମିଟି ଗଠନ କରି ଥିବା ସଦସ୍ୟ ସଦସ୍ୟା ମାନଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ଜରିଆରେ ପ୍ରଦାନ କରିଛନ୍ତି l ଦେଖାଯାଉ ଏତେ ସବୁ ପ୍ରମାଣ ସହ ଖବର ହେବା ପରେ ଜିଲ୍ଲାପାଳ ଏଭଳି ଦୁର୍ନୀତି କାରି ପ୍ରଧାନ ଶିକ୍ଷୟିତ୍ରୀ ଏବଂ ତାଙ୍କ ସହଯୋଗୀ ଶିକ୍ଷୟିତ୍ରୀ ଓ ମେଟ୍ରୋନ୍ ଙ୍କୁ କି ପଦକ୍ଷେପ ନେଉଛନ୍ତି l ତା ସହିତ ଘୁ ଉଦୟଗିରି ରେ ବେ ଆଇନ୍ କାମ କରିବା ପାଇଁ ଖୋଲିଥିବା ଆର୍ କେ ପାଥଲୋଜି କର୍ମଚାରୀ ବା ମାଲିକ ଙ୍କୁ ପ୍ରଶାସନ ତରଫରୁ କି ପଦକ୍ଷେପ ନେଉଛନ୍ତି l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ