ଦଳିତ ଆଦିବାସୀଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧ ରେ ଗଣ୍ଡା ସମାଜ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

Mar 5, 2025 - 23:07
 0  12
ଦଳିତ ଆଦିବାସୀଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧ ରେ     ଗଣ୍ଡା ସମାଜ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ନୂଆପଡ଼ା : ଦଳିତ ଆଦିବାସୀଙ୍କ ଉପରେ ହେଉଥିବା ଅକଥନୀୟ ନିର୍ଯ୍ୟାତନା ଅତ୍ୟାଚାର ବନ୍ଦ ପାଇଁ ନୂଆପଡ଼ା ଜିଲା ଡମ ଗଣ୍ଡା ସମାଜ ପକ୍ଷରୁ ବିରୋଧକରି ଦୃଢ଼ ପ୍ରତିବାଦ କରାଯାଇଛି। ଏ ନେଇ ଅନୁସୂଚିତ ଜାତି ରାଜ୍ୟ ସାଧାରଣ ସମ୍ପାଦକ ଫକିର ମୋହନ ଜଗତଙ୍କ ବଳିଷ୍ଠ ନେତୃତ୍ୱରେ ମଙ୍ଗଳବାର ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ୮ଦଫା ସମ୍ବଳିତ ଏକ ଦାବିପତ୍ର ନୂଆପଡ଼ା ଜିଲାପାଳ ମଧୁସୂଦନ ଦାସଙ୍କ ମାଧ୍ୟମରେ ପ୍ରଦାନ କରାଯାଇଛି। ଏଥିରେ ଦର୍ଶାଯାଇଛି, ରାଜ୍ୟରେ ଭାଜପା ସରକାର ଆସିଲା ଦିନଠାରୁ ଆଦିବାସୀ-ଦଳିତଙ୍କ ଉପରେ ଅନ୍ୟାୟ, ଅତ୍ୟାଚାର ନିର୍ଯ୍ୟାତନା ବୃଦ୍ଧି ପାଇବାରେ ଲାଗିଛି। ଏହାର ପ୍ରତିକାର ପାଇଁ ମୁଖ୍ୟମନ୍ତ୍ରୀ ଦୃଷ୍ଟି ଦିଅନ୍ତୁ ବୋଲି ନିବେଦନ କରାଯାଇଛି। ପ୍ରମୁଖ ଦାବି ମଧ୍ୟରେ ଯାଜପୁର ଜିଲା ସାହାସପୁରର ଶୁକଦେବ ଦାସଙ୍କୁ ହତ୍ୟା କରିଥିବା ଚାଉମିନ ମାଲିକ ଓ ତାଙ୍କ ସହଯୋଗୀଙ୍କୁ ତୁରନ୍ତ ଗିରଫ, କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକରେ ଆଦିବାସୀ ନାବାଳିକାଙ୍କୁ ବଳାତ୍କାର କରିଥିବା ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ, ଭବାନୀପାଟଣା ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ପ୍ରଥମ ବର୍ଷ ଦଳିତ ଛାତ୍ରୀଙ୍କ ମୃତ୍ୟୁର ନିରପେକ୍ଷ ତଦନ୍ତ, ଭୁବନେଶ୍ୱର କିଟ୍‌ ବିଶ୍ୱବିଦ୍ୟାଳୟରେ ଆଦିବାସୀ ଛାତ୍ରୀଛାତ୍ରଙ୍କ ପ୍ରତି ଅତ୍ୟାଚାରର ନିରପେକ୍ଷ ତଦନ୍ତ କରି ଉଚିତ ଦଣ୍ଡବିଧାନ, ଆଇଏଏସ୍‌ ବିଷ୍ଣୁପଦ ସେଠୀଙ୍କୁ ତାଙ୍କ ବୈଧାନିକ ପ୍ରାପ୍ୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାକୁ ପ୍ରୋମୋଶନ ଦେଇ ଚାକିରିରେ ଅବସ୍ଥାପିତ, କଟକ ଜିଲା ଖୁଣ୍ଟିଆ ର ଜଣେ ଦଳିତ ନାବାଳକ ହତ୍ୟାକାରୀଙ୍କୁ ଦଣ୍ଡବିଧାନ କରିବା ଅନ୍ୟତମ। ଦାବିପତ୍ର ଦେବା ସମୟରେ ଜିଲା ଡମ ଗଣ୍ଡା ସମାଜ ସଭାପତି ହରିକେଶ ଜାଲ, ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ବାସୁଦେବ ସୁନାନୀ, ସରପଞ୍ଚ ଖୁଟୁରାମ ସୁନାନୀ, ଛବି ସାଗର, ବିଜୟ ନାରାୟଣ ଦାସ, ଧମନ ସିଂ ସୁନା, ଚନ୍ଦନ ବଘେଲଙ୍କ ସମେତ ଏ ଅବସର ରେ ସମାଜ ର ଶତାଧିକ ସଭ୍ୟ ଉପସ୍ଥିତ ଥିଲେ।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ