।। ତିନିଜଣ ଯୁବକ କଚାଡି ହେଲେ କିଲୋମିଟର ବଡରେ ।।

Dec 31, 2023 - 15:49
 0  308
।। ତିନିଜଣ ଯୁବକ କଚାଡି ହେଲେ କିଲୋମିଟର ବଡରେ ।।

ଆଜି ସକାଳ 10 ଘଣ୍ଟିକା ସମୟରେ ତିନିଜଣ ଯୁବକ ଆପାଚି ବଇକ ଯୋଗେ ତାଙ୍କ ଗ୍ରାମ ଲକୁବାଡ଼ି ଠାରୁ ପିଚୁଡ଼ି କଲୋନୀ କିଛି କାର୍ଯ୍ୟ ପାଇଁ ଯାଇଥିଲେ, କାର୍ଯ୍ୟ ସାରି ଫେରୁଥିବା ବେଳେ ଗୁମା ଘାଟିରେ ଏକ କିଲୋମିଟର ବଡ ରେ କୋଚାଡି ହୋଇ ପଡ଼ିଥିଲେ, ବାଇକଟି ଅତି ଦ୍ରୁତ ଗତିରେ ଥିବା ଜଣାପଡିଛି, ସୂଚନା ଅନୁସାରେ ଦୁର୍ଘଟଣା ଗ୍ରସ୍ତଙ୍କ ନାମ ରାମିୟା ମାଣ୍ଡିଙ୍ଗ ବୟସ 27, ବିବିଷଣ ଖରା ବୟସ 25ଏବଂ ନବୀନ ମାଣ୍ଡିଙ୍ଗ ବୟସ 19ବୋଲି ଜଣାପଡିଛି,ରାମିୟା ମାଣ୍ଡିଙ୍ଗର ବାମ ହାତ ଭାଙ୍ଗିଥିବାବେଳେ,ବିବିଷଣ ଖରା ର ଦୁଇଟି ଗଡ଼ ମଧ୍ୟ ଭାଙ୍ଗିଯାଇଥିବା ଜଣାପଡିଛି, ଏବଂ ଅଳ୍ପକେ ବର୍ତ୍ତିଲେ ନବୀନ ମାଣ୍ଡିଙ୍ଗ, ଘଟଣାସ୍ଥଳେ କିଛି ଲୋକ ପହଂଚି ଆମ୍ବୁଲାନ୍ସ କୁ ଫୋନ କରିଥିଲେ, ଦୁର୍ଘଟଣା ଘଟି 2ଘଣ୍ଟା ହେଉଥିଲେ ମଧ୍ୟ ଆମ୍ବୁଲାନ୍ସ ଟି ପହଞ୍ଚି ପାରିନଥିଲା, ଏପରି ସ୍ଥଳେ ଘଟଣା ସ୍ଥାନରେ ତାଙ୍କ ନିଜ ଲୋକ ପହଂଚି ଏକ ଅଟୋ ଯୋଗେ ରାୟଗଡା ମୁଖ୍ୟ ଚିକିତ୍ସାଲୟକୁ ନେଉଥିବାବେଳେ ଅଧା ବାଟରେ ଆସି ଆମ୍ବୁଲାନ୍ସଟି ପହଞ୍ଚିଥିଲା, ଦୁର୍ଘଟଣା ଗ୍ରସ୍ତ ଲୋକଙ୍କୁ ପୁଣି ଅଟୋରୁ ଆମ୍ବୁଲାନ୍ସକୁ ସ୍ଥାନାନ୍ତର କରି ରାୟଗଡା ମୁଖ୍ୟକୁ ନିଆଗଲା, ସୂଚନା ମୁତାବକ ଦୁର୍ଘଟଣା ଗ୍ରସ୍ତଙ୍କୁ ମୁଖ୍ୟ ଚିକିତ୍ସାଲୟରେ ଭର୍ତି କରାଯାଇଛି |

ରାୟଗଡାରୁ ଜଗନ୍ନାଥ ଖୋସଲାଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 1
Angry Angry 0
Sad Sad 1
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ