ଦୁଇ ଦୁଇଟି ପ୍ରକଳ୍ପର ଶିଳାନ୍ୟାସ କଲେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଗଣେଶ ସିଂ ଖୁଣ୍ଟିଆ
ଓଡ଼ିଶା ସରକାରଙ୍କର ଜଙ୍ଗଲ ଓ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ମାନ୍ୟବର ଗଣେଶ ସିଂ ଖୁଣ୍ଟିଆ ମୟୁରଭଞ୍ଜ ଜିଲ୍ଲା ର ଯଶିପୁରସ୍ଥିତ ରାମତୀର୍ଥଠାରେ ଏକ ପର୍ଯ୍ୟଟକଙ୍କ ପାଇଁ ବିଶ୍ରାମ ଗୃହ ଏବଂ ଇକୋ ପାର୍କ ର ଭିତ୍ତିପ୍ରସ୍ତର ସ୍ଥାପନ କଲେ । ଉକ୍ତ କାର୍ଯ୍ୟକ୍ରମରେ ଶିମିଳିପାଳ ବ୍ୟାଘ୍ରପ୍ରକଳ୍ପ ର କ୍ଷେତ୍ର ନିର୍ଦ୍ଦେଶକ ଡଃ ପ୍ରକାଶ ଚ।ନ୍ଦ ଗଗିନାନୀ, ଶିମିଳିପାଳ ଉତ୍ତର ଉପନିର୍ଦ୍ଦେଶକ ଶିମିଳିପାଳ ବନ୍ୟପ୍ରାଣୀ ବନଖଣ୍ଡ,ଯଶିପୁର । ରାଜେଶ କୁମାର ନାଏକ ସରକାରୀ ବନ ସଂରକ୍ଷକ ଭାରପ୍ରାପ୍ତ ବନାଞ୍ଚଳ ଅଧିକାରୀ ଯଶିପୁର ଓ ବୈଦ୍ୟନାଥ ମାଝି, ଉପସ୍ତିତଥିଲେ। ଏହାଦ୍ଵାରା ପର୍ଯ୍ୟଟନର ବିକାଶ ସହିତ ପର୍ଯ୍ୟଟକଙ୍କ ରହିବା ସୁବିଧା ହୋଇପାରିବ, ଏହା ଦ୍ଵାରା ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରିପାରିବ। ସରକାରଙ୍କର କୋଟି କୋଟି ଟଙ୍କାର ପ୍ରକଳ୍ପ ଏହା କେତେମାତ୍ରାରେ ଏହି ଟଙ୍କାର ସୁବିନିଯୋଗ ହୋଇପାରିବ ଏବଂଏହି ସବୁ ପ୍ରକଳ୍ପ ପୂର୍ଣ୍ଣ ମାତ୍ରାରେ ସଫଳ ରୁପାଯୁନ କରିବାରେ ମନ୍ତ୍ରୀ ମହୋଦୟଙ୍କ କେତେ ମାତ୍ରା ଭୁମିକା ରହିବ ତାହା ଦେଖିବାରେ ବାକି ରହିଲା। ଜଙ୍ଗଲର ସୁରକ୍ଷା, ପାର୍ଯ୍ୟଟନର ବିକାଶଏବଂ ସନ୍ତୁଳିତ ପରିବେଶ ସହିତ ସୁସ୍ଥ ବାତାବରଣକୁ ବଜାଇ ରଖିବା ଜନହିତ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ କରୁଛନ୍ତି।ମାତ୍ର ମାନ୍ୟ ବର ମନ୍ତ୍ରୀ ଏହାକୁ କେତେ ମାତ୍ରାରେ ଆଗକୁ ଆଗେଇ ନେଇ ସଫଳତା ଆଣିପାରିବେ କି ନାହିଁ, ତାକୁ ନେଇ ବୁଦ୍ଧିଜୀବିମହଳରେ ଚର୍ଚ୍ଚା ଜୋର ଧରୀଛି । ଶିମିଳିପାଳ ହେଉଛି ସାରା ବିଶ୍ଵରେ ଓଡ଼ିଶାର ପରିଚୟ, ମାତ୍ର ଶିମିଳିପାଳର ସୁରକ୍ଷା ଓ ବନ୍ୟପ୍ରାଣୀ ଆଜି ଗ୍ରାମ୍ୟ ଓ ସହରାଭିମୁଖି,ଏଣୁ ବନ୍ୟପ୍ରାଣୀ ମାନଙ୍କର ସୁରକ୍ଷା ଓ ଖାଦ୍ୟ ସଙ୍କଟ ନେଇ ବହୁ ତଥ୍ୟ ଓ ବିଫଳତା ର ପ୍ରଶ୍ନ ଉଙ୍କି ମାରୁଛି। କେବେ ଶିମିଳିପାଳ ତାର ପୂର୍ଣ୍ଣ ସୁରକ୍ଷା ପାଇବା ସହିତ ବନ୍ୟପ୍ରାଣୀର ସୁରକ୍ଷା ଓ ଖାଦ୍ୟ ସଙ୍କଟ ଦୁରକରଣ ହେବା ସହିତ ଏହା ସାରା ଭାରତବର୍ଷ ତଥା ବିଶ୍ଵରେ ତାର ସତ୍ତନ୍ତ୍ରତା ବଜାଇ ରଖିବା ସହିତ ନିଜର ପରିଚୟକୁ ଶୀର୍ଷରେ ପହଁଞ୍ଚାଇପାରିବ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0