ଡିଜିପି ଡିସ୍କ ରେ ସମ୍ମାନୀତ ହେବେ ନୂଆପଡା ଏସ୍.ପି

ନୂଆପଡା : ନୂଆପଡା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜି ଆର୍ ରାଘବେନ୍ଦ୍ର ନିଜର କର୍ତ୍ତବ୍ୟ ପରାୟଣତା, ମାଓ ଦମନ, ଶାନ୍ତି ଶୃଙ୍ଖଳା ରକ୍ଷା ତଥା ପୋଲିସ୍ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ୨୦୨୪-୨୫ ବର୍ଷ ପାଇଁ ସମ୍ମାନଜନକ ଡିଜିପି ଡିସ୍କ ପାଇବା ପାଇଁ ମନୋନୀତ ହୋଇଛନ୍ତି। 90 ତମ ପୋଲିସ୍ ପ୍ରତିଷ୍ଠା ଦିବସ ଅବସରରେ ତାଙ୍କୁ ଏହି ମର୍ଯ୍ୟାଦା ଜନକ ସମ୍ମାନ ପ୍ରଦାନ କରାଯିବ । ସୂଚନାଯୋଗ୍ୟ ଯେ ଯୁବ ଆଇ ପି ଏସ୍ ଅଧିକାରୀ ଶ୍ରୀ ରାଘବେନ୍ଦ୍ରଙ୍କ ସୁଦକ୍ଷ ପରିଚାଳନାରେ ଓଡ଼ିଶା ସୀମାନ୍ତ ନୂଆପଡା ଜିଲ୍ଲାରେ ଅପେକ୍ଷାକୃତ ଭାବରେ ଶାନ୍ତି ବିରାଜମାନ କରୁଛି । କେବେଦିନେ ମାଓବାଦ ପ୍ରପୀଡ଼ିତ ଏଇ ଜିଲ୍ଲା ଏବେ ପ୍ରାୟତଃ ମାଓମୁକ୍ତ ହୋଇପାରିଛି।ଜିଲ୍ଲା ପ୍ରଶାସନ ସହିତ ସୁନ୍ଦର ତାଳମେଳ ରଖି ଜିଲ୍ଲାକୁ ପ୍ରଗତି ପଥରେ ଆଗେଇ ନେବାରେ ଏସ୍ ପି ଙ୍କ ଉଲ୍ଲେଖନୀୟ ଭୂମିକା ରହିଛି । ତାଙ୍କ ଏହି ସମ୍ମାନ ସମଗ୍ର ଜିଲ୍ଲା ପାଇଁ ଗୌରବ ଆଣିଥିବାରୁ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ସମେତ ପ୍ରଶାସନର ବରିଷ୍ଠ ଅଧିକାରୀ ମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହା ନିଶ୍ଚିତ ଭାବରେ ଆରକ୍ଷୀ ବାହିନୀଙ୍କୁ ଆହୁରି ସମର୍ପିତ ଭାବରେ ସେବା ଯୋଗାଇଦେବା ପାଇଁ ପ୍ରେରଣା ଦେବ।
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ
What's Your Reaction?






