।। ତେଜୁଛି ଟିଟିଲାଗଡ଼ଜିଲ୍ଲା ଦାବୀ: ୧୨ ଘଣ୍ଟା ବନ୍ଦ ପାଲନ ।।

Dec 7, 2023 - 15:37
 0  74
।। ତେଜୁଛି ଟିଟିଲାଗଡ଼ଜିଲ୍ଲା ଦାବୀ: ୧୨ ଘଣ୍ଟା ବନ୍ଦ ପାଲନ ।।

ଦୀର୍ଘ 30ବର୍ଷହେଲା ଟିଟିଲାଗଡ଼କୁ ଜିଲ୍ଲା ମାନ୍ୟତା ଦାବୀ ହୋଇଆସୁଛି l କିଛି ଦିନତଳେ ପଦମପୁରକୁ ଜିଲ୍ଲାମାନ୍ୟତା ଦେବାପାଇଁ ସରକାରୀ ସ୍ତରରେ ସରକାରୀ ଅଧିକାରୀମାନେ ପଦମପୁର ଗସ୍ତ କରିଥିବାବେଲେ ଏପଟେ ଦୀର୍ଘଦିନରୁ ଟିଟିଲାଗଡ଼ କୁ ଜିଲ୍ଲାମାନ୍ୟତା ଦେବାପାଇଁ ଦାବୀ ହୋଇ ଆସୁଥିବା ଟିଟିଲାଗଡ଼କୁ ଅଣଦେଖା କରାଯାଉଛି ବୋଲି ଟିଟିଲାଗଡ଼ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ଅଭିଯୋଗ କରି ଆଜି ଟିଟିଲାଗଡ଼ରେ 12ଘଣ୍ଟିଆ ବନ୍ଦ ପାଳନ କରୁଛି l ଏଥିରେ ଜରୁରୀକାଳୀନ ସେବାକୁ ବାଦଦେଇ ପ୍ରତ୍ୟେକ ସରକାରୀ, ବେସରକାରୀ ଅନୁଷ୍ଠାନ ସହ ସରକାରୀ କାର୍ଯ୍ୟାଳୟ, ବେସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ଦୋକାନ ବଜାର,ଓ ଗାଡି ମଟର ଚଲାଚଳ ବନ୍ଦ ରହିଛି l ଟିଟିଲାଗଡ଼ର ପ୍ରତ୍ୟେକ ସଙ୍ଘ ଓ ଅଞ୍ଚଳବାସୀ ସମର୍ଥନରେ ବାହାରି ବନ୍ଦ ପାଳନରେ ସାମିଲ ହୋଇଥିଲେ l ଟିଟିଲାଗଡ଼ଜିଲ୍ଲା ଦାବୀକୁ ସମର୍ଥନ କରି ଟିଟିଲାଗଡ଼ ଅନ୍ତର୍ଗତ ଶଗଡ଼ଘାଟ ପଞ୍ଚାୟତବାସୀ ମଧ୍ୟ ତାଙ୍କ ଗାଁରେ ଥିବା ସ୍କୁଲ, ସରକାରୀ କାର୍ଯ୍ୟାଳୟ ବନ୍ଦ କରିଥିଲେ l ଏବଂ ଜିଲ୍ଲାଦାବୀ ନାରା ଦେଇଥିଲେ l ଆଗାମୀ ଦିନରେ ଟିଟିଲାଗଡ଼ କୁ ଜିଲ୍ଲା ମାନ୍ୟତା ନଦେଲେ ତୀବ୍ର ବିରୋଧ କରାଯିବ ବୋଲି ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ଆବାହକ ଚେତାବନୀ ଦେଇଥିଲେ l

ଟିଟିଲାଗଡ଼ ରୁ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ସହିତ ବାଳକୃଷ୍ଣ ମିଶ୍ର ଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ