ତମାଖୁ ମୁକ୍ତ ଅଭିଯାନ ର ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ

Dec 13, 2025 - 18:54
 0  37
ତମାଖୁ ମୁକ୍ତ ଅଭିଯାନ ର ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ

ବାରିପଦା:୧୨.୧୨.୨୦୨୫// ସ୍ୱାସ୍ଥ୍ୟ ଉପରେ ତମାଖୁର କୁପ୍ରଭାବ ସମଗ୍ର ବିଶ୍ୱରେ ଏକ ଚିନ୍ତାର କାରଣ ହୋଇଛି। ଆଜି ଜିଲ୍ଲା ପୋଲିସ ମୁଖ୍ୟ କାର୍ଯ୍ୟାଳୟ ରେ ପୋଲିସ, ଅବକାରୀ, ଶିକ୍ଷା, ସ୍ବାସ୍ଥ୍ୟ ଏବଂ ଡ୍ରଗ ଇନ୍ସପେକ୍ଟର ମାନଙ୍କର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜିଲ୍ଲା ଅତିରିକ୍ତ ଏସପି ଦୀପକ ଗୋଛୟତ ଓ ସବିତା ମାଝୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସୁବାଷ ନାୟକ ତମାଖୁ ର କୁ ପ୍ରଭାବ ଦ୍ଵାରା ସ୍ବାସ୍ଥ୍ୟ ଜନିତ ସମସ୍ୟା ଉପରେ ଆଲୋଚନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟ ରେ ରାଜ୍ୟ ଯୁଗ୍ମ ନିର୍ଦ୍ଦେଶକ ବିନୟ କୁମାର ଦାସ ମହାପାତ୍ର ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ରେ ବିଭିନ୍ନ ବିଭାଗ ର ଦାୟିତ୍ଵ ବିଷୟରେ ଆଲୋଚନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟ ରେ ରାଜ୍ୟ ଅଣ ସଂକ୍ରାମକ ରୋଗ ପରାମର୍ଶ ଦାଟା ଡାକ୍ତର ଗିରିଜା ଶଙ୍କର ମିଶ୍ର COTPA ଏକ୍ଟ ୨୦୦୩ ଓ ଅନ୍ୟାନ୍ୟ ତମାଖୁ ନିୟନ୍ତ୍ରଣ ଆଇନ ବିଷୟରେ ସମସ୍ତ ଅଧିକାରୀ ମାନଙ୍କ ର ଦାୟିତ୍ଵ ବିଷୟରେ ଆଲୋକ ପତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ବିଭିନ୍ନ ଥାନା ର ଅଧିକାରୀ, ସବ ଇନ୍ସପେକ୍ଟର, ଅବକାରୀ ବିଭାଗ ର ଅଧିକାରୀ, ଡ୍ରଗ୍ ଇନ୍ସପେକ୍ଟର, ଖାଦ୍ୟ ସୁରକ୍ଷା ଅଧିକାରୀ ଓ ଶିକ୍ଷା ବିଭାଗ ରୁ ଜ୍ଞାନେନ୍ଦ୍ର ଆଚାର୍ଯ୍ୟ ଉପସ୍ଥିତ ଥିଲେ। ତମାଖୁ ସେବନ ପ୍ରକୃତରେ କ୍ୟାନସର ଭଳି ରୋଗର କାରଣ ମାତ୍ର ଏହାକୁ ସରକାରଙ୍କ ତରଫରୁ ସମ୍ପୁର୍ଣ୍ଣ ଉତ୍ପାଦନ ବନ୍ଦ କରାଯିବାଦରକାର ବୋଲି ବୁଦ୍ଧିଜିବୀ ମହଳରେ ଦାବୀ ହୋଇଆସୁଛି। ଏହା ସେବନ ଦ୍ଵାରା ଛାତ୍ର ଠାରୁ ଆରମ୍ଭ କରି ବହୁ ଦେଶର ଉବିଷ୍ୟତଙ୍କର ଜୀବନ ନଷ୍ଟ ହେବା ସହିତ ଆବାଳବୃଦ୍ଧଜନୀତା ଙ୍କର ଜୀବନ କ୍ୟନସାର ଭଳି ମାରାତ୍ମକ ଯୋଉ ରୋଗର ଆରଗ୍ୟ ନଥାଏ, ସେହି ଧନ ଜୀବନ ନଷ୍ଟକାରୀ ତମାଖୁ କୁ ସମୂଳେ ଉତ୍ପାଦନ ବନ୍ଦ କରାଯିବା ସହିତ ଏହା ର ଆପବ୍ୟବହାର ପ୍ରତି କଠୋର ଆଇନ ଲାଗୁ ହେବା ଦରକାର। ଆଜି ପର୍ଯ୍ୟନ୍ତ ସରକାରୀ ସ୍ଥରରେ ତମାଖୁ ସେବନ ରକିବାରେ ସମ୍ପର୍ଣ୍ଣ ବିଫଳ କହିଲେ କିଛି ଭୁଲ ହେବ ନାହିଁ। ଏହି ବିଫଳତାର ମୁଖ୍ୟ କାରଣ ସରକାରୀ କର୍ମଚାରୀଙ୍କ ଉଦାସୀନତା ଓ ଖାମଖିଆଲି ମନ ଭାବ, ସରକାରୀ ଅର୍ଥର ଅପବ୍ୟବହାର ମାତ୍ର। ଏଣୁ ଉତ୍ପାଦନ ବନ୍ଦ କରିବା ଏହି ସଫଳତାର ମୂଳ ଚାବିକାଠୀ।

 ବାରିପଦାରୁ -ଗୌର ଦାସ ଗିରି

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ