ତାର ବୋଝେଇ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ, କଟର ସାହାଯ୍ୟରେ ଉଦ୍ଧାର ହେଲେ ଚାଳକ

Nov 14, 2024 - 16:51
 0  14
ତାର ବୋଝେଇ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ, କଟର ସାହାଯ୍ୟରେ ଉଦ୍ଧାର ହେଲେ ଚାଳକ

କନ୍ଧମାଳ :(ଫାଷ୍ଟ ନ୍ୟୁଜ ଓଡିଶା): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଜି.ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗାଠାରୁ ମାତ୍ର ୩ କିଲୋମିଟର ଦୂର କଳିଙ୍ଗା ଘାଟି ପ୍ରଥମ ବୁଲାଣିରେ ବୁଧବାର ବିଳମ୍ବିତ ରାତିରେ ଏକ ୧୬ ଚକିଆ ଟ୍ରକ୍‌ ନଂ.ଏପି-୩୯ -ଟିକ୍ୟୁ -୭୫୭୫ରେ ଜିଆଇ ତାର ବୋଝେଇ ହୋଇ ବ୍ରହ୍ମପୁର ଯାଉଥିବା ବେଳେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଘଟଣା ସ୍ଥଳରେ ଘୁ.ଉଦୟଗିରି ଅଗ୍ନିଶମ ବାହିନୀ, ପୋଲିସ ଓ କଳିଙ୍ଗାର କିଛି ଯୁବକ ପହଞ୍ଚି ବହୁ କଷ୍ଟରେ ଗ୍ୟାସ୍‌ କଟର ମେଶିନ ସାହାଯ୍ୟରେ କିଛି ଅଂଶ କାଟି ଗାଡ଼ି ଚାଳକଙ୍କୁ ଉଦ୍ଧାର କରି ଜି.ଉଦୟଗିରି ଗୋଷ୍ଠୀ ଚିକିତ୍ସାଳୟକୁ ନେଇଯାଇଥିଲେ l ଏଠାରେ ସୂଚନା ଯୋଗ୍ୟ ଯେ, ଦୀର୍ଘ ମାସ ହେଲାଣି କଳିଙ୍ଗା ଘାଟିରେ ୧୦ଟି ସୋଲାର ଲାଇଟ୍‌ ଅଚଳ ହୋଇପଡ଼ିଛି। କିନ୍ତୁ ପ୍ରଶାସନ ନୀରବ ଦ୍ରଷ୍ଟା। ଉକ୍ତ ନିର୍ଦ୍ଦିଷ୍ଟ ବୁଲାଣିରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ବେଳେ ଜାତୀୟ ସଡ଼କ କର୍ତ୍ତୃପକ୍ଷ ନୀରବ ରହିବା ନେଇ ସାଧାରଣରେ ଆଲୋଚନା ହେଉଛି। ଏତେ ବଡ଼ ଦୁର୍ଘଟଣା ହୋଇଛି କିନ୍ତୁ କେହି ମୃତାହତ ହୋଇ ନ ଥିବା ବିଷୟ ଉଦ୍ଧାରକାରୀ ଦଳ ସୂଚନା ଦେଇଛନ୍ତି ।

 କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ