ତେନ୍ତୁଳିଖୁଣ୍ଟି ଥାନା ଏ ଏସ ଆଇ ଙ୍କ ଝୁଲନ୍ତା ଶବ ଉଦ୍ଧାର

Dec 27, 2024 - 15:15
 0  7
ତେନ୍ତୁଳିଖୁଣ୍ଟି ଥାନା ଏ ଏସ ଆଇ ଙ୍କ ଝୁଲନ୍ତା ଶବ ଉଦ୍ଧାର

ତା:୨୬/୧୨/୨୦୨୪ ରିଖ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନାରେ କାର୍ଯ୍ୟ ରତ ଥିବା ଏ ଏସ ଆଇ ରେଣୁ ପ୍ରସାଦ ପ୍ରଧାନ ୨୩ ତାରିଖ ସୋମବାର ଦିନ ଠାରୁ ନିଖୋଜ ଥିଲେ ! ଏବଂ ଥାନା କୁ ସେ ଆସୁ ନ ଥିବାରୁ କୁଆଡେ ଗଲେ କଣ ହେଲା ଜାଣିବା ପାଇଁ ତାଙ୍କୁ ଫୋନ୍ କଲ୍ କରି ବୁଝିବା କୁ ଚେଷ୍ଟା କରିଥିଲେ ଥାନା ଭାର ପ୍ରାପ୍ତ ଅଧିକାରୀ ଗୋପାଳ କୃଷ୍ଣ ଆଗୁ ପାତ୍ର ,କେହି ଫୋନ ଉଠାଉ ନ ଥିବାରୁ ତେନ୍ତୁଳିଖୁଣ୍ଟି ଥାନା ର କାର୍ଯ୍ୟ ରତ ସହକର୍ମୀ ବହୁ ଖୋଜାଖୋଜି କରୁଥିଲେ ! ତାପରେ ତାଙ୍କ ପରିବାର ସଦସ୍ୟ ବାହାରେ ରହୁଥିବାରୁ ହୁଏ ତ ତାଙ୍କ ଘର କୁ ଯାଇଥାଇ ପାରନ୍ତି ବୋଲି ଭାବି ଯୋଗାଯୋଗ କରି ଥିଲେ ସେଥି ରେ କୌଣସି ଖବର ପାଇ ପାରି ନଥିଲେ ! ସମସ୍ତ କର୍ମଚାରୀ ହତାଶ ହୋଇ ଚିନ୍ତିତ ଥିବା ବେଲେ ପରି ଶେଷ ରେ ଆଜି ଅପରାହ୍ନ ରେ ତେନ୍ତୁଳୀଖୁଣ୍ଟି ପର୍ଯ୍ୟଟନ ସ୍ଥଳୀ ନିକଟରେ ଥିବା ରାଇସିଂ ଯୋଡି ଠାରେ ରହିଥିବା ଏକ ଗଛ ରେ ଝୁଲନ୍ତା ମୃତ ଦେହ ଝୁଲୁଥିବାର ଖବର ପାଇ ତେନ୍ତୁଳିଖୁଣ୍ଟି ଥାନା ରେ କାର୍ଯ୍ୟରତ ରହିଥିବା ସହକ୍ରମି ଘଟଣା ସ୍ଥଳ କୁ ଯାଇ ନିଜ ଥାନା ସହଯୋଗୀ ଙ୍କର ଏଭଳି ଦୃଶ୍ୟ କୁ ଦେଖି ହତବାକ ହୋଇ ଆଶର୍ଯ୍ୟ ହୋଇ ଯାଇଥିଲେ ! ଆଉ ଦୁଇ ମାସ ପରେ ତାଙ୍କର ଅବସର ଗ୍ରହଣ କରିବାର ରହିଥିଲା ତାଙ୍କର ଦୁଇ ପୁଅ ଓ ସ୍ତ୍ରୀ ଙ୍କୁ ନେଇ ତାଙ୍କ ପରିବାର ରହି ଚଳି ଆସୁଥିଲେ ! କାହିଁକି ଏବଂ କଣ ପାଇ ସେ ଏହିପରି କଲେ ଏହା ସମସ୍ତ ଙ୍କ ମନକୁ ବିଚଳିତ କରୁଥିବା ର ଜଣା ପଡୁଛି ଏହି ଘଟଣା ନେଇ ପୋଲିସ ବିଭାଗ ତତ୍ପର ତ ସହିତ ଛାନଭିନ୍ନ କରୁଥିବା ର ଦେଖିବାକୁ ମିଳିଛି !

 ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ